ETV Bharat / sports

ଘରୋଇ ମାଟିରେ ହାଇଦ୍ରାବାଦର ବିଜୟ, 6 ୱିକେଟରେ ହାରିଲା ଚେନ୍ନାଇ - IPL 2024 - IPL 2024

IPL 2024: ଚଳିତ ସିଜିନରେ ଦ୍ବିତୀୟ ପରାଜୟ ବରଣ କଲା ଚେନ୍ନାଇ ସୁପର କିଙ୍ଗ୍ସ । 18 ତମ ମୁକାବିଲାରେ ହାଇଦ୍ରାବାଦର ବିଜୟ । ଅଧିକ ପଢନ୍ତୁ

IPL 2024
IPL 2024
author img

By ETV Bharat Odisha Team

Published : Apr 6, 2024, 7:09 AM IST

ହାଇଦ୍ରାବାଦ: ଚଳିତ ଆଇପିଏଲର 18ତମ ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦର ବିଜୟ । ଘରୋଇ ମାଟିରେ 6 ଓ୍ବିକେଟରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କଲା ଏସ ଆରଏଚ । ଚଳିତ ସିଜିନରେ ଚେନ୍ନାଇର ଦ୍ବିତୀୟ ପରାଜୟ ହୋଇଥିବା ବେଳେ ଦ୍ବିତୀୟ ବିଜୟ ହାସଲ କରିଛି ହାଇଦ୍ରାବାଦ । ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଅଭିଶେଖ ଶର୍ମାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଭାବେ ବିବେଚିତ କରାଯାଇଛି । ଆଡେନ ମାକ୍ରରମଙ୍କ ଲଢୁଆ ଅର୍ଦ୍ଧଶତକ ।

ଶୁକ୍ରବାର ସନ୍ଧ୍ୟା 7ଟା 30ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଏସଆରଏଚ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ସିଏସକେ । 20 ଓଭରରେ ଦଳ 5 ଓ୍ବିକେଟ ହରାଇ 165 ରନ କରିଥିଲା । ଦଳ ପକ୍ଷରୁ ଶିବମ ଦୁବେ 45, ରାହାଣେ 32 ଓ ରବିନ୍ଦ୍ର ଜାଡେଜା ଅପରାଜିତ 31 ରନ କରିଥିଲେ । ଏହି ମ୍ୟାଚରେ ଚଳିତ ସିଜିନରେ ଧୋନିଙ୍କୁ ଦ୍ବିତୀୟ ଥର ବ୍ୟାଟିଂ କରିବାର ଦେଖିବାକୁ ସୁଯୋଗ ପାଇଥିଲେ ଦର୍ଶକ । 8 ନମ୍ବର ନୁହଁ ବରଂ 6 ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଏମଏସ ଧୋନି । ମାତ୍ର 2 ବଲରେ 1 ରନ କରି ଅପରାଜିତ ରହିଥିଲେ । ତାଙ୍କୁ ପଡିଆରେ ଦେଖିବା ମାତ୍ରେ ମାହି ମାହି ନାମରେ କମ୍ପି ଉଠିଥିଲା ଷ୍ଟାଡିୟମ ।

ଏହା ମଧ୍ୟ ପଢନ୍ତୁ-ଭୋଳାବାବାଙ୍କ ଶରଣରେ ପାଣ୍ଡ୍ୟା, ସୋମନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା - Hardik Pandya at Somnath Temple

166 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ହାଇଦ୍ରାବାଦ ଟିମ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ହେଡ ଓ ଅଭିଶେଖ । ହେଡ 24 ବଲରେ 31 ରନ କରି ଆଉଟ ହୋଇଥଚିଲେ କିନ୍ତୁ ଅଭିଶେଖଙ୍କ ବ୍ୟାଟକୁ ଅଟକାଇବା ସହଜର ହୋଇନଥିଲା ଚେନ୍ନାଇ ବୋଲରଙ୍କ ନିକଟରେ । ସେ ଧୁଆଁଧାର ବ୍ୟାଟିଂ କରି ମାତ୍ର 12 ବଲରେ 37 ରନ କରିଥିଲେ । ମାରକ୍ରମ ମଧ୍ୟ ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ । 36 ବଲରେ ସେ 50 ରନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହମ୍ମଦ 18, କ୍ଲାସେନ ଅପରାଜିତ 10 ଓ ନିତିଶ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 14 ରନ ବଳରେ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ଆହୁରି 1 ଓଭର 5 ବଲ ବାକି ଥାଇ ଦଳ ବିଜୟ ଲକ୍ଷ୍ୟ ପୂରଣ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.