ETV Bharat / sports

ଆଶ୍ଚର୍ଯ୍ୟ ! ଗୋଟିଏ ମ୍ୟାଚ୍‌ରେ ଦୁଇଟି ଟିମ ପାଇଁ ଖେଳିଲେ ଜଣେ ଖେଳାଳି - Danny Jansen Record

author img

By ETV Bharat Sports Team

Published : Aug 28, 2024, 1:15 PM IST

One Player in 2 Team Danny Jansen Record : ଗୋଟିଏ ମ୍ୟାଚ୍‌ରେ ଜଣେ ଖେଳାଳି ଦୁଇଟି ଦଳ ପାଇଁ ଖେଳିବା, ଏହା ସମ୍ଭବ କି ? କିନ୍ତୁ ଆମେରିକାର ପ୍ରସିଦ୍ଧ ମେଜର ଲିଗ୍‌ରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ପଢ଼ନ୍ତୁ ପୂରା ଖବର,

Danny Jansen
Danny Jansen (AP Photo)

ନୂଆଦିଲ୍ଲୀ : ୟୁଏସ୍ ମେଜର ଲିଗ୍‌ରେ ବେସବଲ୍ କ୍ୟାଚର୍ ଡାନି ଜାନସେନ ଏକ ଆଶ୍ଚର୍ଯ୍ୟଜନକ ରେକର୍ଡ ସୃଷ୍ଟି କରିଛନ୍ତି । ଜାନସେନ୍ ବିଶ୍ବର ପ୍ରଥମ ଖେଳାଳି ଭାବରେ ଗୋଟିଏ ମ୍ୟାଚରେ ଅଂଶଗ୍ରହଣ କରିଥିବା ଦୁଇଟି ଦଳ ପାଇଁ ଭାଗନେଇ ଏହି ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ଆପଣଙ୍କୁ ମଧ୍ୟ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, ଯେ ଏହା କିପରି ସମ୍ଭବ ? ଜଣେ ଖେଳାଳି ଗୋଟିଏ ମ୍ୟାଚ୍‌ରେ କିପରି ଦୁଇଟି ଦଳ ତରଫରୁ ଖେଳି ପାରିବ ? କିନ୍ତୁ ଘଟଣାଟି ସତ । ଜାଣନ୍ତୁ ପୂରା ଘଟଣା,

କ'ଣ ଥିଲା ପୂରା ଘଟଣା ? :-

ଜୁନ୍ 26ରେ 'ବୋଷ୍ଟନ୍ ରେଡ୍ ସକ୍ସ' ଟିମ ବିପକ୍ଷରେ 'ଟୋରୋଣ୍ଟୋ ବ୍ଲୁ ଜେସ୍' ଟିମ ପାଇଁ ବ୍ୟାଟିଂ କରୁଥିଲେ ଜାନସେନ । ସେହି ସମୟରେ ବର୍ଷା ହେବାରୁ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିଲା । ଏକ ମାସ ପରେ, ଜୁଲାଇ 27ରେ 'ଟୋରୋଣ୍ଟୋ ବ୍ଲୁ ଜେସ୍' ଜାନସେନଙ୍କୁ 'ରେଡ ସକ୍ସ'କୁ ଟ୍ରେଡ କରିଦେଇଥିଲା । ଫଳରେ ବର୍ଷା କାରଣରୁ ସ୍ଥଗିତ ହୋଇଥିବା ମ୍ୟାଚ୍‌ ଯେତେବେଳେ ପରେ ଖେଳାଗଲା, ଜାନସେନଙ୍କୁ ନିଜ ଦଳ ବିପକ୍ଷରେ ଖେଳିବାର ସୁଯୋଗ ମିଳିଥିଲା ।

ଯଦିଓ ଜାନସେନ୍ ତାଙ୍କ ନୂଆ ଦଳକୁ ଆସିବା ପରଠାରୁ 'ରେଡ୍ ସକ୍ସ' ପାଇଁ ଅନେକ ମ୍ୟାଚ୍‌ରେ ଭାଗ ନେଇନଥିଲେ, ହେଲେ ସୋମବାର (26 ଅଗଷ୍ଟ) ବର୍ଷା ବାଧାପ୍ରାପ୍ତ ଖେଳ ଆରମ୍ଭ ହେବାପରେ ସେ ଦଳକୁ ଫେରିଥିଲେ । ଯେଉଁଥିରେ MLB ଷ୍ଟାର ଡାନି ଜାନସେନ୍ ସମାନ ମ୍ୟାଚ୍‌ରେ ଉଭୟ ଦଳ ପାଇଁ ଖେଳିବାର ସୁଯୋଗ ପାଇଲେ । ସମାନ ଖେଳରେ 'ବୋଷ୍ଟନ୍ ରେଡ୍ ସକ୍ସ' ଏବଂ 'ଟରୋଣ୍ଟୋ ବ୍ଲୁ ଜେସ୍' ପାଇଁ ଖେଳି କ୍ୟାଚର୍ ଡାନି ଜାନସେନ୍ ଇତିହାସ ସୃଷ୍ଟି କରିଥିଲେ ।

କଣ କହିଲେ ଜାନସେନ ? :-

'ଆଥଲେଟିକ୍' ସହ ବାର୍ତ୍ତାଳାପ ସମୟରେ ଜାନସେନ କହିଛନ୍ତି, "ମୁଁ ନିଶ୍ଚିତ ଭାବରେ କୃତଜ୍ଞ । ସତ କହିବାକୁ ଗଲେ, ଯେତେବେଳେ ମୁଁ ଏହା ବିଷୟରେ ଶୁଣିଲି, ମୁଁ ଭାବି ନଥିଲି ଯେ ମୁଁ ଏପରି କରିବାରେ ପ୍ରଥମ ବ୍ୟକ୍ତି । ଏହି ଖେଳ ଦୀର୍ଘ ସମୟ ଧରି ଚାଲିଆସୁଛି । ଏହି ଖେଳରେ ଘଟୁଥିବା ବିଭିନ୍ନ ବିଚିତ୍ରତା ମଧ୍ୟରୁ ଏହା ଅନ୍ୟତମ । ଏହା ଅତ୍ୟନ୍ତ ବିରଳ ଏବଂ ଆଶ୍ଚର୍ଯ୍ୟଜନକ ।

ଏହା ମଧ୍ୟ ପଢ଼ନ୍ତୁ...କ୍ରିକେଟରୁ ଅବସର ଘୋଷଣା କଲେ ରାହୁଲ ! ସୋସିଆଲ ମିଡିଆରେ ପୋଷ୍ଟ କରି.. - KL Rahul Retirement Post Viral

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.