ETV Bharat / sports

NATIONAL SPORTS DAY HISTORY; କାହିଁକି ଆଜିର ଦିନକୁ ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ ? ଜାଣନ୍ତୁ ଇତିହାସ ଏବଂ ମହତ୍ବ - National Sports Day 2024 - NATIONAL SPORTS DAY 2024

National Sports Day 2024: ଦିବସ ଅବସରରେ ଭାରତର କ୍ରୀଡା କ୍ଷେତ୍ରକୁ ଆହୁରି ଆଗକୁ ନେବାପାଇଁ ଆସନ୍ତୁ ଆମେ ସମସ୍ତେ ଶପଥ ନେବା । ଅଧିକ ପଢନ୍ତୁ

ରାଷ୍ଟ୍ରୀୟ କ୍ରୀଡା ଦିବସ 2024
ରାଷ୍ଟ୍ରୀୟ କ୍ରୀଡା ଦିବସ 2024 (ETV Bharat Odisha)
author img

By ETV Bharat Sports Team

Published : Aug 29, 2024, 12:22 PM IST

Updated : Aug 29, 2024, 3:19 PM IST

ନୂଆଦିଲ୍ଲୀ: ମହାନ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ । ଏହି ଦିବସ ଅବସରରେ ଭାରତର କ୍ରୀଡା କ୍ଷେତ୍ରକୁ ଆହୁରି ଆଗକୁ ନେବାପାଇଁ ଆସନ୍ତୁ ଆମେ ସମସ୍ତେ ଶପଥ ନେବା । ସୁସ୍ଥ ଜୀବନ ସହ କ୍ରୀଡା କ୍ଷେତ୍ରରେ ଯୁବବର୍ଗଙ୍କ ଅଧିକରୁ ଅଧିକ ଯୋଗଦାନକୁ ସୁନିଶ୍ଚିତ କରିବା । ମହାନ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜାତୀୟ କ୍ରୀଡା ଦିବସ ଅବସରରେ ଦେଶର ସମସ୍ତ କ୍ରୀଡାବିତଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା।

ଏହା ବି ପଢନ୍ତୁ- BCCI VS ICC SALARY; ICCରୁ କେତେ ସାଲାରୀ ନେବେ ଶାହ ? ଜାଣିଲେ ଉଡଯିବ ହୋସ, ଏତିକି ଦରମା ଦେଉଥିଲା BCCI - JAY SHAH ICC CHAIRMAN

ପ୍ରତି ବର୍ଷ ଅଗଷ୍ଟ 29 ତାରିଖକୁ ଭାରତରେ ରାଷ୍ଟ୍ରୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଦେଶର ମହାନ କ୍ରୀଡାବୀତଙ୍କୁ ଉତ୍ସର୍ଗୀକୃତ । ଏହା ସହିତ ମହାନ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଅବଦାନକୁ ସ୍ମରଣ କରାଯାଇଥାଏ । ଆଜିର ଦନ ମହାନ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ।

ଏହା ବି ପଢନ୍ତୁ- Virat Kohli Deepfake video; କୋହିଲଙ୍କ ଡିପ୍‌ଫେକ୍ ଭିଡିଓ ଭାଇାଲ; 'ଟିମ୍ ଇଣ୍ଡିଆରେ ଜଣେ ହିଁ ବିରାଟ କୋହଲି, ଗିଲଙ୍କୁ ସମାଲୋଚନା' - Virat Kohli Deepfake video

ଅଗଷ୍ଟ 29 ତାରିଖ 1905 ମସିହାରେ ଜନ୍ମ ଗ୍ରହଣ କରିଥିଲେ ମେଜର ଧ୍ୟାନଚାନ୍ଦ । ଗୁଜୁରାଟ ଅହମ୍ମଦାବାଦରେ ଏକ ରାଜପୁତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ତେବେ ତାଙ୍କ ପିତା ସମେଶ୍ବର ସିଂଙ୍କ ପରେ ସେ ମଧ୍ୟ ଭାରତୀୟ ସେନାରେ ଯୋଗ ଦେଇଥିଲେ । ପରେ କ୍ରୀଡା କ୍ଷେତ୍ରକୁ ଓହ୍ଲାଇଥିଲେ ମେଜର ଧ୍ୟାନଚାନ୍ଦ । ଭାରତୀୟ ହକିର ବେତାଜ ବାଦଶାହ ମେଜର ଧ୍ୟାନଚାନ୍ଦଙ୍କ ପ୍ରକୃତ ନାମ ଧ୍ୟାନ ସିଂ । ତେବେ ସେ କେବଳ ରାତିରେ ଜହ୍ନ ଆଲୁଅରେ ହକି ଅଭ୍ୟାସ କରୁଥିଲେ, ସେଥିପାଇଁ ତାଙ୍କ ସାଥୀ ଖଳାଳି ତାଙ୍କ ନାମ ଧ୍ୟାନ ଚାନ୍ଦ ରଖିଥିଲେ । ସେ ତାଙ୍କ 22 ବର୍ଷର ହକି କ୍ୟାରିଅରରେ ଦେଶ ପାଇଁ 400ଟି ଗୋଲ କରିଛନ୍ତି । ଭାରତୀୟ ହକି ଦଳର ଅଧିନାୟକ ଭାବେ 3ଟି ଅଲିମ୍ପିକ୍ସ ଗୋଲ୍ଡ ଜିତିଛନ୍ତି ।

କାହିଁକି କ୍ରୀଡା ଦିବସ-

ଚଳିତ ବର୍ଷ କ୍ରୀଡା ଦିବସରେ ଦେଶବାସୀ ଘରୁ ବାହାରି ଆସି ପଡିଆରେ ଖେଳିବାକୁ ଅପିଲ କରିଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଅତି କମରେ ମାତ୍ର ଏକ ଘଣ୍ଟା ପାଇଁ ଆଉଟଡୋର ଖେଳ ଖେଳିବାକୁ କହିଛନ୍ତି ମନ୍ତ୍ରୀ । ଏହା ସହିତ ଫିଟ୍ ଇଣ୍ଡିଆରେ ସାମିଲ ହେବାକୁ କହିଛନ୍ତି ମନ୍ତ୍ରୀ । ତେବେ କ୍ରୀଡା ଦ୍ବାରା ସମାଜରେ ଶାନ୍ତି ଏବଂ ପ୍ରଗତି ଆସି ପାରିବ ବୋଲି କହିଛନ୍ତି ମନ୍ତ୍ରୀ ।

କ୍ରୀଡାରେ କାହିଁକି ଫେଲ୍ ଭାରତ-

ଭାରତ ଜନସଂଖ୍ୟା 140 କୋଟିରୁ ଅଧିକ । କିନ୍ତୁ ଅଲିମ୍ପିକ୍ସରେ ଦେଶ ଆଜିବ ଗୋଲ୍ଡ ଜିତିବାକୁ ସଂଘର୍ଷ କରୁଛି । ଦେଶ କ୍ରୀଡାବିତ ଅଲିମ୍ପିକ୍ସରେ ମାତ୍ର 6 ପଦକ ଜିତିଛନ୍ତି ନିକଟରେ ଶେଷ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସରେ । ତେଣୁ ଭାରତ ଯେ ପର୍ଯ୍ୟନ୍ତ କ୍ରୀଡାରେ ଶ୍ରଷ୍ଠ ପ୍ରଦର୍ଶନ ନକରିଛି, କ୍ରୀଡାରେ ଭାରତ ଫେଲ ବୋଲି କୁହାଯାଉଛି ।

Last Updated : Aug 29, 2024, 3:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.