ETV Bharat / sports

ଭିନୋ ମଙ୍କଡ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ; ଅକ୍ଟୋବର 4ରୁ ଆରମ୍ଭ ହେବ ଅଭିଯାନ - Odisha Team for Vinoo Mankad Trophy - ODISHA TEAM FOR VINOO MANKAD TROPHY

Odisha Team for Vinoo Mankad Trophy 2024 : ବିସିସିଆଇ ଘରୋଇ ଋତୁ (2024-25) ଅଧିନରେ ଭିନୋ ମଙ୍କଡ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-19 ଦଳ ଘୋଷଣା କଲା ଓସିଏ । ଅଧିକ ପଢ଼ନ୍ତୁ

OCA Press Meet
OCA Press Meet (ETV Bharat Odisha)
author img

By ETV Bharat Sports Team

Published : Sep 30, 2024, 7:52 PM IST

କଟକ: ଭିନୋ ମଙ୍କଡ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଅଣ୍ଡର-19 ପୁରୁଷ ଦଳ । ସାମ୍ବାଦିକ ସମ୍ମିଳନୀରେ 17 ଜଣିଆ ଦଳ ଘୋଷଣା କଲେ ଓଡ଼ିଶା କ୍ରିକେଟ ଆସୋସିଏସନ ଜୁନିୟର ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ । ଏହି ଦଳରେ ସମ୍ବିତ କୁମାର ବେଜାଙ୍କ କାନ୍ଧରେ ନ୍ୟସ୍ତ ରହିଛି ଅଧିନାୟକ ଭାର । ଆସନ୍ତା ଅକ୍ଟୋବର 4 ତାରିଖରୁ ରାଜସ୍ଥାନର ଜୟପୁରରେ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ଓଡ଼ିଶା ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓସିଏ ।

OCA Press Meet (ETV Bharat Odisha)

ଏମିତି ରହିଛି ଟିମ :-

ସମ୍ବିତ କୁମାର ବେଜାଙ୍କ ନେତୃତ୍ବାଧୀନ ଦଳରେ ହେମନ୍ତ ରଥୀ, ଶ୍ରେୟାଂସ ଭରଦ୍ବାଜ, ସୟଦ ଟି ଅହମ୍ମଦଙ୍କ ଭଳି ଧୂଆଁଧାର ବ୍ୟାଟରଙ୍କୁ ଚୟନ କରିଛି ଓସିଏ । ଟିମରେ ଦୁଇ ୱିକେଟ କିପର ପନକାଲ ମୋକ୍ଷିତ ଓ ଆକାଶ ମହାପାତ୍ରଙ୍କୁ ମିଳିଛି ସୁଯୋଗ । ବୋଲିଂ ବିଭାଗ ଉପରେ ନଜର ପକାଇଲେ, ରୋହିତ ପ୍ରଧାନ, ଅର୍ଣ୍ଣବ ପଟ୍ଟନାୟକ, କୃଷ୍ଣା ମହାନ୍ତିଙ୍କୁ ଦଳରେ ସାମିଲ କରିଛି ଓସିଏ । ଆଗମୀ ଅକ୍ଟୋବର 4 ତାରିଖରୁ ରାଜସ୍ଥାନର ଜୟପୁରରେ ଟିମ୍‌ ଓଡିଶା ଏହାର ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚ୍‌ରେ ମିଜୋରାମକୁ ଭେଟିବ ଓଡିଶା । ଏହାପରେ ପଞ୍ଜାବ, ତାମିଲନାଡୁ, ଜାମୁ-କାଶ୍ମୀର ଓ ତ୍ରିପୁରାକୁ ଭେଟିବ ଭ୍ରମଣକାରୀ ଓଡିଶା । ଓସିଏ ଜୁନିୟର ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ କହିଛନ୍ତି, "ଏହି ଟ୍ରଫି ପାଇଁ ଓଡିଶା ଟିମର ପ୍ରସ୍ତୁତି ଭଲ ରହିଛି । ଅଭ୍ୟାସ ମ୍ୟାଚ୍‌, କ୍ୟାମ୍ପ ଜରିଆରେ ଏହି ମଜଭୁତ ଟିମ ଚୟନ କରାଯାଇଛି । ତେଣୁ ଏହି ପ୍ରତିଯୋଗିତାରେ ଟିମ ଓଡ଼ିଶାର ପଦର୍ଶନ ଭଲ ରହିବ ବୋଲି ଆମେ ଆଶା କରୁଛୁ ।"

ଭିନୋ ମଙ୍କଡ ଟ୍ରଫି ପାଇଁ ଓଡ଼ିଶା ଦଳ :-

ଶ୍ରେୟଂସ ଭରଦ୍ବାଜ, ସମ୍ବିତ କୁମାର ବେଜା (ଅଧିନାୟକ), ହେମନ୍ତ ରଥି, ସୟଦ ଟି ଅହମ୍ମଦ, ପନକାଲ ମୋକ୍ଷିତ (ୱିକେଟ କିପର), ଆକାଶ ମହାପାତ୍ର (ୱିକେଟ କିପର), ଆୟୁଷ ଚାନ୍ଦ, ସୌଭାଗ୍ୟ ଓଝା, ଅଭିନୀତ ପଟ୍ଟନାୟକ, ଆୟୁଷ କେ ସୂତାର, ପନକାଲ ଶସାଂକ, ରୁଦ୍ର ପ୍ରସାଦ ମଲ୍ଲିକ, ଉଦିତ ନାରାୟଣ ଜଟା, ଶ୍ରୀରାଜ ପଟ୍ଟନାୟକ, କ୍ରିଷ୍ଣା ମହାନ୍ତି, ଅର୍ଣ୍ଣବ ପଟ୍ଟନାୟକ, ରୋହିତ ପ୍ରଧାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.