ETV Bharat / sports

ଓଡ଼ିଶାରେ ହକି ହିରୋ: ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଦେଖନ୍ତୁ କାହାକୁ ମିଳିଲା କେତେ - Odisha CM felicitate Hockey Players

author img

By ETV Bharat Sports Team

Published : Aug 21, 2024, 6:56 PM IST

Updated : Aug 21, 2024, 8:18 PM IST

Odisha CM Mohan Majhi felicitates Hockey Players : ଓଡ଼ିଶାରେ ଭାରତୀୟ ହକି ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ଘୋଷଣା ଅନୁଯାୟୀ ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ମିଳିଲା ପୁରସ୍କାର ରାଶି । ଅଧିକ ପଢ଼ନ୍ତୁ

Odisha CM Mohan Majhi felicitates Hockey Players
Odisha CM Mohan Majhi felicitates Hockey Players (ETV Bharat Odisha)

ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସ 2024ରେ ଐତିହାସିକ ବ୍ରୋଞ୍ଜ ମେଡାଲ ଜିତିଥିବା ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଓଡ଼ିଶାରେ ଭାରତୀୟ ହକି ଦଳକୁ ଓଡ଼ିଶାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ବିମାନବନ୍ଦରଠାରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ହୋଇଥିଲା ମେଗା ରୋଡ ସୋ' । ଏହାପରେ ରାଜ୍ୟ ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ୟାରିସ ଅଲିମ୍ପିକ୍ସ 2024ରେ ବ୍ରୋଞ୍ଜ ପଦକ ଜିତି ଦେଶକୁ ଗୌରବାନ୍ବିତ କରିଥିବା ଭାରତୀୟ ହକି ଦଳକୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ଘୋଷଣା ଅନୁଯାୟୀ ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଓଡ଼ିଶାରେ ହକି ହିରୋ (ETV Bharat Odisha)

ବିମାନବନ୍ଦରରେ ଭବ୍ୟ ସ୍ବାଗତ କଲେ କ୍ରୀଡ଼ାମନ୍ତ୍ରୀ :-

ଭାରତୀୟ ହକି ଖେଳାଳିଙ୍କୁ ରାଜ୍ୟକୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଖେଳାଳିମାନଙ୍କ ସ୍ବାଗତ ପାଇଁ ଅନେକ ରାଜନେତା, କ୍ରୀଡାପ୍ରେମୀ ଏବଂ ପାରମ୍ପରିକ ନୃତ୍ୟଶିଳ୍ପୀ ପ୍ରମୁଖ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ । ସେଠାରେ ଭାରତୀୟ ହକି ଦଳକୁ ଭବ୍ୟ ସ୍ବାଗତ କରାଯାଇଥିଲା ।

ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ମେଗା ରୋଡ ସୋ' :-

ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ବିଶାଳ ରୋଡ୍ ସୋ’ କରି ପୁରା ଟିମକୁ କଳିଙ୍ଗ ଷ୍ଟାଡିୟମକୁ ନିଆଯାଇଥିଲା । ଏହି ରୋଡ ସୋ'ରେ ଶହ ଶହ ପ୍ରଶଂସକ ସାମିଲ ହୋଇଥିଲେ । ରାସ୍ତାର ଉଭୟ ପାର୍ଶ୍ବରେ ମଧ୍ୟ ପ୍ରଶଂସକମାନେ ରହି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ :-

ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳ କାଂସ୍ୟ ପଦକ ଜିତି ସାରା ଦେଶବାସୀଙ୍କୁ ଗୌରବାନ୍ବିତ କରିଛି । ଏହି ହକି ତାରକାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ହକି ଟିମ୍‌ର ସମସ୍ତ ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ଖେଳାଳିଙ୍କୁ 15 ଲକ୍ଷ ଏବଂ ସପୋର୍ଟ ଷ୍ଟାଫଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସଙ୍କୁ 4 କୋଟି ଟଙ୍କା ଏବଂ କିମ୍ବଦନ୍ତୀ ତଥା ବିଦାୟୀ ଗୋଲକିପର ପିଆର୍‌ ଶ୍ରୀଜେଶଙ୍କୁ 50 ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ :-

ପ୍ୟାରିସ ଅଲିମ୍ପିକ୍ସ 2024ରେ ଦମଦାର ପ୍ରଦର୍ଶନ କରି ସେମିରେ ପ୍ରବେଶ କରିଥିଲା ଭାରତ । ସେମିଫାଇନାଲରେ ଜର୍ମାନୀଠାରୁ 3-2ରେ ହାରିବା ପରେ କାଂସ୍ୟ ପଦକ ମ୍ୟାଚରେ ସ୍ପେନକୁ 2-1 ଗୋଲରେ ହରାଇଥିଲା । ଏହି ବିଜୟ ସହିତ ଭାରତ ଏହି ଅଲିମ୍ପିକ୍ସରେ ଭାରତ ପାଇଁ କାଂସ୍ୟ ପଦକ ହାସଲ କରିଥିଲା । ତେବେ ଗତ 2020 ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତ କାଂସ୍ୟ ପଦକ ଜିତିଥିଲା । ସେହିମ୍ୟାଚରେ ଭାରତ, ଜର୍ମାନୀଙ୍କୁ 5-4 ଗୋଲରେ ହରାଇଥିଲା । ଭାରତୀୟ ହକି ଟିମ୍ 2020 ବର୍ଷ ପରେ 2024ରେ ପୁଣି ଅଲିମ୍ପିକ୍ସରେ କମାଲ କରିଥିଲା । 52 ବର୍ଷ ପରେ ଲଗାତାର ଭାବେ ଦୁଇଟି ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ଜିତି ଇତିହାସ ରଚିଛି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ହକି ହିରୋଙ୍କୁ ଭବ୍ୟ ସ୍ବାଗତ; ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ମେଗା ରୋଡ ସୋ', ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ - Indian Hockey Team at Odisha

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 21, 2024, 8:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.