ETV Bharat / sports

ଶାକିବ ଅଲ୍‌ ହାସନଙ୍କ ନାଁରେ ହତ୍ୟା ମାମଲା; ବାଂଲାଦେଶ କ୍ରିକେଟକୁ ବଡ଼ ଝଟ୍‌କା - Murder Case Against Shakib Al Hasan - MURDER CASE AGAINST SHAKIB AL HASAN

Murder Case Against Shakib Al Hasan : ବାଂଲାଦେଶୀ ଷ୍ଟାର କ୍ରିକେଟର ଶାକିବ ଅଲ୍‌ ହାସନଙ୍କ ନାଁରେ ହତ୍ୟା ମାମଲା ରୁଜୁ କଲା ଢାକା ପୋଲିସ । ଜାଣନ୍ତୁ କ'ଣ ରହିଛି ମାମଲା,

Shakib Al Hasan
Shakib Al Hasan (ETV Bharat)
author img

By ETV Bharat Sports Team

Published : Aug 23, 2024, 5:29 PM IST

ଢାକା (ବାଂଲାଦେଶ) : ଅଡ଼ୁଆରେ ବାଂଲାଦେଶର ଷ୍ଟାର କ୍ରିକେଟର ତଥା ଅଲରାଉଣ୍ଡର ଶାକିବ ଅଲ୍‌ ହାସନ । ବର୍ତ୍ତମାନ ପାକିସ୍ତାନ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଶାକିବଙ୍କ ନାଁରେ ରୁଜୁ ହୋଇଛି ହତ୍ୟା ମାମଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବାଂଲାଦେଶରେ ଦେଖା ଦେଇଥିବା ହିଂସାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଯାହାଙ୍କ ପରିବାର ଏନେଇ ଶାକିବଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

କ'ଣ ଥିଲା ଘଟଣା ? :-

ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଆରକ୍ଷଣକୁ ନେଇ ବାଂଲାଦେଶରେ ଦେଖାଦେଇଥିବା ଆନ୍ଦୋଳନରେ ଭାଗ ନେଇଥିଲେ ରୁବେଲ ନାମକ ଜଣେ ଯୁବକ । ଅଗଷ୍ଟ 7ରେ ବାଂଲାଦେଶର ଅଦାବୋରସ୍ଥିତ ରିଙ୍ଗ ରୋଡରେ ଆୟୋଜିତ ରାଲିରେ ରୁବେଲ ସାମିଲ ହୋଇଥିଲେ । ଏତିକି ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ତାଙ୍କ ଛାତି ଓ ତଳିପେଟରେ ଗୁଳି ବାଜିବାରୁ ରୁବେଲଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣା ପଛରେ ଶାକିବଙ୍କ ହାତ ଥିବା ରୁବେଲଙ୍କ ବାପା ଅଭିଯୋଗ ଆଣିଥିଲେ । ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଶାକିବଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଥିବା ଢାକା ଟ୍ରିବ୍ୟୁନରେ ପ୍ରକାଶ ପାଇଛି ।

ରୁଜୁ ହେଲା ହତ୍ୟା ମାମଲା :-

ରିପୋର୍ଟକୁ ଯଦି ବିଶ୍ବାସ କରାଯାଏ, ମୃତ ଯୁବକ ରୁବେଲଙ୍କ ବାପା ରଫିକୁଲ ଇସଲାମ ଢାକା ଥାନାରେ ଶାକିବଙ୍କ ସମେତ ଅନେକ ଲୋକଙ୍କ ନାଁରେ ଏଫ୍‌ଆଇଆର ଦେଇଥିଲେ । ସେହି ଏଫ୍‌ଆଇଆର୍‌ ଅନୁଯାୟୀ ପୋଲିସ ରୁଜୁ କରିଥିବା ମାମଲାରେ କ୍ରିକେଟର ତଥା ନେତା ଶାକିବ ଅଲ୍‌ ହାସନ ହେଉଛନ୍ତି 28ତମ ଅଭିଯୁକ୍ତ । ସେହିପରି ବାଂଲାଦେଶର ଚର୍ଚ୍ଚିତ ଅଭିନେତା ଫେର୍ଡସ ଅହମ୍ମଦଙ୍କୁ ମଧ୍ୟ ଏଫ୍‌ଆଇଆର୍‌ରେ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ପୋଲିସ ଏହି ମାମଲାରେ ମୋଟ 155 ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଏଥିରେ ଶେଖ ହାସିନାଙ୍କ ନାଁ ମଧ୍ୟ ରହିଛି । ଘଟଣାରେ 400ରୁ 500 ଅଜଣା ଲୋକଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଯାଇଛି ।

ସାଂସଦ ପଦରୁ ହଟିଛନ୍ତି ଶାକିବ :-

2024 ବାଂଲାଦେଶ ସାଧାରଣ ନିର୍ବାଚନ ଲଢ଼ିବା ପାଇଁ 2023ରେ ଶେଖ ହାସିନାଙ୍କ ଶାସକ ଦଳ ଆୱାମୀ ଲିଗ୍‌ରେ ଯୋଗ ଦେଇଥିଲେ । 2024ରେ ସେ ମାଗୁରା ଲୋକସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ମଧ୍ୟ ହୋଇଥିଲେ । ତେବେ ଆରକ୍ଷଣକୁ ନେଇ ବାଂଲାଦେଶରେ ବ୍ୟାପକ ହିଂସା ପରେ ଦେଶରୁ ହାସିନା ସରକାର ଭାଙ୍ଗିବା ସହ ଶାକିବ ଅଲ୍‌ ହାସନ ମଧ୍ୟ ନିଜ ପଦ ହରାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କ୍ରିକେଟରୁ ଅବସର ଘୋଷଣା କଲେ ରାହୁଲ ! ସୋସିଆଲ ମିଡିଆରେ ପୋଷ୍ଟ କରି.. - KL Rahul Retirement Post Viral

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.