ETV Bharat / sports

ଦୋହା ଡାଏମଣ୍ଡ ଲିଗ: ରୌପ୍ୟରେ ସନ୍ତୁଷ୍ଟ ହେଲେ ନୀରଜ - Doha Diamond League 2024

author img

By ETV Bharat Odisha Team

Published : May 11, 2024, 8:32 AM IST

Doha Diamond League 2024: ଦୋହା ଡାଏମଣ୍ଡ ଲିଗରେ ଦ୍ବିତୀୟ ସ୍ଥାନରେ ରହିଲେ ନୀରଜ ଚୋପ୍ରା । ନବମ ସ୍ଥାନରେ ଓଡିଆ ପୁଅ କିଶୋର ଜେନା । ଅଧିକ ପଢନ୍ତୁ

Neeraj Chopra
Neeraj Chopra (@Neeraj_chopra1)

ଦୋହା: ଦୋହା ଡାଏମଣ୍ଡ ଲିଗରେ ରୌପ୍ୟରେ ସନ୍ତୁଷ୍ଟ ହେଲେ ଟୋକିଓ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା । ଚଳିତ ସିଜିନରେ ପ୍ରଥମ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନରେ ରହି ବିଜୟ ଅଭିଯାନ ଆରମ୍ଭ କରିଛନ୍ତି ସୁନା ପୁଅ ନୀରଜ । ସେହିପରି ଏହି ପ୍ରତିଯୋଗିତାରେ ସାମିଲ ହୋଇ ନବମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ ଓଡିଶା ଜାଭେଲିନ ତାରକା କିଶୋର ଜେନା । ଗତବର୍ଷ ଡାଏମଣ୍ଡ ଲିଗରେ ସ୍ବର୍ଣ୍ଣ ଜିତିଥିଲେ ନୀରଜ । କିନ୍ତୁ ଚଳିତ ବର୍ଷ 88. 36 ମିଟିର ଜାଭେଲିନ ଥ୍ରୋ କରି ଦ୍ବିତୀୟ ସ୍ଥାନରେ ରହି ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । 88. 38 ମିଟିର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହିଛନ୍ତି ଚେକ ଗଣରାଜ୍ୟର ଜାକୁହ ଭାଲଡେଟ । ତୃତୀୟ ସ୍ଥାନରେ ରହିଛନ୍ତି ଗ୍ରେନେଡାର ଆଣ୍ଡ୍ରେସନ ପିଟର୍ସ । ସେ 86.62 ମିଟିର ଜାଭେଲିନ ଥ୍ରୋ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଶ୍ବର ଶ୍ରେଷ୍ଠ ଆଥଲେଟ ପୁରସ୍କାର ଦୌଡରେ ସୁନା ପୁଅ ନୀରଜ

ନୀରଜଙ୍କ ପ୍ରଥମ ପ୍ୟାସ ଫାଉଲ ହୋଇଥିଲା । ଦ୍ବିତୀୟ ପ୍ରୟାସରେ ସେ ଜାଭେଲିନକୁ 84.94 ମିଟର ଥ୍ରୋ କରିଥିଲେ । ପରେ ତୃତୀୟ ପ୍ରୟାସରେ 86.24, ଚତୁର୍ଥ ପ୍ରୟାସରେ 86.18 ମିଟର ଥ୍ରୋ କରିଥିଲେ । କିନ୍ତୁ ପଞ୍ଚମ ପ୍ରୟାସରେ ତାଙ୍କର ପ୍ରଦର୍ଶନ ନିମ୍ନଗାମୀ ହୋଇଥିଲା । 82.28 ମିଟର ଜାଭେଲିନ ଥ୍ରୋ କରି ଦ୍ବିତୀୟ ସ୍ଥାନରେ ରହିଥିଲେ । ଅନ୍ତିମ ତଥା ଷଷ୍ଠ ପର୍ଯ୍ୟାୟରେ ତିନି ପ୍ରତିଯୋଗୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ନୀରଜ ତାଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରି ମଧ୍ୟ ଦ୍ବିତୀୟ ସ୍ଥାନରେ ରହିଥିଲେ । ସେ 88.36 ମିଟର ଜାଭେଲିନ ଥ୍ରୋ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଏସିଆଡ ପଦକ ବିଜେତାଙ୍କୁ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ ସମ୍ବର୍ଦ୍ଧନା

ଗତବର୍ଷ ଦୋହା ଡାଏମଣ୍ଡ ଲିଗରେ ସେ ସ୍ବର୍ଣ୍ଣ ହାସଲ କରିବା ବେଳେ ଚଳିତ ବର୍ଷ ଏହି ଟାଇଟଲ ବଜାୟ ରଖିବାରେ ସେ ସଫଳ ହୋଇନାହାନ୍ତି । ସେହିପରି ଓଡିଆ ପୁଅ କିଶୋର ଜେନା ପ୍ରଥମ ପ୍ରୟାସରେ 75.72 ମିଟର ଜାଭେଲିନ ଥ୍ରୋ କରିଥିଲେ । ଦ୍ବିତୀୟ ପ୍ରୟାସ ଫାଉଲ ହୋଇଥିଲା, ତୃତୀୟ ପ୍ରୟାସରେ ସେ 76.31 ମିଟର ଜାଭେଲିନ ଫିଙ୍ଗି ନବମ ସ୍ଥାନରେ ରହିଥିଲେ । 2023 ଦୋହା ଡାଏମଣ୍ଡ ଲିଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ନୀରଜ ଚୋପ୍ରା । ବିଶ୍ବ ବିଜେତା ଆଣ୍ଡରସନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଥିଲେ ନୀରଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.