ETV Bharat / sports

ଆଜି ମୁମ୍ବାଇ-ହାଇଦ୍ରାବାଦ ମୁକାବିଲା, ପ୍ରତିଶୋଧ ଲକ୍ଷ୍ୟରେ ପାଣ୍ଡ୍ୟା ବାହିନୀ - IPL 2024

author img

By ETV Bharat Odisha Team

Published : May 6, 2024, 1:50 PM IST

IPL 2024:ଆଜି ଆଇପିଏଲରେ ମୁମ୍ବାଇକୁ ଭେଟିବ ହାଇଦ୍ରାବାଦ । ପ୍ରତିଶୋଧ ଲକ୍ଷ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢନ୍ତୁ

IPL 2024
IPL 2024 (@srhfansofficial)

ମୁମ୍ବାଇ: ଦେଶରେ ଜାରି ରହିଛି ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ସିଜିନ 17 । ଏହି ଟୁର୍ଣ୍ଣାମେଣ୍ଟରେ ଆଜି ଖେଳାଯିବ 55 ତମ ମ୍ୟାଚ୍‌ । ମୁହାଁମୁହିଁ ହେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ମୁମ୍ବାଇ ପାଇଁ ଆଜିର ମ୍ୟାଚ୍‌ କର ବା ମର ପରିସ୍ଥିତି ପରି । ଯଦି ଏହି ମ୍ୟାଚରେ ଦଳ ପରାଜିତ ହୁଏ, ତେବେ ପ୍ଲେ ଅଫ ରେସରୁ ଦଳ ଅଫିସିଆଲି ବାଦ ପଡିବ । ତେଣୁ ଯେମିତି ହେଲେ ଏହି ମୁକାବିଲାକୁ ଜିତିବାକୁ କସରତ କରିବ ପାଣ୍ଡ୍ୟା ବାହିନୀ । ପୂର୍ବ ମ୍ୟାଚରୁ ପ୍ରତିଶୋଧ ନେବାକୁ ମଧ୍ୟ ଦଳ ଲକ୍ଷ୍ୟ ରଖିଛି । ସେପଟେ ମୁମ୍ବାଇ ବିପକ୍ଷରେ ଦ୍ବିତୀୟ ବିଜୟ ହାସଲ କରିବାକୁ କମିନ୍ସଙ୍କ ଟିମ ପ୍ରସ୍ତୁତ । ସନ୍ଧ୍ୟା 7ଟା 30ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ ।

ଏହା ମଧ୍ୟ ପଢନ୍ତୁ-ଆଜି ଡବଲ ହେର୍ଡର ମ୍ୟାଚ: ପଞ୍ଜାବକୁ ଭେଟିବ ଚେନ୍ନାଇ, LSG-KKR ଫାଇଟ - ipl 2024

ଚଳିତ ସିଜିନରେ ସନ୍‌ରାଇଜର୍ସ ହାଇଦ୍ରାବାଦର ପ୍ରଦର୍ଶନ ଭଲ ରହିଛି । ବର୍ତ୍ତମାନ ସୁଦ୍ଧା ଦଳ 10ଟି ମ୍ୟାଚ୍‌ ଖେଳି 6 ଟିରେ ବିଜୟୀ ହୋଇଛି । 12 ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ଏସ୍‌ଆର୍‌ଏଚ୍‌ । ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ଦଳ କସରତ ଚଳାଇଛି । ଆଜିର ମ୍ୟାଚରେ ବିଜୟୀ ହେଲେ ପ୍ଲେ ଅଫରେ ରହିବା ଆଶା ଆହୁରି ଉଜ୍ଜୀବିତ ହେବ । ତେଣୁ ପୁରା ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ଦଳ ପ୍ରସ୍ତୁତ । ବ୍ୟାଟିଂ ଓ ବୋଲିଂରେ ଏସ୍‌ଆର୍‌ଏଚ୍‌ର ଭଲ ପ୍ରଦର୍ଶନ ରହିଛି । ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନକୁ ପରାସ୍ତ କରି ବିଜୟ ଧାରାକୁ ଫେରିଥିଲା । ଟ୍ରାଭିସ ହେଡ୍‌, ଏଡେନ ମାର୍କରମ, ଅଭିଶେଖ ଶର୍ମା, ହେନେରିଚ କ୍ଲାସେନଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଦଳ ଆଶାବାଦୀ ।

ଅନ୍ୟପଟେ ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସରେ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । 11ଟି ମ୍ୟାଚ ଖେଳି ମାତ୍ର 3ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶେଷରେ ରହିଛି । ପୂର୍ବ ମ୍ୟାଚରେ ଦଳ କୋଲକାତାକୁ ଭେଟିଥିଲା । ମୁମ୍ବାଇକୁ 24 ରନରେ ହରାଇଲା କୋଲକାତା ନାଇଟ୍‌ ରାଇଡର୍ସ । ଦଳର ଟପ୍‌ ଅର୍ଡର ରନ କରିବାରେ ବିଫଳ ହୋଇଥିଲା । ଫଳରେ ଇଶାନ, ରୋହିତ, ନମନ ଧୀର 15 ରନ କରିବା ପୂର୍ବରୁ ପାଭିଲିୟନକୁ ଫେରିଯାଇଥିଲେ । କେବଳ ସୂର୍ଯ୍ୟ କୁମାର 56 ରନ କରିଥିଲେ । ପୂର୍ବ ଭୁଲକୁ ସୁଧାରି ଦଳ ଆଜି ଭଲ ପ୍ରଦର୍ଶନ କରିବ ବୋଲି ଲକ୍ଷ୍ୟ ରଖିଛି । ଆଜି ଏକ ରୋମାଞ୍ଚଙ୍କର ମୁକାବିଲା ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.