ETV Bharat / sports

ଭୁବନେଶ୍ବରରେ ହେବ Sports Valley : କ୍ରୀଡାମନ୍ତ୍ରୀ - Sports Minister Suryabanshi Suraj

author img

By ETV Bharat Sports Team

Published : Sep 1, 2024, 7:59 PM IST

Sports Minister Suryabanshi Suraj : କଟକ ଇନଡୋର ଷ୍ଟାଡିୟମରେ ଜାରି ରହିଥିବା ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏକ ବଡ଼ ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ

TAEKWONDO CHAMPIONSHIP AT CUTTACK
TAEKWONDO CHAMPIONSHIP AT CUTTACK (ETV Bharat Odisha)

କଟକ : କ୍ରୀଡ଼ା ଦିଗରେ ଆଉ ପାଦେ ଆଗେଇବ ଓଡିଶା । ଭୁବନେଶ୍ବରରେ ନିର୍ମାଣ ହେବ 'Sports Valley' ସ୍ପୋର୍ଟ୍ସ ଭ୍ୟାଲି । ଯେଉଁଠାରେ ସମସ୍ତ ଅଣ-ପାରମ୍ପାରିକ କ୍ରୀଡାକୁ କରାଯିବ ସ୍ଥାନିତ । ଏନେଇ ରାଜ୍ୟ ସରକାରଙ୍କ ସହ ବିଚାରବିମର୍ଶ ଜାରି ରହିଥିବା କହିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ରବିବାର କଟକ ଇନଡୋର ଷ୍ଟାଡିୟମରେ ଜାରି ରହିଥିବା ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ଏଭଳି ଢଙ୍ଗରେ କ୍ରୀଡାର ବିକାଶ ହେବ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ 3 ଦିନବ୍ୟାପୀ ଚାଲିଥିଲା ଏହି ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ କ୍ରୀଡ଼ାମନ୍ତ୍ରୀ କହିଛନ୍ତି, "ଏଠାରେ ଯେଉଁ କୌଶଳ ବିଶେଷ କରି ବାଳିକାମାନେ ଶିଖୁଛନ୍ତି, ତାହା ସେମାନଙ୍କ ପାଇଁ ଏକ ବଡ଼ ଉପଲବ୍ଧି । କାରଣ ଏହା ଆତ୍ମରକ୍ଷା ଦିଗରେ ବେଶ ସହାୟକ ହୋଇଥାଏ ।" ତେବେ ଆଗମୀ ଦିନରେ ଟାଇକୋଣ୍ଡୋର ବିକାଶ ପାଇଁ ଯାହା ଆବଶ୍ୟକ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ । ଏହା ବ୍ୟତୀତ ଭୁବନେଶ୍ବରରେ ସ୍ଥାପିତ ହେବାକୁ ଯାଉଥିବା 'Sports Valley' ବିଷୟରେ ମନ୍ତ୍ରୀ କହିଛନ୍ତି, "ଏହାକୁ ଏକ କ୍ରୀଡା ଉପତ୍ୟକା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯେତେ ପ୍ରକାର ଅଣ-ପାରମ୍ପାରିକ ଖେଳ ରହିଛି, ସେଗୁଡ଼ିକୁ ସେଠାରେ ସ୍ଥାନିତ କରିବା ପାଇଁ ସରକାରୀସ୍ତରରେ ବିଚାର ବିମର୍ଶ ଚାଲିଛି ।"

ତେବେ ଆଜିଠୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ 18ଟି ଜିଲ୍ଲାରୁ ପ୍ରାୟ 700 ପ୍ରତିଯୋଗୀ ଭାଗନେଇଛନ୍ତି । ବିଭିନ୍ନ ବର୍ଗରେ ସମସ୍ତ ମ୍ୟାଚ୍‌ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଭଲ ପଦର୍ଶନ କରିଥିବା ଖେଳାଳିମାନଙ୍କୁ ଆଗମୀ ଦିନରେ ହେବାକୁ ଥିବା ଜାତୀୟସ୍ତରୀୟ ଖେଳ ପାଇଁ ଚୟନ କରାଯିବ ବୋଲି କହିଛନ୍ତି ରାଜ୍ୟ ସଂଘ ସମ୍ପାଦକ । ଅନ୍ୟପଟେ ଏହି ଖେଳରେ ଅଂଶ ଗ୍ରହଣ କରିଥିବା ଖେଳାଳି ଏହି ପ୍ରତିଯୋଗିତା ବେଶ କଠିନ ହେବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ETV Bharat Exclusive: ଓଡ଼ିଶାର ଗର୍ବ 'ଜୁନିୟର ପିଭି ସିନ୍ଧୁ'; 13 ବର୍ଷିୟା ତନଭି ଏସୀୟ ଚାମ୍ପିୟନ - Odia Badminton Player Tanvi Patri

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.