ETV Bharat / sports

ପୁଣି କେବେ ମୈଦାନକୁ ଓହ୍ଲାଇବେ ରୋହିତ-ବିରାଟ ? ଦେଖନ୍ତୁ ଟିମ୍‌ ଇଣ୍ଡିଆର ସେଡ୍ୟୁଲ - Indian Cricket Team Schedule

author img

By ETV Bharat Sports Team

Published : Aug 11, 2024, 7:44 PM IST

Indian Cricket Team Schedule : ଶ୍ରୀଲଙ୍କାରେ 27 ବର୍ଷ ପରେ ଗୋଟିଏ ଦିନିକିଆ ସିରିଜ ହାରିବା ପରେ ବିଶ୍ରାମ ନେଉଛି ଟିମ୍‌ ଇଣ୍ଡିଆ । ଆଗକୁ ରହିଛି ଅନେକ ଦ୍ବିପାକ୍ଷିକ ସିରିଜ । ଦେଖନ୍ତୁ ଚମ୍ପିଆନ୍ସ ଟ୍ରଫି ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର ସେଡ୍ୟୁଲ,

Indian Cricket Team Schedule
Indian Cricket Team Schedule (IANS PHOTO)

ହାଇଦ୍ରାବାଦ : ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି20 ସିରିଜ ପରେ ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ବିଶ୍ରାମ ନେଇଛି । ଶାନ୍ତ ହୋଇଯାଇଛି ହିଟ୍‌ମ୍ୟାନଙ୍କ ବ୍ୟାଟ, କିଙ୍ଗ୍‌ କୋହଲିଙ୍କ ରେକର୍ଡ ବ୍ରେକରେ ଲାଗିଛି ବ୍ରେକ୍‌ । ଆସନ୍ତା ମାସ 18 ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତୀୟ ଦଳର କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ନାହିଁ । ଟି20 ବିଶ୍ୱକପ୍‌ ଜିତିବା ପରେ ଭାରତ ଜିମ୍ବାୱେ ଏବଂ ଶ୍ରୀଲଙ୍କା ଗସ୍ତ କରିଥିଲା । ଯେଉଁଠାରେ ଭାରତୀୟ ଦଳ 27 ବର୍ଷ ପରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍ ହାରିବାର ଅନାବଶ୍ୟକ ରେକର୍ଡ କରିଛି । ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପର୍ଯ୍ୟନ୍ତ ଭାରତକୁ କିଛି ଦ୍ବିପାକ୍ଷିକ ସିରିଜ୍ ଖେଳିବାକୁ ପଡିବ । ଦେଖନ୍ତୁ ଫେବୃଆରୀ ପର୍ଯ୍ୟନ୍ତ ଭାରତର ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ,

ବାଂଲାଦେଶ ବିପକ୍ଷରେ ଟେଷ୍ଟ ଓ ଟି20 ସିରିଜ :-

ଭାରତୀୟ କ୍ରିକେଟ୍ ଦଳ 19 ସେପ୍ଟେମ୍ବରରୁ 12 ଅକ୍ଟୋବର ପର୍ଯ୍ୟନ୍ତ ବାଂଲାଦେଶ ବିପକ୍ଷରେ 2ଟି ଟେଷ୍ଟ ଏବଂ 3 ଟି20 ମ୍ୟାଚ୍‌ ଖେଳିବ । ଏହି ସମ୍ପୂର୍ଣ୍ଣ ସିରିଜ୍ ଭାରତରେ ହିଁ ଖେଳାଯିବ । ପ୍ରଥମ ଟେଷ୍ଟ 19 ସେପ୍ଟେମ୍ବରରେ ଏବଂ ଦ୍ବିତୀୟଟି 27 ସେପ୍ଟେମ୍ବରରେ ଖେଳାଯିବ । ଏହାପରେ ଅକ୍ଟୋବର 6ରୁ ଅକ୍ଟୋବର 12 ପର୍ଯ୍ୟନ୍ତ 3 ଟି20 ମ୍ୟାଚ୍ ଖେଳାଯିବ । ଏହାର ସିଧାପ୍ରସାରଣ ଜିଓ ସିନେମାରେ ହେବ ।

