ETV Bharat / sports

ଆଜି ବେଙ୍ଗାଲୁରୁ-ରାଜସ୍ଥାନ ଏଲିମିନେଟର୍ ମ୍ୟାଚ୍, ପରାଜୟ ଟିମର ଟ୍ରଫି ଆଶାରେ ଫୁଲଷ୍ଟପ୍ - IPL 2024

author img

By ETV Bharat Odisha Team

Published : May 22, 2024, 11:03 AM IST

RR Vs RCB Eliminator match : ଆଇପିଏଲ ୨୦୨୪ର ପ୍ଲେ-ଅଫର ଦ୍ୱିତୀୟ ମ୍ୟାଚ ଅର୍ଥାତ ଏଲିମିନେଟର ମ୍ୟାଚ । ରାଜସ୍ଥାନ ରୟାଲ୍ସ ଓ ରୟାଲ୍ସ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା । ଉଭୟ ଟିମ ପାଇଁ କର ବା ମର ସ୍ଥିତି । ଅଧିକ ପଢନ୍ତୁ

RR Vs RCB Eliminator match
RR Vs RCB Eliminator match (Etv Bharat)

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ର ପ୍ଲେ-ଅଫର ଦ୍ୱିତୀୟ ମ୍ୟାଚ ଅର୍ଥାତ ଏଲିମିନେଟର ମ୍ୟାଚ ଆଜି (ବୁଧବାର) ଅନୁଷ୍ଠିତ ହେବାକୁ ଯାଉଛି । ରାଜସ୍ଥାନ ରୟାଲ୍ସ ଓ ରୟାଲ୍ସ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ସନ୍ଧ୍ୟା ୭.୩୦ରେ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମହାମୁକାବିଲା ହେବ । ଏହି ମ୍ୟାଚରେ ବିଜେତା ଟିମ ଦ୍ୱିତୀୟ କ୍ୱାଲିଫାୟରକୁ ଯୋଗ୍ୟତା ଅର୍ଜନ କରିବ ଓ ପରାଜୟ ଟିମର ଆଇପିଏଲ ଟ୍ରଫି ଆଶା ଧୂଳିସାତ ହୋଇଯିବ । ତେଣୁ ଏହି ମ୍ୟାଚ ଉଭୟ ଟିମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

ଏହି ସବୁ କାରଣ ଆରସିବି ପାଇଁ ହୋଇପାରେ ଶୁଭଙ୍କର: ପୂର୍ବ ମ୍ୟାଚଗୁଡିକୁ ଦେଖିଲେ ରୟାଲ ଚାଲେଞ୍ଜର୍ସ ଚମତ୍କାର ଫର୍ମାଟରେ ରହିଛି । ପ୍ରଥମ ୮ଟି ଲିଗ ମ୍ୟାଚରୁ ୭ଟିରେ RCB ପରାଜିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ୬ଟି ମ୍ୟାଚ କ୍ରମାନ୍ୱୟ ଭାବେ ଜିତି କମବ୍ୟାକ୍ କରିଥିଲା । RCBର ଉଭୟ ବୋଲିଂ ଓ ବ୍ୟାଟିଂ କ୍ଷେତ୍ର ସୁଦୃଢ ରହିଛି । ଟିମର ପ୍ରତ୍ୟେକ ଖେଳାଳି ଫର୍ମରେ ଥିବା ଦେଖିବାକୁ ମିଳୁଛି । RCB ମୁଖ୍ୟତଃ ନିଜର ବ୍ୟାଟିଂ ଉପରେ ନିର୍ଭର କରୁଥିବା ବେଳେ ବିରାଟ କୋହଲି, ଡୁ ପ୍ଲେସି, ରଜତ ପାଟିଦାର, କାମରେନ ଗ୍ରୀନ, ଦିନେଶ କାର୍ତ୍ତିକଙ୍କର ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳୁଛି । ତେବେ କ୍ରମାଗତ ଭାବେ ପୂର୍ବ ମ୍ୟାଚଗୁଡିକରେ ବିଜୟୀ ଟିମକୁ ଏକ ଦୃଢ ମନୋବଳ ସହ ପଡିଆରେ ଓହ୍ଲାଇବାର ସୁଯୋଗ ଦେବ ।

