ETV Bharat / sports

ହ୍ୟାଟ୍ରିକ୍ ମାରିଲେ ସୋଏବ; ସାନିଆଙ୍କ ସହ ଛାଡପତ୍ର ଗୁଜବ, ଧରିଲେ ଅଭିନେତ୍ରୀ ସାନାଙ୍କ ହାତ

author img

By ETV Bharat Odisha Team

Published : Jan 20, 2024, 1:19 PM IST

Shoaib Malik Marries Sana Javed: ତୃତୀୟ ବିବାହ କଲେ ପାକିସ୍ତାନ କ୍ରିକେଟର ସୋଏବ ମଲିକ । ଅଭିନେତ୍ରୀ ସାନାଙ୍କ ହାତ ଧରିଲେ ସୋଏବ । ଅଧିକ ପଢନ୍ତୁ

Shoaib Malik Marries Sana Javed
Shoaib Malik Marries Sana Javed

ହାଇଦ୍ରାବାଦ: ବିବାହ ବନ୍ଧନରେ ବାନ୍ଧି ହେଲେ ପାକିସ୍ତାନ କ୍ରିକେଟର ସୋଏବ ମଲିକ । ଟେନିସ୍ ସେନ୍‌ସେସନ୍ ସାନିଆ ମିର୍ଜାଙ୍କ ଠାରୁ ବିଚ୍ଛେଦ ହେବା ପରେ ଅଭିନେତ୍ରୀ ସାନା ଯାଦବଙ୍କ ହାତ ଧରିଛନ୍ତି । ତେବେ ବିବାହର ଫଟୋକୁ ଖୋଦ ପାକିସ୍ତାନ କ୍ରିକେଟର ସୋଏବ ମଲିକ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସୋଏବ ମଲିକଙ୍କ ଏହା ତୃତୀୟ ବିବାହ ଅଟେ ।

  • - Alhamdullilah ♥️

    "And We created you in pairs" وَخَلَقْنَاكُمْ أَزْوَاجًا pic.twitter.com/nPzKYYvTcV

    — Shoaib Malik 🇵🇰 (@realshoaibmalik) January 20, 2024 " class="align-text-top noRightClick twitterSection" data=" ">

ଭାରତୀୟ ଟେନିସ ଷ୍ଟାର ଖେଳାଳି ସାନିଆ ମିର୍ଜାଙ୍କ ସହିତ ସୋଏବଙ୍କ ବିଚ୍ଛେଦକୁ ନେଇ ଦୀର୍ଘଦିନ ଧରି କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୋଏବ । ସୋଏବ ମଲିକ ଜାନୁଆରୀ 20 ତାରିଖରେ ସୋସିଆଲ ମିଡିଆ ଏକ୍ସ ଏବଂ ଇନଷ୍ଟାଗ୍ରାମରେ ଦୁଇଟି ବିବାହ ଫଟୋ ସେୟାର କରିଛନ୍ତି । ସାନିଆଙ୍କ ଠାରୁ ବିଚ୍ଛେଦ ହେବା ପରେ ସୋଏବ ଦୀର୍ଘ ଦିନ ହେବ ଅଭିନେତ୍ରୀ ସାନା ଯାଦବଙ୍କୁ ଡେଟ କରୁଥିଲେ । ବର୍ତ୍ତମାନ ସାତ ଜନ୍ମର ସାଥି ହୋଇଛନ୍ତି ସୋଏବ ଏବଂ ସାନା । ସୋଏବ ଏବଂ ସାନିଆଙ୍କ ବିଚ୍ଛେଦକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବିବାହ କରିଛନ୍ତି ସୋଏବ ।

ପ୍ରକାଶଥାଉକି, ପାକିସ୍ତାନ ଅଭିନେତ୍ରୀ ସାନା ଯାଦବ ମଧ୍ୟ 2020 ମସିହାରେ ପାକିସ୍ତାନ ଗାୟକ ଉମୈର ଜସଓ୍ବାଲଙ୍କୁ ବିବାହ କରିଥିଲେ । କିନ୍ତୁ ତିଷ୍ଠି ପାରିନଥିଲା ବିବାହ । 2023 ମସିହାରେ ଦୁହେଁ ବିଚ୍ଛେଦ ହୋଇଥିଲେ । ଅଳ୍ପ ଦିନ ଭିତରେ ଦୁହେଁ ବିଚ୍ଛେଦ ହୋଇଥିଲେ । ବର୍ତ୍ତମାନ ସୋଏଙ୍କ ହାତ ଧରିଲେ ସାନା । ତେବେ 2010 ମସିହାରେ ଟେନିସ ଖେଳାଳି ସାନିଆଙ୍କୁ ବିବାହ କରିଥିଲେ ସାଏବ। ଏହା ତାଙ୍କର ଦ୍ବିତୀୟ ବିବାହ ରହିଥିଲା । କିନ୍ତୁ ସାନିଆଙ୍କ ପୂର୍ବରୁ ଆୟସା ସିଦ୍ଧିଙ୍କୁ ବିବାହ କରିଥିଲେ ସୋଏବ । ବର୍ତ୍ତମାନ ତୃତୀୟ ବିବାହ କରି ସାନାଙ୍କ ହାତ ଧରିଛନ୍ତି ସୋଏବ ।

ଏହା ମଧ୍ୟ ପଢନ୍ତୁ: Australian Open 2023: କ୍ୟାରିୟରର ଶେଷ ଗ୍ରାଣ୍ଡ ସ୍ଲାମ ଖେଳିଲେ ସାନିଆ, ସୋଏବ କଲେ ଭାବବିହ୍ୱଳ ପୋଷ୍ଟ

ପାକିସ୍ତାନ ଅଭିନେତ୍ରୀ ସାନା ଯାଦବ ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କ ହାତ ଧରିବା ପରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ତାଙ୍କ ନାମକୁ ପରିବର୍ତ୍ତନ କରିଛନ୍ତି । ସାନା ଯାଦବରୁ ସାନା ସୋଏବ ଯାଦବ କରିଛନ୍ତି । ସୋଏବ ମଲିକଙ୍କ କ୍ରିକେଟ କ୍ୟାରିୟର ବିଷୟରେ କହିବାକୁ ଗଲେ 287ଟି ଓ୍ବାନ ଡେ ମ୍ୟାଚର 258 ଇନିଂସରେ 7534 ରନ୍ କରିଛନ୍ତି । 9ଟି ଶତକ ଏବଂ 44ଟି ଅର୍ଦ୍ଧଶତକ କରିଛଡନ୍ତି । ଟେଷ୍ଟ କ୍ରିକେଟ୍ ବିଷୟରେ କହିବାକୁ ଗଲେ ସେ 35 ଟି ଟେଷ୍ଟ ମ୍ୟାଚରେ 1898 ରନ୍ କରିଥିଲେ । ଯେଉଁଥିରେ 3 ଶତକ ଏବଂ 8 ଅର୍ଦ୍ଧଶତକ କରିଥିଲେ । ଟି -20 ମ୍ୟାଚ୍ ବିଷୟରେ କହିବାକୁ ଗଲେ ସେ 124 ମ୍ୟାଚରେ 2435 ରନ୍ ସ୍କୋର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.