ETV Bharat / sports

ଅଭିଯୋଗ କଲା ପାକିସ୍ତାନ, ହୋଟେଲ ବଦଳାଇଲା ICC - ICC Changes Pakistani Team hotel - ICC CHANGES PAKISTANI TEAM HOTEL

ICC Changes Pakistani Team hotel: ନ୍ୟୁୟର୍କରେ ପାକିସ୍ତାନୀ କ୍ରିକେଟ ଟିମର ହୋଟେଲ ବଦଳାଇଲା ICC । ଜାଣନ୍ତୁ ପୂରା ଘଟଣା

ICC Changes Pakistani Team hotel
ICC Changes Pakistani Team hotel (AP)
author img

By ETV Bharat Odisha Team

Published : Jun 6, 2024, 11:05 PM IST

ଇସଲାମବାଦ: ଜାରି ରହିଛି କ୍ରିକେଟ ମହାକୁମ୍ଭ ଟି-20 ବିଶ୍ବକପ୍‌ । ଆସନ୍ତା 8 ଓ 9 ତାରିଖରେ ମୈଦାନକୁ ଓହ୍ଲାଇବାକୁ ଯାଉଛି ପାକିସ୍ତାନ ଟିମ । ନ୍ୟୁୟର୍କ ସ୍ଥିତ ନାସାଓ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌ । ପାକିସ୍ତାନ ଗ୍ରୁପ-ଏର 2 ଦଳଙ୍କୁ ଭେଟିବ । ତେବେ ଏହା ପୂର୍ବରୁ ବଦଳିଲା ପାକିସ୍ତାନର ହୋଟେଲ ରୁମ । ବାବର ଆଜମ ବାହିନୀ ଅନ୍ୟ ଏକ ହୋଟେଲକୁ ସିଫ୍ଟ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ICC) ପାକିସ୍ତାନ ଟିମକୁ ଏକ ହୋଟେଲରେ ରଖିଥିଲା । ଯାହାକି ଷ୍ଟାଡିୟମଠାରୁ ପ୍ରାୟ 90 ମିନିଟ ଦୂରତ୍ବରେ ଅବସ୍ଥିତ । ଷ୍ଟାଡିୟମ ଠାରୁ ବହୁ ଦୂରରେ ହୋଟେଲ ଥିବାରୁ ପାକିସ୍ତାନୀ ଟିମ ଯାତାୟତରେ ଅସୁବିଧା ଭୋଗିଥିଲା । ଏହାପରେ ପାକିସ୍ତାନ କ୍ରିକେଟ ବୋର୍ଡ ପିସିବି ଚେୟାରମ୍ୟାନ ମୋହସିନ ନାକଭି ଏନେଇ ଏକ ଅଭିଯୋଗ କରିଥିଲେ । ପିସିବି ଚେୟାରମ୍ୟାନଙ୍କ ଅଭିଯୋଗକୁ ଭିତ୍ତି କରି ଆୟୋଜକ ଟିମ ପାକିସ୍ତାନୀ କ୍ରିକେଟରଙ୍କ ଲାଗି ଅନ୍ୟ ଏକ ହୋଟେଲର ବନ୍ଦୋବସ୍ତ କରିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- T-20 ବିଶ୍ବକପ: ଭାରତ-ପାକିସ୍ତାନ ମ୍ୟାଚରେ ହେବ ଆତଙ୍କବାଦୀ ଆକ୍ରମଣ !

ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ପାକିସ୍ତାନର ନୂଆ ହୋଟେଲ ଷ୍ଟାଡିୟମ ଠାରୁ ମାତ୍ର 5ମିନିଟ ଦୂରରେ ଅବସ୍ଥିତ । ସେପଟେ ଭାରତୀୟ କ୍ରିକେଟ ଟିମ ରହୁଥିବା ହୋଟେଲଟି ଷ୍ଟାଡିୟମଠାରୁ 10ମିନିଟ ଦୂରରେ ଅବସ୍ଥିତ । ଆସନ୍ତା 9 ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ଲଢେଇ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କ୍ରିକେଟ ଗ୍ରାଉଣ୍ଡରେ ଉଭୟକୁ ସାମ୍ନା କରିବେ । ଏହି ବହୁପ୍ରତିକ୍ଷିତ ମ୍ୟାଚକୁ ଉଭୟ ଦେଶର କ୍ରିକେଟ ପ୍ରେମୀ ଚାହିଁ ରହିଛନ୍ତି ।

ଏହା ବି ପଢନ୍ତୁ- T-20 ବିଶ୍ବକପ: ଜୁନ 9ରେ ଭାରତ-ପାକିସ୍ତାନ ମ୍ୟାଚ, ଟିକେଟ ଦର ଶୁଣିଲେ ଉଡିଯିବ ହୋସ

କହିରଖୁଛି କି ଷ୍ଟାଡିୟମଠାରୁ ହୋଟେଲ ଦୂରତାକୁ ନେଇ ଶ୍ରୀଲଙ୍କା ଟିମ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି । ରିପୋର୍ଟ ଅନୁସାରେ ଷ୍ଟାଡିୟମରୁ ହୋଟେଲରେ ପହଞ୍ଚିବା ଲାଗି ଶ୍ରୀଲଙ୍କା କ୍ରିକେଟରମାନେ ପ୍ରାୟ 1ଘଣ୍ଟାରୁ ଅଧିକ ସମୟ ଯାତ୍ରା କରୁଛନ୍ତି ।

ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଦ୍ୱାରା ଆୟୋଜିତ ହୋଇଥିବା ଟି 20 ବିଶ୍ବକପରେ ଜୁନ 9 ତାରିଖରେ ପାରମ୍ପିରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ । ଏହି ମ୍ୟାଚର ଦାମ ଆକାଶଛୁଆଁ ରହିଛି । ଗୋଟିଏ ଟିକେଟର ମୂଲ୍ୟ 16.65 ଲକ୍ଷ ଟଙ୍କା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.