ETV Bharat / sports

ଆଇପିଏଲ ଟ୍ରଫି ନା ବିଶ୍ୱକପ, କିଏ ସବୁଠୁ ଦାମୀ... - IPL Trophy Price - IPL TROPHY PRICE

IPL Trophy Price: ସରିଲା ଆଇପିଏଲ ସପ୍ତଦଶ ସଂସ୍କରଣ । ୨୦୨୪ରେ ଆଇପିଏଲ ଚମ୍ପିଆନ ସାଜି ଟ୍ରଫି ଟେକିଛି କେକେଆର । ସେଲବ୍ରେସନ ମଧ୍ୟ ଜୋରଦାର ରହିଛି । ତେବେ ଜାଣନ୍ତି କି ଆଇପିଏଲ ଟ୍ରଫି ଓ ବିଶ୍ୱକପ ଟ୍ରଫି ମଧ୍ୟରେ ଟଙ୍କା ଆକାରରେ ଦେଖିବାକୁ ଗଲେ କାହାର ଦର ଅଧିକ । ଆସନ୍ତୁ ଜାଣିବା ।

IPL Trophy Price
IPL Trophy Price (IANS)
author img

By ETV Bharat Odisha Team

Published : May 27, 2024, 3:09 PM IST

ହାଇଦ୍ରାବାଦ: ବିଶ୍ୱର ସବୁଠୁ ଦାମୀ ଲିଗ ମ୍ୟାଚ IPL-୨୦୨୪ ରବିବାର ଶେଷ ହୋଇଛି । ଟ୍ରଫି ସହ ବିଜୟୀ ଟିମ କେକେଆର ସେଲିବ୍ରେସନ କରିବାରେ ଲାଗିଛି । ଟ୍ରଫି ସହ କେକେଆରର ଫଟୋ ସେସନ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି ।ତେବେ ଆପଣ ଜାଣନ୍ତି କି ଏହି ଟ୍ରଫିର ମୂଲ୍ୟ କେତେ ? ଆଇପିଏଲ ଟ୍ରଫି ଓ ବିଶ୍ୱକପ ଟ୍ରଫି ମଧ୍ୟରେ ଅଧିକ ଦାମୀ ?

IPL ଟ୍ରଫିର ମୂଲ୍ୟ କେତେ ?

ଆଇପିଏଲ-୨୦୨୪ ଚମ୍ପିଆନ ସାଜିଛି କେକେଆର । ବିଜୟୀ ଟିମକୁ ପୁରସ୍କାର ରାଶି ଆକାରରେ ମିଳିଛି ୨୦କୋଟି ଟଙ୍କା । ତେବେ ଆଇପିଏଲ ଟ୍ରଫି ସୁନାରେ ତିଆରି ହୋଇଥାଏ । ଏଥିରେ ରୁପା ମଧ୍ୟ ରହିଥାଏ । ବିସିସିଆଇ ପକ୍ଷରୁ ଏହି ଟ୍ରଫିର ନିର୍ମାଣ କରାଯାଇଛି ଓ ଯେଉଁ ଟିମ ବିଜେତା ହୋଇଥାଏ ସେହି ଟିମ ନାଁରେ ଏହି ଟ୍ରଫି କରାଯାଇଥାଏ । ଏହାର ଓଜନ ପାଖାପାଖି ୬ କେଜି ଅଟେ । ଏହି ଟ୍ରଫିକୁ ଦେଶର ଏକ ପ୍ରସିଦ୍ଧ ଅଳଙ୍କାର ନିର୍ମାତା କମ୍ପାନୀ ଦ୍ୱାରା କରାଯାଇଛି । ତେବେ ଏହାର ସଠିକ ମୂଲ୍ୟ ଅଧିକାରୀକ ଭାବେ ଘୋଷଣା କରାଯାଇନାହିଁ । କିନ୍ତୁ ଯଦି ବିଭିନ୍ନ ମିଡିଆ ରିପୋର୍ଟକୁ ଦେଖିବା ତେବେ ଏହାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ବୋଲି କୁହାଯାଏ । ଏହା ବିଶ୍ୱକପ ଠାରୁ ଅଧିକ ଦାମୀ ବୋଲି କୁହାଯାଏ ।

ଏହାମଧ୍ୟ ପଢନ୍ତୁ.. ଆଇପିଏଲ ଚାମ୍ପିଅନ କେକେଆର; ରାସ୍ତାରେ ସେଲିବ୍ରେସନ କଲେ କିଙ୍ଗ ଖାନଙ୍କ ଫ୍ୟାନ୍ସ, ସେଲିବ୍ରିଟି ବି ଜଣାଇଲେ ଶୁଭେଚ୍ଛା - SRK Fans Celebrated KKR Win IPL

ଟ୍ରଫି ଉପରେ କଣ ଲେଖାଯାଇଥାଏ ?

ଆଇପିଏଲ ଟ୍ରଫି ଉପରେ କିଛି ଲେଖାଯାଇଥିବା ଦେଖିବାକୁ ମିଳେ । ତେବେ ଏହା ଉପରେ କଣ ଲେଖାଯାଇଛି ଆସନ୍ତ ଜାଣିବା । ଏହି ଟ୍ରଫି ଉପରେ ସଂସ୍କୃତରେ 'ୟତ୍ର ପ୍ରତିଭା ଅବସରା ପ୍ରାପ୍ତୋତିହି' ଲେଖାଯାଇଥାଏ । ଏହାର ଅର୍ଥ ହେଉଛି ଯେଉଁଠି ପ୍ରତିଭା ଓ ଅବସରର ମିଳନ ହୋଇଥାଏ ।

ଏହାମଧ୍ୟ ପଢନ୍ତୁ..T-20 ବିଶ୍ୱକପ, ନ୍ୟୁୟର୍କରେ ପହଞ୍ଚିଲା ଟିମ ଇଣ୍ଡିଆ - T20 World Cup

ବିଶ୍ୱକପ ଟ୍ରଫିର ମୂଲ୍ୟ କେତେ ?

ବିଶ୍ୱ କପ ଟ୍ରଫିର ଆନୁମାନିକ ମୂଲ୍ୟ ପାଖାପାଖି ୩୦ ହଜାର ଡଲାର ଅର୍ଥାତ ୨୪ ଲକ୍ଷ ଟଙ୍କାରୁ ଅଧିକ ଅଟେ । ୨୦୨୩ରେ ଅଷ୍ଟ୍ରେଲିଆ ବିଶ୍ବକପ ଟ୍ରଫି ହାସଲ କରିଥିଲା । ତେବେ ଯଦି ଆଇପିଏଲ ଟ୍ରଫି ଓ ବିଶ୍ୱକପ ଟ୍ରଫି ମଧ୍ୟରେ ତୁଳନା କରାଯାଏ ତେବେ ଆଇପିଏଲ ଟ୍ରଫି ଅଧିକ ଦାମୀ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.