ETV Bharat / sports

ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ରେସ, ଦେଖନ୍ତୁ କିଏ ରହିଛି ଆଗରେ ? - IPL 2024

author img

By ETV Bharat Odisha Team

Published : Apr 22, 2024, 7:48 AM IST

Orange Cap and Purple Cap Race: ଚଳିତ ଆଇପିଏଲ ସିଜିନରେ ସର୍ବାଧିକ ରନ କରି ଅରେଞ୍ଜ କ୍ୟାପ ହାତେଇଛନ୍ତି ବିରାଟ କୋହଲି । ସର୍ବାଧିକ ଓ୍ବିକେଟ ନେଇ ବୁମରାଙ୍କ ପାଖରେ ରହିଛ ପର୍ପଲ କ୍ୟାପ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଆଇପିଏଲର 17ତମ ସଂସ୍କରଣରେ ପ୍ରତିଦିନ ରୋମାଞ୍ଚକର ମୁକାବିଲା ସହ ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ରେସ ମଧ୍ୟ ଜାରି ରହିଛି । ଏହା ସହିତ ପଏଣ୍ଟ ଟେବୁଲରେ ମଧ୍ୟ ବିଭିନ୍ନ ଦଳର ସ୍ଥାନ ବଦଳୁଛି। ଚଳିତ ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ରନ କରି ଅରେଞ୍ଜ କ୍ୟାପ ପିନ୍ଧିଛନ୍ତି ଆରସିବି ବ୍ୟାଟର ବିରାଟ କୋହଲି । ସେହିପରି ଘାତକ ବୋଲିଂ କରି ସର୍ବାଧିକ ଓ୍ବିକେଟ ନେଇ ପର୍ପଲ କ୍ୟାପ ନିଜ ପାଖରେ ରଖିଛନ୍ତି ଯଶପ୍ରୀତ ବୁମରା । ଚଳିତ ସିଜିନରେ ସର୍ବାଧିକ 6ଟି ମ୍ୟାଚରେ ବିଜୀୟ ହୋଇ 12 ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରାଜ କରୁଛି ରାଜସ୍ଥାନ ରୟାଲ୍ସ ।

ବିରାଟଙ୍କ ମୁଣ୍ଡରେ ଅରେଞ୍ଜ କ୍ୟାପ: ଆଇପିଏଲରେ ଗତକାଲି ଖେଳାଯାଇଥିବା 36 ତମ ମୁକାବିଲାରେ ଆରସିବି ଓ କେକେଆର ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ କୋହଲି ମାତ୍ର 18 ରନ କରି ଆଉଟ ହୋଇଥିଲେ । ଏହି ରନକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସର୍ବାଧିକ 379 ରନ କରି ଅରେଞ୍ଜ କ୍ୟାପ ହାତେଇଛନ୍ତି । 8ଟି ମ୍ୟାଚ ଖେଳି ସେ ଏହି ରନ କରିଥିବା ବେଳେ ଏଥିରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି । ସେହିପରି ଅରେଞ୍ଜ କ୍ୟାପ ରେସର ଦ୍ବିତୀୟ ସ୍ଥାନରେ ରହିଛି ରାଜସ୍ଥାନର ବ୍ୟାଟର ରିଆନ ପରାଗ । ସେ 318 ରନ କରିଛନ୍ତି । 298 ରନ ସହ ତୃତୀୟ ସ୍ଥାନରେ ରହିଛନ୍ତି ଶୁବମନ ଗିଲ ଓ 297 ରନ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା ।

ଏହା ମଧ୍ୟ ପଢନ୍ତୁ-ସାଇ କିଶୋରଙ୍କ ଘାତକ ବୋଲିଂ, ପଞ୍ଜାବକୁ 3 ଓ୍ବିକେଟରେ ହରାଇଲା ଗୁଜୁରାଟ - IPL 2024

ପର୍ପଲ କ୍ୟାପ ବୁମରାଙ୍କ ମୁଣ୍ଡରେ: ଆଇପଏଲର 37 ତମ ମୁକାବିଲା ପରେ ମଧ୍ୟ ପରପଲ କ୍ୟାପ ରେସରେ ଆଗରେ ରହିଛନ୍ତି ମୁମ୍ବାଇର ବୋଲର ଯଶପ୍ରୀତ ବୁମରା । ସେ ସର୍ବାଧିକ 13ଟି ଓ୍ବିକେଟ ନେଇଛନ୍ତି । ପରପଲ କ୍ୟାପ ରେସର ଦ୍ବିତୀୟ ସ୍ଥାନରେ ରହିଛନ୍ତି ପଞ୍ଜାବ କିଙ୍ଗ୍ସର ହର୍ସଲ ପଟେଲ, ସେ ବି 13ଟି ଓ୍ବିକେଟ ନେଇଛନ୍ତି । 12ଟି ଓ୍ବିକେଟ ଅକ୍ତିଆର କରି ତୃତୀୟ ସ୍ଥାନରେ ରହିଛନ୍ତି ରାଜସ୍ଥାନର ଚହଲ ।

ପଏଣ୍ଟ ଟେବୁଲର ଟପରେ ରାଜସ୍ଥାନ: କ୍ରମଶଃ ପଏଣ୍ଟ ଟେବୁଲରେ ରାଜ କରୁଛି ରାଜସ୍ଥାନ ରୟାଲ୍ସ । ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ 7ଟି ମ୍ୟାଚ ଖେଳି 12 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି ସଞ୍ଜୁ ସାମସନଙ୍କ ବାହିନୀ । ଦ୍ବିତୀୟ ସ୍ଥାନରେ ରହିଛି କୋଲକାତା ନାଇଟ ରାଇଡର୍ସ ଓ ତୃତୀୟ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.