ETV Bharat / sports

ଘରୋଇ କ୍ରିକେଟରେ ବିଦେଶୀ ଖେଳାଳିଙ୍କୁ ମୌକା ଦେଉନି BCCI; ଜାଣନ୍ତୁ କାହିଁକି - BCCI DOMESTIC CRICKET RULES

author img

By ETV Bharat Sports Team

Published : Aug 21, 2024, 5:53 PM IST

BCCI DOMESTIC CRICKET RULES : ଘରୋଇ ରେଡ-ବଲ ଟୁର୍ଣ୍ଣାମେଣ୍ଟରେ ମିଳୁନି ବିଦେଶୀ ଖେଳାଳିଙ୍କୁ ସୁଯୋଗ । କାହିଁକି ଏପରି ନିୟମ କରିଛି ବିସିସିଆଇ ? ଜାଣନ୍ତୁ,

Jay Shah and Rohit Sharma
Jay Shah and Rohit Sharma (IANS Photo)

ନୂଆଦିଲ୍ଲୀ : ଆଇପିଏଲ୍‌ ଭଳି ଲିଗ୍‌ ବ୍ୟତୀତ ବିଭିନ୍ନ ଦେଶର ଘରୋଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ବିଦେଶୀ ଖେଳାଳିଙ୍କ ପାଇଁ ଏକ ସାଧାରଣ କଥା । ଯେପରି ଅନ୍ତର୍ଜାତୀୟ ଖେଳାଳିମାନେ ଇଂଲଣ୍ଡର କାଉଣ୍ଟି ଚାମ୍ପିୟନସିପ୍ ଏବଂ ଅଷ୍ଟ୍ରେଲିଆର ଶେଫିଲ୍ଡ ସିଲ୍ଡ ପରି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରନ୍ତି । କିନ୍ତୁ ବିଦେଶୀ ଖେଳାଳିଙ୍କୁ ଭାରତର ରଣଜୀ ଟ୍ରଫି କିମ୍ବା ଦୁଲୀପ ଟ୍ରଫି ଭଳି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଅନୁମତି ନାହିଁ । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ ବିଦେଶୀ ଖେଳାଳିଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଅନୁମତି ଦିଏ ନାହିଁ । ଭାରତୀୟ କ୍ରିକେଟର ବିକାଶ ପାଇଁ ଏହି ରଣନୀତି ଗ୍ରହଣ କରାଯାଇଛି । ଦେଶରେ ଥିବା ପ୍ରତିଭାବାନ ଖେଳାଳିଙ୍କୁ ଆଗକୁ ଆଣିବା ପାଇଁ ଏପରି ନିଷ୍ପତ୍ତି ନେଇଛି ବିସିସିଆଇ । ଯେହେତୁ ଦେଶରେ ଅନେକ କ୍ରିକେଟର ଅଛନ୍ତି, ବୋର୍ଡ ବିଶ୍ବାସ କରେ ଯେ ଦୁଲୀପ୍ ଟ୍ରଫି ଏବଂ ରଣଜୀ ଟ୍ରଫି କେବଳ ଭାରତୀୟ ଖେଳାଳି ହିଁ ଖେଳିବା ଉଚିତ୍ ।

