ETV Bharat / sports

ଆଜି SRH-RR ମୁକାବିଲା, ବିଜୟ ଧାରା ଫେରିବା ଲକ୍ଷ୍ୟରେ କମିନ୍ସ ବାହିନୀ - IPL 2024

author img

By ETV Bharat Odisha Team

Published : May 2, 2024, 3:14 PM IST

IPL 2024
IPL 2024

IPL 2024: ଆଜି ଆଇପିଏଲରେ ସନ ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା । ଜୟ ଧାରାକୁ ଫେରିବାକୁ ସଂଘର୍ଷ କରିବ ପ୍ୟାଟ କମିନ୍ସଙ୍କ ଦଳ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ଆଇପିଏଲରେ ରହିଛି 50ତମ ମୁକାବିଲା । ମୁହାଁମୁହିଁ ହେବେ ସନ ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଦୁଇ ଦଳ ମଧ୍ୟରେ ଫାଇଟ ହେବ ଟାଇଟ । ବିଜୟ ଧାରା ବଜାୟ ଲକ୍ଷ୍ୟରେ ସଞ୍ଜୁ ସାମସନଙ୍କ ବାହିନୀ । ସେପଟେ ବିଜୟ ଧାରାକୁ ଫେରିବାକୁ ସଂଘର୍ଷ କରିବ ପ୍ୟାଟ କମିନ୍ସଙ୍କ ଦଳ । ସନ୍ଧ୍ୟା 7ଟାରେ 30ରେ ହାଇଦ୍ରାବାଦରେ ଏହି ମ୍ୟାଚ ଖେଳାଯିବ । ଘରୋଇ ଗ୍ରାଉଣ୍ଡରେ ଖେଳି ଦଳ ବିଜୟୀ ହେବା ଆଶା ରଖିଛି ।

ଏହା ମଧ୍ୟ ପଢନ୍ତୁ-ଫେଲ ମାରିଲା ଚେନ୍ନାଇର ମିଡିଲ ଅର୍ଡର, 7 ଓ୍ବିକେଟରେ ଜିତିଲା ପଞ୍ଜାବ - IPL 2024

ରାଜସ୍ଥାନ ରୟାଲ୍ସ ଚଳିତ ସିଜିନରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା 9ଟି ମ୍ୟାଚ ଖେଳି 8ଟିରେ ବିଜୟୀ ହୋଇଛି । ଫଳରେ 16 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ସାମସନ ବାହିନୀ । ଏଥିସହ ଦଳର ପ୍ଲେ ଅଫର ରାସ୍ତା ମଧ୍ୟ ପରିଷ୍କାର ହୋଇଛି । ଯଦି ଦଳ ଆଜିର ମ୍ୟାଚରେ ପରାଜିତ ବି ହୁଏ ପଏଣ୍ଟ ଟେବୁଲରେ ସ୍ଥାନ କିନ୍ତୁ ବଜାୟ ରଖିବ । ସଞ୍ଜୁ ସାମସନ ବର୍ତ୍ତମାନ ଫର୍ମରେ ରହିଛନ୍ତି । ପ୍ରତି ମ୍ୟାଚରେ ତାଙ୍କର ପ୍ରଦର୍ଶନ ଭଲ ରହିଛି । ଆଜି ମଧ୍ୟ ତାଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଆଶା କରାଯାଉଛି । ସେହିପରି ଧ୍ରୂବ ଜୁରେଲ, ଜୟସ୍ବାଲ, ରିୟାନ ପରାଗଙ୍କ ଉପରେ ଦଳୀୟ ସ୍କୋର ପାଇଁ ଭରସା କରିଛି ଦଳ । ଉଭୟ ବ୍ୟାଟିଂ ବୋଲିରେ ଦଳ ସୁଦୃଢ ରହିଛି । ଚହଲ ଓ ଅଶ୍ବିନୀ ବିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲରେ ଆଜି ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ଫୋକସରେ ବାର୍ଥଡେ ବଏ୍ ରୋହିତ - IPL 2024

ଅନ୍ୟପଟେ ସନରାଇଜର୍ସ ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଗତ 2ଟି ମ୍ୟାଚରେ ପରାଜିତ ହୋଇଛି । ତେଣୁ ଦଳ ଆଜି ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ । ଘରୋଇ ଗ୍ରାଉଣ୍ଡରେ ବିଶାଳ ରନ କରି ଆତଙ୍କ ଖେଳାଇବାକୁ କମିନ୍ସ ବାହିନୀ ପ୍ରସ୍ତୁତ । ପ୍ଲେ ଅଫର ନିକଟତର ହେବାକୁ ହେଲେ ଏହି ମ୍ୟାଚରେ ଦଳକୁ ବିଜୟୀ ହେବାକୁ ପଡିବ । ଚଳିତ ସିଜିନରେ ବର୍ତ୍ତମା ସୁଦ୍ଧା 9ଟି ମ୍ୟାଚ ଖେଳି 5ଟିରେ ଦଳ ବିଜୟୀ ହୋଇଛି । 10 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି ଏସଆରଏଚ । ଟ୍ରାଭିସ ହେଡ, ଏଡେନ ମାର୍କରମ, ଅଭିଶେଖ ଶର୍ମା, କ୍ଲାସେନଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଦଳ ଆଶାବାଦୀ । ହାଇଦ୍ରାବାଦ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ଚାହୁଁଛନ୍ତି ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.