କ୍ର.ନଂତାରିଖମ୍ୟାଚ୍‌ଫର୍ମାଟସମୟସ୍ଥାନ
119 ସେପ୍ଟେମ୍ବରରୁ 23 ସେପ୍ଟେମ୍ବରଭାରତ ବନାମ ବାଂଲାଦେଶଟେଷ୍ଟସକାଳ 9.30ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇ
227 ସେପ୍ଟେମ୍ବରରୁ 01 ଅକ୍ଟୋବରଭାରତ ବନାମ ବାଂଲାଦେଶଟେଷ୍ଟସକାଳ 9.30ଗ୍ରୀନ ପାର୍କ, କାନପୁର
306 ଅକ୍ଟୋବରଭାରତ ବନାମ ବାଂଲାଦେଶT20Iସନ୍ଧ୍ୟା 7.30 ଧର୍ମଶାଳା
49 ଅକ୍ଟୋବରଭାରତ ବନାମ ବାଂଲାଦେଶT20Iସନ୍ଧ୍ୟା 7.30ଅରୁଣ ଜେଟଲୀ ଷ୍ଟାଡିୟମ, ଦିଲ୍ଲୀ
512 ଅକ୍ଟୋବରଭାରତ ବନାମ ବାଂଲାଦେଶT20Iସନ୍ଧ୍ୟା 7.30ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ, ହାଇଦ୍ରାବାଦ

ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ :-

ବାଂଲାଦେଶ ବିପକ୍ଷ ସିରିଜ୍ ପରେ ଭାରତୀୟ ଦଳ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ 3ଟି ଟେଷ୍ଟ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚଗୁଡିକ 16 ଅକ୍ଟୋବରରୁ 5 ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଏହି ଟେଷ୍ଟ ମ୍ୟାଚ୍ ସିରିଜର 3ଦିନ ପରେ, ଅର୍ଥାତ 8 ନଭେମ୍ବରରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଯେଉଁଠାରେ 15 ନଭେମ୍ବର ପର୍ଯ୍ୟନ୍ତ ଘରୋଇ ଦଳ ବିପକ୍ଷରେ 4 ଟି20 ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ମଧ୍ଯ ଆପଣ ଜିଓ ସିନେମାରେ ଦେଖିପାରିବେ ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ :-

କ୍ର.ନଂତାରିଖମ୍ୟାଚ୍‌ଫର୍ମାଟସମୟସ୍ଥାନ
1ଅକ୍ଟୋବର 16- ଅକ୍ଟୋବର 20ଭାରତ ବନାମ ନ୍ୟୁଜିଲାଣ୍ଡଟେଷ୍ଟ9.30 AMଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ, ବେଙ୍ଗାଲୁରୁ
2ଅକ୍ଟୋବର 24- ଅକ୍ଟୋବର 28ଭାରତ ବନାମ ନ୍ୟୁଜିଲାଣ୍ଡଟେଷ୍ଟ9.30 AMମହାରାଷ୍ଟ୍ର କ୍ରିକେଟ ଆସୋସିଆସନ ଷ୍ଟାଡିୟମ, ପୁନେ
3ନଭେମ୍ବର 01- ନଭେମ୍ବର 05ଭାରତ ବନାମ ନ୍ୟୁଜିଲାଣ୍ଡଟେଷ୍ଟ9.30 AMୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ :-

କ୍ର.ନଂତାରିଖମ୍ୟାଚ୍‌ଫର୍ମାଟସମୟସ୍ଥାନ
108 ନଭେମ୍ବରଭାରତ ବନାମ ଦ.ଆଫ୍ରିକାT20I-କିଙ୍ଗସମିଡ୍‌, ଡରବନ
210 ନଭେମ୍ବରଭାରତ ବନାମ ଦ.ଆଫ୍ରିକାT20I-ସେଣ୍ଟ ଜର୍ଜ ପାର୍କ, ଗୋର୍ବାହ
313 ନଭେମ୍ବରଭାରତ ବନାମ ଦ.ଆଫ୍ରିକାT20I-ସୁପର ସ୍ପୋର୍ଟ ପାର୍କ, ସେଞ୍ଚୁରିୟନ
315 ନଭେମ୍ବରଭାରତ ବନାମ ଦ.ଆଫ୍ରିକାT20I-ୱାଣ୍ଡର୍ସ ଷ୍ଟାଡିୟମ, ଜୋହାନ୍ସବର୍ଗ