ବିଦେଶୀ କ୍ରିକେଟରଙ୍କୁ କାହିଁକି ମିଳେନି ଭାରତରେ ମୌକା ? :-

ରଣଜୀ ଟ୍ରଫିରେ ବିଦେଶୀ ଖେଳାଳିଙ୍କୁ ଖେଳିବାକୁ ଅନୁମତି ନଦେବା ପଛର କାରଣ ସ୍ପଷ୍ଟ । ବିସିସିଆଇ ଚାହୁଁଛି ଯେ ଭାରତୀୟ ଖେଳାଳିମାନେ ସେମାନଙ୍କର ପ୍ରତିଭା ଏବଂ ଦକ୍ଷତା ପ୍ରଦର୍ଶନ କରିବାକୁ ଏକ ପ୍ଲାଟଫର୍ମ ପାଆନ୍ତୁ ଏବଂ ସେମାନଙ୍କର ପ୍ରତିଭା ଏବଂ ଉତ୍କୃଷ୍ଟ ପ୍ରଦର୍ଶନ ଦେଖାଇ ସେମାନେ ସହଜରେ ଜାତୀୟ ଦଳରେ ସ୍ଥାନ ପାଇପାରିବେ । ଏହା ଭାରତୀୟ ଯୁବ ଖେଳାଳିଙ୍କ ଭବିଷ୍ୟତକୁ ସୁରକ୍ଷା ଦେଇଥାଏ । କୌଣସି ଅନ୍ତର୍ଜାତୀୟ ଖେଳାଳି ସେମାନଙ୍କ ସ୍ଥାନ ନେଇ ପାରିବେ ନାହିଁ । ଭାରତୀୟ ଘରୋଇ କ୍ରିକେଟରେ ବିପୁଳ ପ୍ରତିଯୋଗିତା ରହିଛି । ଯେଉଁଥିରେ ଦେଶର 38ଟି ଦଳ ଅଂଶଗ୍ରହଣ କରନ୍ତି । ବିସିସିଆଇର ରଣନୀତି ନିଶ୍ଚିତ କରିଛି ଯେ ଏହି ପ୍ରତିଯୋଗିତା ଭବିଷ୍ୟତର ଅନ୍ତର୍ଜାତୀୟ ତାରକାମାନଙ୍କ ପାଇଁ ଏକ କଠୋର ପରୀକ୍ଷଣ କ୍ଷେତ୍ର ହୋଇ ରହିବ । ତେଣୁ ଏଥିରେ ବିଦେଶୀ ଖେଳାଳିଙ୍କୁ ଅଂଶଗ୍ରହଣ କରିବାର ଅନୁମତି ନାହିଁ ।

ଅନ୍ୟ ସବୁ ଦେଶରେ ମିଳିଥାଏ ବିଦେଶୀ ଖେଳାଳିଙ୍କୁ ମୌକା :-

ଅନ୍ୟପକ୍ଷରେ, କାଉଣ୍ଟି କ୍ରିକେଟ୍ ଇଂଲଣ୍ଡରେ ଖେଳାଯାଉଥିବା ଏକ ଘରୋଇ ଟୁର୍ଣ୍ଣାମେଣ୍ଟ, ଯାହାର ପରିଚାଳନା ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ କରିଥାଏ । କ୍ରିକେଟ୍ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ କେବଳ ଜଣେ ଲେଖାଏଁ ଖେଳାଳିଙ୍କୁ ଖେଳିବାକୁ ଅନୁମତି ଦେଇଥାଏ । ଏପରିକି ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ୱେଷ୍ଟଇଣ୍ଡିଜ୍, ପାକିସ୍ତାନ ଏବଂ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡରେ ମଧ୍ୟ ବିଦେଶୀ ଖେଳାଳିଙ୍କୁ ଘରୋଇ ରେଡ୍ ବଲ୍ ପ୍ରତିଯୋଗିତାରେ ଭାଗ ନେବାକୁ ଅନୁମତି ଦେବାର ବ୍ୟବସ୍ଥା ରହିଛି । ହେଲେ ଅନ୍ୟପଟେ, ବିସିସିଆଇ ବିଦେଶୀ କ୍ରିକେଟରଙ୍କ ପାଇଁ ଭାରତର ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ବନ୍ଦ କରିଦେଇଛି । ହେଲେ ଅତୀତରେ ଏଭଳି ବହୁତ କମ୍ ଟୁର୍ଣ୍ଣାମେଣ୍ଟ ଖେଳାଯାଇଛି, ଯେତେବେଳେ ବିଦେଶୀ ଖେଳାଳିମାନେ ଭାରତୀୟ ଘରୋଇ କ୍ରିକେଟରେ ଭାଗ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.