ETV Bharat / sports

ଜୁନ 30ରୁ OCL; ଆଇପିଏଲ୍‌ ଭଳି ରହିବ ଇମ୍ପାକ୍ଟ ପ୍ଲେୟର ନିୟମ - Odisha Cricket League 2024

author img

By ETV Bharat Odisha Team

Published : Jun 28, 2024, 9:58 PM IST

Odisha Cricket League 2024: 30 ଜୁନରୁ ଆରମ୍ଭ ହେବ ଓଡିଶା କ୍ରିକେଟ ଲିଗ୍‌ । ଟି20 ଫର୍ମାଟରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ 6 ଟିମ ଖେଳିବେ 33 ମ୍ୟାଚ୍‌ । ଆଇପିଏଲ୍‌ର ସବୁ ନିୟମ ରହିବ ସମାନ । ଅଧିକ ପଢ଼ନ୍ତୁ

Odisha Cricket League 2024
Odisha Cricket League 2024 (ETV Bharat Odisha)

କଟକ: ଓଡିଶା କ୍ରିକେଟ ସଂଘ ଆୟୋଜନ କରିବ ଓଡିଶା କ୍ରିକେଟ ଲିଗ୍‌ । ଚଳିତ ମାସ 30 ଜୁନରୁ ଜୁଲାଇ 17 ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ସମସ୍ତ ମୁକାବିଲା । ଟି20 ଫର୍ମାଟରେ ଖେଳାଯିବ ଏହି ଲିଗ୍‌ । ମୋଟ 6 ଟିମ ଏହି ଲିଗ୍‌ରେ ହୋଇଛନ୍ତି ସାମିଲ । ଓଡିଶା ଲାୟନ୍ସ, ଓଡିଶା ଟାଇଗର୍ସ, ଓଡିଶା ଜାଗୁଆର୍ସ, ଓଡିଶା ପୁମାସ, ଓଡିଶା ପାନ୍ଥର୍ସ ଏବଂ ଓଡିଶା ଚିତାସ୍‌ ଏହି ମେଗା ପ୍ରତିଯୋଗୀତାରେ ଦେଖାଇବେ ଦମ ।

ଯଦି ଅଧିନାୟକଙ୍କ କଥା ଦେଖିବା, ତେବେ ଓଡ଼ିଶା ଟାଇଗର୍ସର ଅଧିନାୟକ ଭାର ରାକେଶ ପଟ୍ଟନାୟକଙ୍କ କାନ୍ଧରେ ରହିଛି । ସେହିପରି ଓଡ଼ିଶା ଚିତାସ୍‌ର ଅଧିନାୟକ ରହିଛନ୍ତି ବିପ୍ଳବ ସାମନ୍ତରାୟ । ଓଡ଼ିଶା ପାନ୍ଥର୍ସର ଅଧିନାୟକ ସନ୍ଦୀପ ପଟ୍ଟନାୟକ, ପୁମାସର କାର୍ତ୍ତିକ ବିଶ୍ବାଳ, ଲାୟନ୍ସର ଅଧିନାୟକ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଜାଗୁଆର୍ସର ଅଧିନାୟକ ଭାର ଶାନ୍ତନୁ ମିଶ୍ରଙ୍କ ନିକଟରେ ରହିଛି । ପ୍ରତ୍ୟକ ଟିମ 10ଟି ଲେଖାଏଁ ମ୍ୟାଚ୍‌ ଖେଳିବେ । ମୋଟ 33ଟି ମ୍ୟାଚ୍‌ ଏହି ଲିଗ୍‌ରେ ଖେଳାଯିବ । ଆଇପିଏଲ୍‌ ଭଳି ଲାଲ୍‌ ଓ ସବୁଜ କ୍ୟାପ ମଧ୍ୟ ଅଧିକ ୱିକେଟ୍‌ ଟେକର ଓ ରନ୍‌ ସ୍କୋରରଙ୍କ ପାଇଁ ଉପଲବ୍ଧ କରିଛି ଓଡିଶା କ୍ରିକେଟ ସଂଘ ।

ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ଜାତୀୟ ଟାଇକୋଣ୍ଡୋ ଚମ୍ପିଆନସିପ୍‌, କଟକରେ 22 ରାଜ୍ୟର 700 ପ୍ରତିଯୋଗୀ - Taekwondo Championship in Cuttack

ସେହିପରି DRS ଓ IMPACT PLAYER ନିୟମ ମଧ୍ୟ ଏହି ଲିଗ୍‌ରେ ଲାଗୁ ହେବ । ତେବେ ଯେଉଁମାନେ ରାଜ୍ୟର ଦକ୍ଷ ଖେଳାଳି ରହିଛନ୍ତି, ସେମାଙ୍କୁ ଓସିଏ ଚୟନ କମିଟି ଚୟନ କରିଛି । କଳାହାଣ୍ଡି କପ୍‌ରେ ଭଲ ପ୍ରଦର୍ଶନ କରିଥିବା 40% ନୂଆ ପ୍ରତିଭା ଏହି ଲିଗ୍‌ରେ ସାମିଲ ହୋଇଛନ୍ତି । ପ୍ରତ୍ୟେକ ଦିନ 3ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ । ଏହି ଲିଗ୍‌ରେ ଭଲ ପ୍ରଦର୍ଶନ ହେଲେ ସେମାନଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫିରେ ଖେଳିବାର ସୁଯୋଗ ମିଳିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ତେବେ ଏହିଭଳି ଟି20 ଫର୍ମାଟ୍‌ରେ ଖେଳ ହେବାଦ୍ବାରା ଅନେକ ନୂଆ ନୂଆ ଖେଳାଳି ସାମ୍ନାକୁ ଆସିବେ । ଯାହାକୁ ନେଇ ଓସିଏର ଭିଜନ 2024 ଥିବା ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ସ୍ପଷ୍ଟ କରିଛି ଓସିଏ ।

ଏହା ମଧ୍ୟ ପଢ଼ନ୍ତୁ...ବାରବାଟୀରେ ଭାରତ-ଇଂଲଣ୍ଡ ମୁକାବିଲା, ମ୍ୟାଚ ପାଇଁ ଷ୍ଟାଡିୟମ ପ୍ରସ୍ତୁତ: ଓସିଏ ସମ୍ପାଦକ - Barabati Stadium To host Match

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.