ETV Bharat / sports

ଜନ୍ମମାଟିରେ ସୁନାପୁଅ ଅମିତ ରୋହିଦାସ; ଅଲିମ୍ପିକ୍ସ ବିଜୟ ଓ ରେଡକାର୍ଡ ଉପରେ ଦେଲେ ବଡ଼ ବୟାନ - Amit Rohidas gets Warm Welcome

author img

By ETV Bharat Sports Team

Published : Aug 23, 2024, 7:45 PM IST

Amit Rohidas gets Warm Welcome : ଜନ୍ମମାଟିରେ ଭାରତୀୟ ହକି ଦଳର ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସ । ସୁନ୍ଦରଗଡ଼ବାସୀ ଦେଲେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ଅଧିକ ପଢ଼ନ୍ତୁ

Amit Rohidas gets Warm Welcome
Amit Rohidas gets Warm Welcome (ETV Bharat Odisha)

ରାଉରକେଲା: ସୁନ୍ଦରଗଡ଼ ମାଟିରେ ଅଲିମ୍ପିଆନ ତଥା ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସ । ନିଜ ଜନ୍ମମାଟିକୁ ଫେରିବା ପରେ ଆଜି ଅମିତଙ୍କୁ କରାଯାଇଥିଲା ଭବ୍ୟ ସ୍ବାଗତ । ପ୍ୟାରିସ ଅଲିମ୍ପିକ୍ସ 2024ରେ ବ୍ରୋଞ୍ଜ ମେଡାଲ ଜିତି ନିଜ ଜନ୍ମମାଟିକୁ ଫେରିବା ପରେ ସୁନ୍ଦରଗଡ଼ବାସୀଙ୍କଠାରୁ ଭବ୍ୟ ସମ୍ବର୍ଦ୍ଧନା ପାଇଛନ୍ତି ଅମିତ । ଆଜି ଉଭୟ ସୁନ୍ଦରଗଡ଼ ଏବଂ ରାଉରକେଲା ସହରରେ ଅମିତଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । କ୍ରମାଗତ ଦୁଇ ଦୁଇଟି ଅଲିମ୍ପିକ୍ସରେ ଦୁଇ ଦୁଇଥର ବ୍ରୋଞ୍ଜ ମେଡାଲିଷ୍ଟ ଅମିତ ରୋହିଦାସ ଗତକାଲି ନିଜ ଘରକୁ ଫେରିବା ପରେ ତାଙ୍କୁ ଆଜି ନିଜ ଜନ୍ମମାଟିରେ କରାଯାଇଥିଲା ସମ୍ବର୍ଦ୍ଧିତ ।

'ଜନ୍ମମାଟିକୁ ଫେରି ଖୁସି ଲାଗୁଛି' :-

ଅଲିମ୍ପିଆନ ତଥା ଭାରତୀୟ ହକି ଦଳର ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହି ସୁନ୍ଦରଗଡ଼ ମାଟି ହେଉଛି ହକିର ମାଟି । ଦେଶକୁ ବହୁ ହକି ଖେଳାଳି ଏହି ମାଟି ଦେଇଛି ଏବଂ ଆଗାମୀ ସମୟରେ ମଧ୍ୟ ଉଚ୍ଚକୋଟିର ଖେଳାଳି ଦେବ । ଏହି ସୁନ୍ଦରଗଡ଼ ଜିଲ୍ଲାର ଖେଳାଳି ଆଗକୁ ସମସ୍ତ ସୁବିଧା ସୁଯୋଗକୁ ଉପଯୋଗ କରନ୍ତୁ ଏବଂ ଭାରତୀୟ ଦଳ ପାଇଁ ଖେଳନ୍ତୁ । ନିଜ ଗାଁକୁ ଫେରିବା ପରେ ବହୁତ ଖୁସି ଲାଗୁଛି । ବ୍ରୋଞ୍ଜ ମେଡାଲ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବହୁତ ଭଲ ଲାଗିଲା । ସେ ମଧ୍ୟ କହିଲେ ଆଗକୁ ଭଲ ଖେଳିବାକୁ ।"

'ଆମପାଇଁ ଗୋଲ୍ଡଠାରୁ କମ ନୁହେଁ ବ୍ରୋଞ୍ଜ' :-

ବ୍ରୋଞ୍ଜ ମେଡାଲ ଜିତିବା ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଅମିତ । ସେ କହିଛନ୍ତି, "ସମସ୍ତ ଦଳର ଇଛା ଥାଏ ଅଲିମ୍ପିକ ପୋଡିୟମରେ ଛିଡା ହେବା ପାଇଁ । ଗୋଲ୍ଡ ଆଶା ଥିଲା, କିନ୍ତୁ ବ୍ରୋଞ୍ଜ ମଧ୍ୟ ଆମ ପାଇଁ ଗୋଲ୍ଡ ଠାରୁ କମ ନୁହେଁ ।" କ୍ବାର୍ଟର ଫାଇନାଲରେ ରେଡ କାର୍ଡ ପାଇବା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅମିତ । ସେ କହିଛନ୍ତି, "ଯାହା ଅମ୍ପାୟାରଙ୍କୁ ଠିକ ଲାଗିଲା, ତାହା ସେ କରିଲେ । ଆମେ ଏହାପରେ ମଧ୍ୟ ମେଡାଲ ବିଜୟୀ ହେଲୁ, ସେଥିପାଇଁ ବେଶ ଖୁସି ଲାଗୁଛି ।"

ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ :-

ପ୍ୟାରିସ ଅଲିମ୍ପିକ୍ସ 2024ରେ ଦମଦାର ପ୍ରଦର୍ଶନ କରି ସେମିରେ ପ୍ରବେଶ କରିଥିଲା ଭାରତ । ସେମିଫାଇନାଲରେ ଜର୍ମାନୀଠାରୁ 3-2ରେ ହାରିବା ପରେ କାଂସ୍ୟ ପଦକ ମ୍ୟାଚରେ ସ୍ପେନକୁ 2-1 ଗୋଲରେ ହରାଇଥିଲା । ଏହି ବିଜୟ ସହିତ ଭାରତ ଏହି ଅଲିମ୍ପିକ୍ସରେ ଭାରତ ପାଇଁ କାଂସ୍ୟ ପଦକ ହାସଲ କରିଥିଲା । ତେବେ ଗତ 2020 ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତ କାଂସ୍ୟ ପଦକ ଜିତିଥିଲା । ସେହିମ୍ୟାଚରେ ଭାରତ, ଜର୍ମାନୀଙ୍କୁ 5-4 ଗୋଲରେ ହରାଇଥିଲା । ଭାରତୀୟ ହକି ଟିମ୍ 2020 ବର୍ଷ ପରେ 2024ରେ ପୁଣି ଅଲିମ୍ପିକ୍ସରେ କମାଲ କରିଥିଲା । 52 ବର୍ଷ ପରେ ଲଗାତାର ଭାବେ ଦୁଇଟି ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ଜିତି ଇତିହାସ ରଚିଛି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ହକି ହିରୋ: ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଦେଖନ୍ତୁ କାହାକୁ ମିଳିଲା କେତେ - Odisha CM felicitate Hockey Players

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.