ETV Bharat / sports

ପାଣ୍ଡ୍ୟାଙ୍କୁ କଟାକ୍ଷ କଲେ ନତାଶା ! କହିଲେ ପ୍ରେମ କେବେ ଅପମାନିତ କରେ ନାହିଁ - Hardik Pandya and Natasa Divorce

author img

By ETV Bharat Sports Team

Published : Aug 27, 2024, 7:23 PM IST

Hardik Pandya and Natasa Divorce : ଭାରତୀୟ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ପତ୍ର ଦେଇଥିବା ତାଙ୍କ ମଡେଲ ପତ୍ନୀ ନତାଶା ଷ୍ଟାନକୋଭିକ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଛାଡ଼ପତ୍ରର କାରଣ ! ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

HARDIK PANDYA AND NATASA
HARDIK PANDYA AND NATASA (ETV Bharat Odisha)

ହାଇଦ୍ରାବାଦ : ଭାରତୀୟ ଷ୍ଟାର କ୍ରିକେଟର ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ବର୍ଷ ତାଙ୍କ ମଡେଲ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କଠାରୁ ଛାଡ଼ପତ୍ର ପାଇଛନ୍ତି । ଉଭୟ ପ୍ରେମ ବିବାହ କରିବା ପରେ ସେମାନଙ୍କର ଗୋଟିଏ ପୁଅ ମଧ୍ୟ ହୋଇଥିଲା । ହେଲେ ହଠାତ ଷ୍ଟାର ଦମ୍ପତି ଅଲଗା ହେବାର କାରଣ କଣ, ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହେଲା ନାହିଁ । ଏବେ ବିଭିନ୍ନ ସମୟରେ ଉଭୟ ହାର୍ଦ୍ଦିକ ଓ ନତାଶା ନିଜ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରୁଥିବା ବିଭିନ୍ନ ଷ୍ଟୋରୀକୁ ନେଇ ସେମାନଙ୍କ ବିଚ୍ଛେଦର କାରଣ ସହିତ ଯୋଡୁଛନ୍ତି ନେଟିଜେନ୍ସ । ଏହି କ୍ରମରେ ନତାଶା ନିକଟରେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ କ୍ରିପ୍ଟିକ ନୋଟ ସେୟାର କରିଛନ୍ତି । ଯାହା ସେମାନଙ୍କ ବିଚ୍ଛେଦ ପଛର ରହସ୍ୟ ବୋଲି ୟୁଜର୍ସମାନେ ଅନୁମାନ କରିଛନ୍ତି ।

Natasa Stankovic Instagram Story
Natasa Stankovic Instagram Story (Natasa Instagram)

କଣ ଲେଖିଛନ୍ତି ନତାଶା ? :-

ଯଦିଓ ନତାଶା କିମ୍ବା ହାର୍ଦ୍ଦିକ ସେମାନଙ୍କ ବିବାହ ବିଚ୍ଛେଦ ପଛର କାରଣ ସର୍ବସାଧାରଣରେ ଖୋଲି କହିନାହାନ୍ତି, ହେଲେ ନତାଶାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଅନେକ କିଛି କଥା କହୁଛି । ନତାଶା ନିଜ ଷ୍ଟୋରୀରେ ଏପରି ଏକ ନୋଟ ସେୟାର କରି ପ୍ରେମର ସଂଜ୍ଞା ବର୍ଣ୍ଣନା କରିଛନ୍ତି । ଏହି ନୋଟରେ ଲେଖିଥିଲା, 'ପ୍ରେମ ଧୈର୍ଯ୍ୟବାନ ଏବଂ ଦୟାଳୁ ଅଟେ । ଏହା ଈର୍ଷାପରାୟଣ ହେବା ଉଚିତ ନୁହେଁ । ପ୍ରେମ ଅନ୍ୟମାନଙ୍କୁ ଅପମାନିତ କରେ ନାହିଁ । ପ୍ରେମ ସ୍ବାର୍ଥପର ନୁହଁ । ଏହା ସହଜରେ କ୍ରୋଧିତ ହୁଏ ନାହିଁ । ପ୍ରେମ ଭୁଲକୁ ସହ୍ୟ କରେ ନାହିଁ ଏବଂ ପ୍ରେମ ସର୍ବଦା ସୁରକ୍ଷା କରେ ।" ତେବେ ପୂର୍ବରୁ ହାର୍ଦ୍ଦିକଙ୍କ ଅହଙ୍କାର କାରଣରୁ ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବା ଚର୍ଚ୍ଚା ହେଉଥିଲା । ଏବେ ନତାଶା ଏଭଳି ନୋଟ ସେୟାର କରିବା ପରେ ଏହା ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, ଏଥିରେ କିଛି ସତ୍ୟତା ଥାଇପାରେ ।

2020ରେ ବିବାହ, 24ରେ ବିଚ୍ଛେଦ :-

ଭାରତୀୟ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବହୁ ଦିନ ଧରି ନତାଶାଙ୍କୁ ଡେଟ୍‌ କରିବା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ପ୍ରଥମେ ଜାନୁଆରୀ 1, 2020ରେ ଉଭୟ ଇଣ୍ଟିମେଟ ସେରିମନିରେ ନିର୍ବନ୍ଧ କରିଥିଲେ । ଏହାପରେ କୋଭିଡ ସମୟରେ ସେହିବର୍ଷ ମେ 31ରେ ବିବାହ କରିଥିଲେ । ଏହାପରେ ବିବାହର କେବଳ 2 ମାସ ମଧ୍ୟରେ, ଜୁଲାଇ 30 ତାରିଖରେ ଉଭୟ ପୁତ୍ର ସନ୍ତାନ ଅଗସ୍ତ୍ୟକୁ ସ୍ବାଗତ କରିଥିଲେ । ନତାଶା ଓ ହାର୍ଦ୍ଦିକ ଦ୍ବିତୀୟ ଥର ଲାଗି ଫେବୃଆରୀ 14, 2023ରେ ଗ୍ରାଣ୍ଡ ୱେଡିଂରେ ପୁଣି ଥରେ ବିବାହ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ଓ ସେମାନଙ୍କ ବିଚ୍ଛେଦ ନେଇ ବହୁ ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା । ଶେଷରେ ଜୁଲାଇ 18, 2024ରେ ଉଭୟ ନିଜ ନିଜ ସୋସିଆଲ ମିଡିଆରେ ସେମାନଙ୍କ ବିବାହ ବିଚ୍ଛେଦ ନେଇ ପୋଷ୍ଟ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଏହି କ୍ରିକେଟରମାନେ ମୈଦାନରେ ହିରୋ; ହେଲେ ବିବାଦୀୟ ପ୍ରେମ ଓ ବୈବାହିକ ଜୀବନରେ ହୋଇଛନ୍ତି କ୍ଲିନ-ବୋଲ୍ଡ - Love Affairs of Indian Cricketers

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.