ରାଜସ୍ଥାନକୁ ଅଡୁଆରେ ପକାଇପାରେ ଏହିସବୁ କାରଣ: ଅନ୍ୟପଟେ ଗତ କିଛି ମ୍ୟାଚକୁ ଦେଖିଲେ ରାଜସ୍ଥାନ ରୟାଲ୍ସ ନୈରାଶଜନକ ରହିଛି ।ରାଜସ୍ଥାନ ଗତ ମ୍ୟାଚଗୁଡିକରେ ବାରମ୍ବାର ପରାଜୟ ବରଣ କରିଥିବା ଦେଖିବାକୁ ମିଳିଛି । ପ୍ରଥମ ୯ଟି ମ୍ୟାଚରୁ RR ୮ଟି ମ୍ୟାଚ ଜିତି ୧୬ ପଏଣ୍ଟ ହାସଲ କରିଥିଲା । ହେଲେ ଏହାପରେ ଟିମ କ୍ରମାନ୍ୱୟ ଭାବେ ୪ଟି ମ୍ୟାଚରେ ପରାଜିତ ହୋଇଥିଲା ଓ ଅନ୍ତିମ ଲିଗ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ଏହି ମ୍ୟାଚରେ ଜୋସ ବଟଲରଙ୍କ ଅନୁପସ୍ଥିତି ଟିମକୁ ଅସୁବିଧାରେ ପକାଇବାରେ ।

ଏହାମଧ୍ୟ ପଢନ୍ତୁ..ଭେଙ୍କଟେଶ-ଶ୍ରେୟସଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଫାଇନାଲରେ କୋଲକାତା - IPL 2024

RR Vs RCB ହେଡ ଟୁ ହେଡ୍ ଆକଳନ: ଆଇପିଏଲ ଇତିହାସ ଉପରେ ନଜର ପକାଇଲେ ଉଭୟ ଟିମ ମଧ୍ୟରେ ଏବେସୁଦ୍ଧା ୩୧ଟି ମ୍ୟାଚ ଖେଳାଯାଇଛି । ସେଥିରୁ ୧୫ଟି ମ୍ୟାଚରେ ଆରସିବି ବିଜୟୀ ହୋଇଥିବା ବେଳେ ୧୩ଟି ମ୍ୟାଚରେ ଆରଆର ବିଜୟ ଲାଭ କରିଛି । ଚଳିତ ଆଇପିଏଲରେ ଉଭୟ ଟିମ ମଧ୍ୟରେ ଥରେ ମ୍ୟାଚ ଖେଳାଯାଇଛି । ଯେଉଁଥିରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଓ୍ବିକେଟରେ ହରାଇଥିଲା ।

ନରେନ୍ଦ୍ର ମୋଦି ଷ୍ଟାଡିୟମ ପିଚ୍ ମ୍ୟାଚ ପାଇଁ ଅନୁକୂଳ: ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚ ଅଧିକ ରନ ପାଇଁ ବେଶ ଅନୁକୂଳ । ଏଠାରେ ଅଧିକ ହାଇସ୍କୋରିଂ ମ୍ୟାଚ ଦେଖିବାକୁ ମିଳିଛି ଏହି ପିଚରେ ସର୍ବାଧିକ ୨୩୩ ରନ ସଂଗ୍ରହ କରାଯାଇଛି । ଆଜି ଅହମ୍ମଦାବାଦ ପାଣିପାଗ ଖେଳ ପାଇଁ ଅନୁକୂଳ ରହିଛି । ଫିଲ୍ଡ ମଧ୍ୟ ଶୁଷ୍କ ରହିଛି ଯାହାଫଳରେ ସ୍ପିନରମାନେ ଏହାର ଭରପୁର ଫାଇଦା ଉଠାଇପାରିବେ ।

ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ ଏକାଦଶ: ଯଶସ୍ୱୀ ଜୈସ୍ୱାଲ, ଟମ କହଲର- କ୍ୟାଡମୋର, ସଞ୍ଜୁ ସାମସନ (ଅଧିନାୟକ ଓ ଓ୍ବିକେଟ କିପର), ରିୟାନ ପରାଗ, ଧ୍ରୁବ ଜୁରେଲ, ସିମରନ ହେଟମାୟର, ଆର ଅଶ୍ୱିନ, ଟ୍ରେଣ୍ଟ୍ ବୋଲ୍ଟ, ଆଭେଶ ଖାନ, ସନ୍ଦିପ ଶର୍ମା, ଯୁଝବେନ୍ଦ୍ର ଚହଲ ।

ସମ୍ଭାବ୍ୟ ରୟଲ ଚାଲେଞ୍ଜର୍ସ ଏକାଦଶ: ବିରାଟ କୋହଲି, ଫାଫ ଡୁ ପ୍ଲେସିସ୍ (ଅଧିନାୟକ), ରଜତ ପାଟିଦାର, କାମେରନ ଗ୍ରୀନ, ଗ୍ଲେନ୍ ମ୍ୟାକ୍ସଓ୍ବେଲ, ଦିନେଶ କାର୍ତ୍ତିକ (ଓ୍ବିକେଟ କିପର), ମହିପାଲ ଲୋମରର, ସ୍ୱପ୍ନିଲ ସିଂହ, କରନ ଶର୍ମା, ଲୋକି ଫର୍ଗୁସନ, ୟଶ ଦୟାଲ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.