ନଭେମ୍ବରରୁ ଜାନୁଆରୀ ବର୍ଡର ଗାଭାସ୍କର ଟ୍ରଫି :-

22 ନଭେମ୍ବରରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସମ୍ମାନଜନକ ବର୍ଡର ଗାଭାସ୍କର ଟ୍ରଫି ଅଭିଯାନ ଆରମ୍ଭ କରିବ । ଚଳିତ ବର୍ଷ ବର୍ଡର ଗାଭାସ୍କର ଟ୍ରଫିରେ 5ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ସିରିଜ ଅଷ୍ଟ୍ରେଲିଆରେ ଆୟୋଜନ କରାଯିବ । ଏହି ଟ୍ରଫି 22 ନଭେମ୍ବରରୁ 7 ଜାନୁଆରୀ ପର୍ଯ୍ୟନ୍ତ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ଆପଣ ଜିଓ ସିନେମାରେ ଦେଖିପାରିବେ ।

କ୍ର.ନଂତାରିଖମ୍ୟାଚ୍‌ଫର୍ମାଟସମୟସ୍ଥାନ
122 ନଭେମ୍ବର- 26 ନଭେମ୍ବରଭାରତ ବନାମ ଅଷ୍ଟ୍ରେଲିଆଟେଷ୍ଟଦିନ 12:00ପର୍ଥ ଷ୍ଟାଡିୟମ, ପର୍ଥ
206 ଡିସେମ୍ବର- 10 ଡିସେମ୍ବରଭାରତ ବନାମ ଅଷ୍ଟ୍ରେଲିଆଟେଷ୍ଟଦିନ 12:00ଆଡିଲେଡ ଓଭାଲ, ଆଡିଲେଡ
314 ଡିସେମ୍ବର- 18 ଡିସେମ୍ବରଭାରତ ବନାମ ଅଷ୍ଟ୍ରେଲିଆଟେଷ୍ଟଦିନ 12:00ଦି ଗବା, ବ୍ରିସବେନ
426 ଡିସେମ୍ବର- 30 ଡିସେମ୍ବରଭାରତ ବନାମ ଅଷ୍ଟ୍ରେଲିଆଟେଷ୍ଟଦିନ 12:00ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ, ସିଡ୍‌ନୀ
53 ଜାନୁଆରୀ- 7 ଜାନୁଆରୀ (2025)ଭାରତ ବନାମ ଅଷ୍ଟ୍ରେଲିଆଟେଷ୍ଟଦିନ 12:00ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ, ସିଡ୍‌ନୀ

ଜାନୁଆରୀ-ଫେବୃଆରୀରେ ଭାରତ ଗସ୍ତରେ ଆସିବ ଇଂଲଣ୍ଡ :-

ବର୍ଡର ଗାଭାସ୍କର ଟ୍ରଫି ପରେ ଇଂଲଣ୍ଡ କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସିବ । ଏହି ଗସ୍ତ ମଧ୍ୟରେ 22 ଜାନୁଆରୀରୁ 12 ଫେବୃଆରୀ ପର୍ଯ୍ୟନ୍ତ ଭାରତ ବିପକ୍ଷରେ 5 ଟି20 ଏବଂ 3ଟି ODI ମ୍ୟାଚ୍ ଖେଳିବ ଇଂଲଣ୍ଡ । 2 ଫେବୃଆରୀ ପର୍ଯ୍ୟନ୍ତ ଟି20 ମ୍ୟାଚ୍ ଖେଳାଯିବ, ଏହାପରେ ପ୍ରଥମ ଦିନିକିଆ 6 ଫେବୃଆରୀରେ ଏବଂ ଶେଷ ଦିନିକିଆ 12 ଫେବୃଆରୀରେ ଖେଳାଯିବା ନେଇ ଆଇସିସି ସେଡ୍ୟୁଲରେ ପୂର୍ବରୁ ନିର୍ଦ୍ଧାରିତ ହୋଇଛି । ଏହି ସିରିଜ୍ ପରେ ଭାରତ ଚମ୍ପିଅନ୍ସ ଟ୍ରଫି ଖେଳିବ ।

ଏହା ମଧ୍ୟ ପଢ଼ନ୍ତୁ...ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇପାରେ ଟିମ୍ ଇଣ୍ଡିଆ, ଏନେଇ ବଡ଼ ସର୍ତ୍ତ ରଖିଲେ BCCI ଉପସଭାପତି ରାଜୀବ ଶୁକ୍ଳା - Champions Trophy 2025

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.