ETV Bharat / sports

ଜାତୀୟ ଖୋଖୋ ପ୍ରତିଯୋଗିତା ଉଦଯାପିତ, ପୁରୁଷ ଓ ମହିଳା ବର୍ଗରେ ଓଡ଼ିଶା ଚମ୍ପିଆନ

ଜାତୀୟ ଖୋଖୋ ପ୍ରତିଯୋଗିତାରେ ଚମ୍ପିଆନ ହେଲା ଓଡ଼ିଶାର ମହିଳା ଓ ପୁରୁଷ ଦଳ । ବିଜୟୀ ଦଳକପ ଟ୍ରଫି ପ୍ରଦାନ କଲେ ସ୍ବସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

author img

By ETV Bharat Odisha Team

Published : 10 hours ago

NATIONAL KHO KHO CHAMPIONSHIP
NATIONAL KHO KHO CHAMPIONSHIP (ETV BHARAT ODISHA)

ବଲାଙ୍ଗୀର: କଣ୍ଟାବାଞ୍ଜି ଠାରେ ଆୟୋଜିତ ହେଉଥିବା ଜାତୀୟ ଖୋଖୋ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ଏଥରେ ଦେଶର 12ଟି ରାଜ୍ୟର 18ଟି ଟିମ୍ ଭାଗ ନେଇଥିବା ବେଳେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଓଡ଼ିଶା ଦଳ ଚମ୍ପିଆନ ହୋଇଛି । ଗୁଜରାଟ ଦଳ ରନର୍ସ ଅପ୍ ହୋଇଛି । ଜାତୀୟ ଖୋଖୋ ସଂଘ, ସେଭେନ୍ ବ୍ଲକ ଜାତୀୟ ଖୋ ଖୋ ସଂଘ, ଓଡ଼ିଶା ରାଜ୍ୟ ଖୋ ଖୋ ସଂଘ ଓ କଣ୍ଟାବାଞ୍ଜି କ୍ରୀଡା ସଂଘ ଏହାର ଆୟୋଜନ କରିଥିଲା ।

ଉଦଯାପିତ ହେଲା ପ୍ରତିଯୋଗିତା:

ଗତକାଲି ଫାଇନାଲ ମ୍ୟାଚ ସହ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଓଡ଼ିଶା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇ ଫାଇନାଲ ମ୍ୟାଚ ଦେଖିଥିଲେ । କଣ୍ଟାବାଞ୍ଜି କ୍ରୀଡା ସଂଘ ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ ବିଧାୟକ ନବୀନ ଜୈନ, ଜିଲ୍ଲା ବିଜେପି ସଭାପତି ଶିବାଜି ମହାନ୍ତି, ବଲାଙ୍ଗୀର କ୍ରୀଡା ସଂଘର ସଦୟ ବିଜୟ ବଂଶଲ, ଜାତୀୟ ଖୋ ଖୋ ସଂଘ ସାଧାରଣ ସମ୍ପାଦକ ସନ୍ତୋଷ ପାଲ, ରାଜ୍ୟ ଖୋ ଖୋ ସଂଘ ସାଧାରଣ ସମ୍ପାଦକ ବିଜୟା ନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଜୟୀ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

ଏହା ମଧ୍ୟ ପଢନ୍ତୁ-ଚିନ୍ନାସ୍ବାମୀରେ ଇତିହାସ ରଚିଲା କିୱି, 36 ବର୍ଷ ପରେ ଭାରତ ମାଟିରେ ଟିମ୍‌ ଇଣ୍ଡିଆକୁ ହରାଇଲା

ଓଡ଼ିଶା ଚମ୍ପିଆନ:

NATIONAL KHO KHO CHAMPIONSHIP
national kho kho championship national kho kho championship (ETV BHARAT ODISHA)

ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଓଡ଼ିଶା ତୃତୀୟ ଥର ପାଇଁ ଚମ୍ପିଆନ ହୋଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଜାତୀୟ ଖୋ ଖୋ ପ୍ରତିଯୋଗିତା ଦେଖିବା ପାଇଁ କଣ୍ଟାବାଞ୍ଜିରେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା । ଦର୍ଶକ ସମସ୍ତ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

ରାଜ୍ୟ ଖୋ ଖୋ ସଂଘ ସାଧାରଣ ସମ୍ପାଦକ ବିଜୟା ନନ୍ଦ ମହାପାତ୍ର କହିଛନ୍ତି" କଣ୍ଟାବାଞ୍ଜି ଠାରେ ଆୟୋଜିତ ହୋଇଥିବା ଏହି ଖୋ ଖୋ ପ୍ରତିଯୋଗିତା ଅତି ସୁନ୍ଦର ଭାବରେ ସମାହିତ ହୋଇଛି। ଯେଉଁଥିରେ ଓଡ଼ିଶା ସବୁ ବର୍ଗରେ ଚମ୍ପିଆନ ହୋଇଥିବା ବେଳେ ଗୁଜରାଟ ରନର୍ସ ଅପ୍ ହୋଇଛି । ଏହି ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ।''

ଜାତୀୟ ଖୋ ଖୋ ସଂଘ ସାଧାରଣ ସମ୍ପାଦକ ସନ୍ତୋଷ ପାଲ କହିଛନ୍ତି " କଣ୍ଟାବାଞ୍ଜି ଏଭଳି ଏକ ଜାତୀୟ ସ୍ତରୀୟ ଆୟୋଜନ ହେବା ସମସ୍ତଙ୍କ ଉଦ୍ୟମ କ୍ରମେ ସଫଳ ହୋଇଛି । ଏଥିରେ ସବୁ ଦଳ ବେଶ ଖେଳ ପ୍ରଦର୍ଶନ କରିଥିବା ବେଳେ ଦର୍ଶକ ସମସ୍ତଙ୍କୁ ଖୁବ ଉତ୍ସାହିତ ଦେଇଥିଲେ। ଆୟୋଜକ ସଠିକ ଦାୟିତ୍ଵ ତୁଲାଇଥିବାରୁ ପ୍ରତିଯୋଗିତା ସଫଳ ହୋଇଛି । " ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି " ଜାତୀୟ ସ୍ଥରୀୟ ଖୋ ଖୋ ଆୟୋଜନ ଅତି ସୁନ୍ଦର ଭାବରେ ହୋଇଛି । ସମସ୍ତ ଖେଳାଳି ତଥା ଦଳକୁ ଶୁଭେଚ୍ଛା ଓ ଧନ୍ୟବାଦ । ''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.