ETV Bharat / sports

ଲୁସାନେ ଡାଇମଣ୍ଡ ଲିଗ ଫାଇନାଲରେ ଭାରତର ଗୋଲ୍ଡେନ ବୟ ନୀରଜ, ମାରିଲେ ସିଜିନ ବେଷ୍ଟ ଥ୍ରୋ 89.49 ମିଟର, ଖେଳୁ ନାହାଁନ୍ତି ଅସରଦ - Lausanne Diamond League 2024

author img

By ETV Bharat Sports Team

Published : Aug 23, 2024, 6:28 AM IST

Updated : Aug 23, 2024, 9:10 AM IST

Lausanne Diamond League 2024: ଅଲିମ୍ପିକ୍ ବିଜେତା ଜାଭଲିନ୍ ଥ୍ରୋଅର୍ ତଥା ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ଆଉ ଏକ ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି । ସିଜିନର ବେଷ୍ଟ ଥ୍ରୋ ମାରି ଲୁସାନେ ଡାଇମଣ୍ଡ ଲିଗ ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

ନୀରଜ ଚୋପ୍ରା
ନୀରଜ ଚୋପ୍ରା (AP Photo)

ଲୁସାନେ (ସ୍ବିଜରଲ୍ୟାଣ୍ଡ): ଅଲିମ୍ପିକ୍ ବିଜେତା ଜାଭଲିନ୍ ଥ୍ରୋଅର୍ ତଥା ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ଗୁରୁବାର ଆଉ ଏକ ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି । ସେ ସିଜିନ ବେଷ୍ଟ ଥ୍ରୋ ମାରି ଲୁସାନେ ଡାଇମଣ୍ଡ ଲିଗ ଫାଇନାଲରେ ପହଞ୍ଚିଛନ୍ତି ।

ପ୍ୟାରିସ୍ ଅଲିମ୍ପିକ୍ସରେ ୮୯.୪୫ ମିଟର ଥ୍ରୋ ସହ ରୌପ୍ୟ ପଦକ ଜିତିଥିବା ଭାରତର ତାରକା ଜାଭେଲିନ୍ ଥ୍ରୋ ଆଥଲେଟ୍ ନୀରଜ ଚୋପ୍ରା ସ୍ବିଜରଲ୍ୟାଣ୍ଡରେ ଚାଲିଥିବା ଲୁସାନେ ଡାଇମଣ୍ଡ ଲିଗରେ ସିଜିନ ବେଷ୍ଟ ଥ୍ରୋ 89.49 ମିଟର ମାରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ଆଘାତ ଜନିତ କାରଣରୁ ସମ୍ପୂର୍ଣ୍ଣ ଫର୍ମରେ ନଥିବା ବୟାନ ଦେଇଥିବା ନୀରଜ ଏବେ ଆକ୍ସନକୁ ଆସୁ ଆସୁ କମାଲ କରିଛନ୍ତି । ଅଗଷ୍ଟ ୨୨ରୁ ଏହି ଲିଗ ଆରମ୍ଭ ହୋଇଛି ।

ଏହା ବି ପଢନ୍ତୁ- ଗୋଟିଏ ଦିନରେ YouTubeରୁ ଏତିକି କୋଟି କମାଇଲେ ରୋନାଲ୍ଡୋ, ଜାଣିଲେ ଉଡିଯିବ ହୋସ - Ronaldo YouTube INCOME

ଭାରତର ଡବଲ ଅଲିମ୍ପିକ୍ସ ମେଡାଲ ବିଜେତା ଗୋଲ୍ଡେନ ବୟ ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସ 2024 ଶେଷ ହେବା ପରେ ପୁଣି ଆକ୍ସନରେ । ଲୁସାନେ ଡାଇମଣ୍ଡ ଲିଗରେ ମାରିଛନ୍ତି ନିଜର ସିଜିବ ବେଷ୍ଟ ଥ୍ରୋ । 89.49 ମିଟର ଭାଲା ଭିଙ୍ଗି ଏହି ଜାଭଲିନ ଥ୍ରୋ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି । ଗତକାଲି ଅନୁଷ୍ଠିତ ପ୍ରି- ଫାଇନାଲ ଇଭେଣ୍ଟରେ 6ଥର ଜାଭଲିନ ଫିଙ୍ଗିବା ପରେ ଶେଷ ଉଦ୍ୟମରେ 89.49 ମିଟର ଥ୍ରୋ କରିଛନ୍ତି । ତେବେ ନୀରଜ ଏହି ଥ୍ରୋ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଏହାସହିତ ଏହି ଇଭେଣ୍ଟରେ ପାକିସ୍ତାନର ଅଲିମ୍ପିକ୍ସ ଗୋଲ୍ଡ ମେଡାଲ ବିଜେତା ଅସରଦ ନଦୀମ ସାମିଲ ହୋଇନାହାଁନ୍ତି ।

ଗ୍ରେନାଡାର ଅଣ୍ଡରସନ ପିଟର ସର୍ବାଧିକ 90.61 ମିଟର ଥ୍ରୋ ମାରି ପ୍ରଥମ ସ୍ଥାନରରେ ରହିଥିବା ବେଳେ ଜର୍ମାନୀର ଜୁଲିଆନ ଓ୍ବେବର 88.37 ମିଟର ଭାଲା ଫିଙ୍ଗି ତୃତୀୟ ସ୍ଥାନରେ ରହିଛନ୍ତି । ୟୁକ୍ରେନର ଅର୍ତୁର ଫେଲନର 83.38 ମିଟର ଭାଲା ମାରି 4ର୍ଥରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ପ୍ୟାରିସ ଅଲିମ୍ପିକ୍ସରେ ହାରିବା ପରେ ଟେବୁଲ ଟେନିସ୍ ଛାଡିଲେ ଷ୍ଟାର ପେଡଲର୍, ଆମେରିକାରେ ପଢିବେ ପାଠ - Athlete quit Table Tennis

ତେବେ 89.49 ମିଟର ଥ୍ରୋ ନୀରଜ ଚୋପ୍ରାଙ୍କର ଏହି ସିଜିନର ବେଷ୍ଟ ଥ୍ରୋ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ଦ୍ବିତୀୟ ବେଷ୍ଟ ଥ୍ରୋ । ପୂର୍ବରୁ ଏହି ପ୍ରତିଯୋଗିତାରେ ନୀରଜ 2022 ସଂସ୍କରଣରେ 89.94 ମିଟର ମାରିଥିଲେ ।

ନିକଟରେ ଶେଷ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସ 2024ରେ ନୀରଜ ଚୋପ୍ରା 89.45 ମିଟର ଭାଲା ଫିଙ୍ଗି ଭାରତ ପାଇଁ ସିଲଭର ମେଡାଲ ଜିତିଥିଲେ । ସେ 2020 ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ଜିତିଥିଲେ ।

Last Updated : Aug 23, 2024, 9:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.