ହାଇଦ୍ରାବାଦ: ଆଇପିଏଲ ଇତିହାସରେ ପ୍ରଥମ । 30ତମ ମ୍ୟାଚରେ ରେକର୍ଡ ବର୍ଷା । ଚିନ୍ନାସ୍ବାମୀରେ ଆରିସିବି ଓ ଏସଆରଏଚ ମଧ୍ୟରେ ଖେଳାଯାଇଥିବା ହାଇସ୍କୋରିଂ ମ୍ୟାଚରେ ଏକାଧିକ ରେକର୍ଡ ହୋଇଛି । ଟି 20ରେ ସର୍ବାଧିକ ରନ ଏହି ମ୍ୟାଚରେ ସଂଗୃହୀତ ହୋଇଛି । 40 ଓଭରରେ ଦୁଇ ଦଳ ମିଶି 549 ରନ କରିଛନ୍ତି । ହାଇଦ୍ରାବାଦ 3 ଓ୍ବିକେଟ ହରାଇ 287 ରନ କରିଥିବା ବେଳେ ବେଙ୍ଗାଲୁରୁ 7 ଓ୍ବିକେଟ ହରାଇ 262 ରନ କରିଥିଲା । ଆଇପିଏଲର ଗୋଟିଏ ମ୍ୟାଚରେ ଏହା ସର୍ବାଧିକ ସ୍କୋର ହୋଇଥିବା ବେଳେ ପୁରୁଷ ଟି 20ରେ ମଧ୍ୟ ସର୍ବାଧିକ । ପୂର୍ବରୁ ହାଇଦ୍ରାବାଦ ଓ ମୁମ୍ବାଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ 523 ରନ ସଂଗୃହୀତ ହୋଇଥିଲା । ଏହି ମ୍ୟାଚରେ 38ଟି ଛକା ଓ 43ଟି ଚୌକା ହୋଇଛି ।
ଏହା ମଧ୍ୟ ପଢନ୍ତୁ- ଆଇପିଏଲରେ ସର୍ବାଧିକ ସ୍କୋର, ୨୭୭ ରନ୍ କରି ରେକର୍ଡ କଲା ସନରାଇଜର୍ସ - IPL2024
ଛକା ମାରିବାରେ ରେକର୍ଡ ଭାଙ୍ଗିଲା ହାଇଦ୍ରାବାଦ: ହାଇଦ୍ରାବାଦ ଓ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମୋଟ 38ଟି ଛକା ଓ 43ଟି ଚୌକା ହୋଇଛି । ହାଇଦ୍ରାବାଦ ଟିମର ବ୍ୟାଟର ଗୋଟିଏ ପାଳିରେ ସର୍ବାଧିକ 22ଟି ଛକା ମାରିଥିଲେ । ପୂର୍ବରୁ ଏହି ରେକର୍ଡ ବେଙ୍ଗାଲୁରୁ ନାମରେ ରହିଥିଲା । 2013ରେ ପୁଣେ ଓ୍ବାରିୟର୍ସ ବିପକ୍ଷ ମ୍ୟାଚରେ 21ଟି ଛକା ମାରିଥିଲେ ବେଙ୍ଗାଲୁରୁ ବ୍ୟାଟର ।
ଏହା ମଧ୍ୟ ପଢନ୍ତୁ- ଚିନ୍ନାସ୍ବାମୀରେ ହାଇଦ୍ରାବାଦ ବ୍ୟାଟରଙ୍କ ଆତଙ୍କ, 25 ରନରେ ହାରିଲା RCB - IPL 2024
ଟି 20ରେ ସର୍ବାଧିକ ବାଉଣ୍ଡାରୀ: ଟି 20 ମ୍ୟାଚରେ ସର୍ବାଧିକ ବାଉଣ୍ଡାରୀ ହୋଇଛି ଏହି ମ୍ୟାଚରେ । ହାଇଦ୍ରାବାଦ 22ଟି ଛକା ମାରି 19ଟି ଚୌକା ମାରିଥିଲା । ବେଙ୍ଗାଲୁରୁ 16 ଛକା ସହ 24 ଚୌକା ମାରିଥିଲା । ମୋଟ 81ଟି ବାଉଣ୍ଡାରୀ ହୋଇଥିଲା । 2023ରେ ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି 20 ମ୍ୟାଚରେ 81ଟି ବାଉଣ୍ଡାରୀ ହୋଇଥିଲା ।
ଟି 20ରେ ଗୋଟିଏ ପାଳିରେ ସର୍ବାଧିକ ରନ: ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ 3 ଓ୍ବିକେଟ ହରାଇ 287 ରନ କରିଥିଲା ହାଇଦ୍ରାବାଦ । ଟି 20 ଇତିହାସରେ ଏହା ଦ୍ବିତୀୟ ସର୍ବାଧିକ ରନ । 2022 ଏସିଆନ ଗେମ୍ସରେ ନେପାଳ ମାଙ୍ଗୋଲିଆ ବିପକ୍ଷରେ ମ୍ୟାଚ ଖେଳି 314 ରନ କରିଥିଲା ।