ETV Bharat / sports

ସାଥ ଦେଲା ଭାଗ୍ୟ, ଚେନ୍ନାଇକୁ ହରାଇ ପ୍ଲେ ଅଫରେ ବେଙ୍ଗାଲୁରୁ - IPL 2024 - IPL 2024

IPL 2024: ଆଇପିଏଲର 68ତମ ମ୍ୟାଚରେ ଆରସିବିର ରୋମାଞ୍ଚକର ବିଜୟ । ଚେନ୍ନାଇକୁ 27 ରନରେ ହରାଇ ପ୍ଲେ ଅଫରେ ବେଙ୍ଗାଲୁରୁ । ଅଧିକ ପଢନ୍ତୁ

IPL 2024
IPL 2024 (@IPL)
author img

By ETV Bharat Odisha Team

Published : May 19, 2024, 7:30 AM IST

ବେଙ୍ଗାଲୁରୁ: ମନରେ ଏକାଗ୍ରତା, ଧୌର୍ଯ୍ୟ ଓ ସାହସ ରଖିଲେ ସଫଳତା ନିଶ୍ଚୟ । ଯାହା କରି ଦେଖାଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଖରାପ ପ୍ରଦର୍ଶନ ଯୋଗୁଁ ପଏଣ୍ଟ ଟେବୁଲର ଶେଷରେ ରହିଥିବା ଆରସିବି ଆଇପିଏଲରେ ଚତୁର୍ଥ ଟିମ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି । ଅସମ୍ଭବକୁ କେମିତି ସମ୍ଭବ କରାଯାଇପାରେ ତାହା କରି ଦେଖାଇଛି ଡୁପ୍ଲେସିସି ବାହିନୀ । 18 ନମ୍ବର ଦଳ ପାଇଁ ଲକି ସାବ୍ୟସ୍ତ ହୋଇଛି । ପୂର୍ବ ରେକର୍ଡ ବଜାୟୀ ରଖିଲା ଆରସିବି । ଆଇପିଏଲର 68ତମ ମ୍ୟାଚରେ ଚେନ୍ନାଇକୁ 27 ରନରେ ପରାସ୍ତ କରି ପ୍ଲେ ଅଫରେ ପ୍ରବେଶ କରିଛି ବେଙ୍ଗାଲୁରୁ । ଟ୍ରଫି ହାତେଇବାର ମଉଳି ଯାଉଥିବା ସ୍ବପ୍ନ ଏବେ ପୁଣି ତାଜା ହୋଇଛି । ହାଇଭୋଲଟେଜ ମ୍ୟାଚରେ ବିରାଟ, ଡୁପ୍ଲେସିସି ଓ ପଟିଦାରଙ୍କ ଲଢୁଆ ବ୍ୟାଟିଂ ।

ଏହା ମଧ୍ୟ ପଢନ୍ତୁ-ଶେଷ ମ୍ୟାଚରେ ହାରି ପଏଣ୍ଟ ଟେବୁଲ ଶେଷରେ ମୁମ୍ବାଇ, 18ରନରେ ଜିତିଲା ଲକ୍ଷ୍ନୌ - IPL 2024

ପ୍ଲେ ଅଫରେ ପ୍ରବେଶ ପାଇଁ ଶନିବାର ସନ୍ଧ୍ୟାରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରସିବି ଓ ସିଏସକେ ମଧ୍ୟରେ ମୁକାବିଲା ହୋଇଥିଲା । ହଳଦିଆ ଓ ନାଲି ରଙ୍ଗର ଜର୍ସି ଛାଇଯାଇଥିଲା ଷ୍ଟାଡିୟମରେ । ବର୍ଷା ହୋଇଥିଲେ ମଧ୍ୟ ମ୍ୟାଚ ପ୍ରତି ବାଧକ ସାଜିନଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ସିଏସକେ । ବ୍ୟାଟିଂ ପାଇଁ ବେଙ୍ଗାଲୁରୁକୁ ଆମନ୍ତ୍ରଣ କରିଥିଲା । 20 ଓଭରରେ ଦଳ 5 ଓ୍ବିକେଟ ହରାଇ 218 ରନ କରିଥିଲା । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ କୋହଲି ଓ ଡୁପ୍ଲେସିସ । ଏହାପରେ ଆରମ୍ଭ ହୋଇଥିଲା ଷ୍ଟାଡିୟମରେ ଛକା ଚୌକାର ବର୍ଷା । ଲାଗୁଥିଲା ଯେମିତି ଭାଗ୍ୟ ଆରସିବିକୁ ସାଥ ଦଉଛି । ବିରାଟ କୋହଲି 47 ରନ କରି ଆଉଟ ହୋଇଥିବା ବେଳେ ଡୁପ୍ଲେସିସ 54, ରଜତ ପଟିଦାର 41, କାମରନ ଗ୍ରୀନ ଅପରାଜିତ 38, ଦିନେଶ କାର୍ତ୍ତିକ 4, ଓ ମାକ୍ସଓ୍ବେଲ 16 ରନ କରିଥିଲେ ।

ପରେ 201 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ । ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ପାଭିଲିୟନକୁ ଫେରିଯାଇଥିଲେ ଋତୁରାଜ । ରଚିତ ରବିନ୍ଦ୍ର କିନ୍ତୁ ଧୂଆଁଧାର ବ୍ୟାଟିଂ କରି 66 ରନ କରିଥିଲେ । 12 ଓଭର ପର୍ଯ୍ୟନ୍ତ ଲାଗୁଥିଲା ମ୍ୟାଚ ଚେନ୍ନାଇ ସପକ୍ଷରେ । କିନ୍ତୁ ତାହା ବଦଳିଯାଇଥିଲା । ରନ କରିବାରେ ଫେଲ ମାରିଥିଲେ ଡେରିଲ ମିଚେଲ, ଶିବମ ଦୁବେ ଓ ମିଚେଲ ସାଣ୍ଟନର । ରବିନ୍ଦ୍ର ଓ ଜାଡେଜା ଓ ଧୋନି ଧୂଆଁଧାର ବ୍ୟାଟିଂ କରି ଦଳକୁ ବିଜୟୀ ମୁହାଁ କରିଥିଲେ ମଧ୍ୟ ବିଜୟ ରନ ଲକ୍ଷ୍ୟ ହାସଲ କରିବା ବେଳକୁ ଓଭର ସମାପ୍ତି ହୋଇଥିଲା । 20 ଓଭରରେ 7 ଓ୍ବିକେଟ ହରାଇ 191 ରନ କରିଥିଲା ସିଏସକେ । ଶେଷରେ ପ୍ଲେ ଅଫ ଦୌଡରୁ ଦଳ ବାଦ୍ ପଡିଥିଲା । ଜାଡେଜା 42 ଓ ଧୋନି 25 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.