ETV Bharat / sports

ସ୍ୱଦେଶ ଫେରିଲା ହକି ଟିମ୍; ବିଜୟ ନେଇ ଏମିତି କହିଲେ ଓଡ଼ିଆ ପୁଅ ଅମିତ ରୋହିଦାସ - Amit Rohidas

author img

By ETV Bharat Odisha Team

Published : Aug 11, 2024, 8:34 AM IST

Updated : Aug 11, 2024, 8:48 AM IST

Amit Rohidas Reaction: ସ୍ବଦେଶ ଫେରିଲେ ଭାରତୀୟ ହକି ଟିମ୍‌ । ଏୟାରପୋର୍ଟରେ ଜୋରଦାର ସ୍ବାଗତ । ପଦକ ଜିତି ଖୁସିଥିବା କହିଲେ ଅମିତ ରୋହିଦାସ । ଅଧିକ ପଢନ୍ତୁ

Amit Rohidas
Amit Rohidas (ANI)

ନୂଆଦିଲ୍ଲୀ: ସ୍ବଦେଶ ଫେରିଛନ୍ତି ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲ ବିଜେତା ଭାରତୀୟ ପୁରୁଷ ହକି ଟିମ୍‌ । ହାତରେ ମେଡାଲ ଧରି ଗୌରବର ସହ ଭାରତ ମାଟିରେ ପାଦ ରଖିଛନ୍ତି । ଶନିବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ସମସ୍ତ ଖେଳାଳି । ଏହାପରେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ । ସମସ୍ତ ଖେଳାଳିଙ୍କୁ ସ୍ବାଗତ କରାଯିବା ସହ ଖୁସିରେ ଝୁମି ଉଠିଥିଲା ଦେଶ । ସ୍ବଦେଶ ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଆ ପୁଅ ଅମିତ ରୋହିଦାସ ।

ଅମିତଙ୍କ ପ୍ରତିକ୍ରିୟା: ସେ କହିଛନ୍ତି, ''ଅଲିମ୍ପିକ୍ସରେ ଆମର ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ଆମେ ବହୁତ ଖୁସି ଅନୁଭବ କରୁଛୁ ଏବଂ ସମସ୍ତେ ବିଜୟ ଉତ୍ସବ ପାଳନ କରୁଛନ୍ତି । ଇଣ୍ଡିଆ ହାଉସରେ ଥିବାବେଳେ ଆମକୁ ଭାରତରେ ଥିବା ଭଳି ଲାଗୁଥିଲା । ମୁଁ ବହୁତ ଖୁସି । ଆମକୁ ସେଠାରେ ଭାରତୀୟ ଖାଦ୍ୟ ଖାଇବାକୁ ମିଳିଥିଲା ।'' ହକି ତାରକା ସୁମିତ କହିଛନ୍ତି," ମୋର ଏବଂ ଦଳର ପ୍ରଦର୍ଶନକୁ ନେଇ ମୁଁ ବହୁତ ଖୁସି । ସ୍ୱର୍ଣ୍ଣ ଜିତିନଥିବାରୁ ଆମେ ଟିକେ ନିରାଶ ହୋଇଥିଲୁ । କିନ୍ତୁ ବ୍ରୋଞ୍ଜରେ ମଧ୍ୟ ଆମେ ଖୁସି ଅଛୁ । ଶ୍ରୀଜେଶଙ୍କ ପାଇଁ ଏହା ଏକ ଭଲ ମୁହୂର୍ତ୍ତ ଥିଲା ।''

ଏହା ମଧ୍ୟ ପଢନ୍ତୁ-ପ୍ୟାରିସରୁ ଆସିଲା ଓଡ଼ିଆ ପୁଅ ଅମିତିଙ୍କ ଭିଡିଓ, ଓଡ଼ିଶାବାସୀଙ୍କୁ ଦେଲେ ଧନ୍ୟବାଦ - Amit Rohidas Expresses Gratitude

'ହକି ପ୍ରତି ଭଲ ପାଇବା ଆମ ଦାୟିତ୍ବକୁ ଦ୍ବିଗୁଣିତ କରୁଛି': ଅଧିନାୟକ ହରମନପ୍ରିତ ସିଂ କହିଛନ୍ତି, '' ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ ନକରିବା ସମସ୍ତଙ୍କୁ ନିରାଶ କରିଛି । କିନ୍ତୁ ଲଗାତର 2ଥର ବ୍ରୋଞ୍ଜ ପଦକ ହାସଲ କରିଛୁ । ହକି ପାଇଁ ଏହା ଏକ ବଡ ସଫଳତା । ହକିକୁ ମିଳୁଥିବା ଭଲ ପାଇବା ଆମ ଦାୟିତ୍ବକୁ ଦ୍ୱିଗୁଣିତ କରୁଛୁ । ଆମେ ମଧ୍ୟ ଚେଷ୍ଟା କରିବୁ ଯେତେବେଳେ ବି ପଡ଼ିଆକୁ ଓହ୍ଲାଇବାରୁ ପଦକ ସହିତ ଫେରିବୁ । ଭାରତୀୟ ପ୍ରଶଂସକମାନେ ଆମକୁ ଶୁଭେଚ୍ଛା ଜଣାଉଛି ତେଣୁ ଆମେ ବହୁତ ଖୁସି । ପୁରା ଦେଶ ଆମ ପାଇଁ ଖୁସି ମନାଉଛି, ଏହା ଆମ ପାଇଁ ଏକ ହୃଦୟସ୍ପର୍ଶୀ ମୁହୁର୍ତ୍ତ ।

ଅଲିମ୍ପିକ୍ସ ବିଜେତାଙ୍କୁ ଜୋରଦାର ସ୍ବାଗତ: ଅଲିମ୍ପିକ୍ସରେ ସ୍ପେନକୁ 2-1 ଗୋଲରେ ହରାଇବା ପରେ ବ୍ରୋଞ୍ଜ ପଦକ ଜିତିଥିଲା ଭାରତ । ଏହାପରେ ଚାରିଆଡୁ ଦଳ ଶୁଭେଚ୍ଛାର ସୁଅ ଛୁଟିଥିଲା । 52 ବର୍ଷ ପରେ ଲଗାତାକ ଦୁଇଟି ଅଲିମ୍ପିକ୍ସରେ କାଂସ୍ୟ ଜିତିଥିଲା । ଗତକାଲି ଭାରତୀୟ ହକି ଟିମ୍‌ ବିମାନ ଯୋଗେ ଦିଲ୍ଲୀ ଫେରିଥିଲେ । ଖେଳାଳିଙ୍କୁ ବିମାନରେ ଭବ୍ୟ ସ୍ବାଗତ କରାଯାଇଥିଲା । ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର କ୍ରୀଡା ବିଭାଗ ପକ୍ଷରୁ ଏବଂ ହକି ଇଣ୍ଡିଆ ପକ୍ଷରୁ ସମସ୍ତ ଖେଳାଳିଙ୍କୁ ସ୍ବାଗତ କରାଯାଇଥିଲା । ପ୍ରଥମେ ଦିଲ୍ଲୀ ସ୍ଥିତ ଧ୍ୟାନଚାନ୍ଦ ନ୍ୟାସନାଲ ହକି ଷ୍ଟାଡିୟମକୁ ଖେଳାଳି ମାନେ ଯାଇଥିଲେ । ସେଠାରେ ଧ୍ୟାନଚାନ୍ଦଙ୍କୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

Last Updated : Aug 11, 2024, 8:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.