ETV Bharat / sports

ଆଜି ଆଇପିଏଲରେ ଲକ୍ଷ୍ନୌକୁ ଭେଟିବ ଚେନ୍ନାଇ - IPL 2024 - IPL 2024

IPL 2024: ଆଜି ଆଇପିଏଲରେ ରହିଛି ଏକ ରୋମାଞ୍ଚକର ମୁକାବିଲା । ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 19, 2024, 2:30 PM IST

ଲକ୍ଷ୍ନୌ: ଆଜି ଆଇପିଏଲରେ ରହିଛି 34ତମ ମୁକାବିଲା । ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଘରୋଇ ଗ୍ରାଉଣ୍ଡରେ ଖେଳି ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ଏଲଏସଜି । ସେପଟେ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ସିଏସକେ । ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ସନ୍ଧ୍ୟା 7ଟା 30ରେ ଏହି ମ୍ୟାଚ ଖେଳାଯିବ । ଦୁଇ ଦଳ ମଧ୍ୟରେ ଆଜି ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲ ୨୦୨୪: ହୋମ୍‌ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ୮ ୱିକେଟରେ ମାତ ଦେଲା କୋଲକାତା - IPL 2024

ଚଳିତ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଭଲ ରହିଛି । ବର୍ତ୍ତମାନ ସୁଦ୍ଧା 6ଟି ମ୍ୟାଚ ଖେଳି ଦଳ 4ଟିରେ ବିଜୟୀ ହେବା ସହ 2ଟିରେ ପରାଜିତ ହୋଇଛି । ଫଳରେ 8 ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ଦଳ । ଆଜି ସପ୍ତମ ମ୍ୟାଚ ଖେଳି ପଞ୍ଚମ ବିଜୟ ହାସଲ କରିବାକୁ ଜୋରଦାର ପ୍ରସ୍ତୁତ କରିଛି ଋତୁରାଜଙ୍କ ବାହିନୀ । ଆଜିର ମ୍ୟାଚରେ ଧୋନିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଗତ ମ୍ୟାଚରେ ମୁମ୍ବାଇ ବିପକ୍ଷରେ ଖେଳି ଶେଷ 4 ବଲରେ 20 ରନ କରିଥିଲେ ମାହି । ତେଣୁ ଆଜି ମଧ୍ୟ ଫିଲ୍ଡରେ ତାଙ୍କର ହେଲିକପ୍ଟର ସଟ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଶିବମ ଦୁବେ ଓ ଗାଏକଓ୍ବାଡେଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଦଳ ଆଶାବାଦୀ । ଟିମର ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗ ଭଲ ରହିଛି ।

ଏହା ମଧ୍ୟ ପଢନ୍ତୁ-ମୁମ୍ବାଇର ଘାତକ ବୋଲିଂରେ ଧରାଶାୟୀ ପଞ୍ଜାବ, 9 ରନରେ ହାରିଲା PBKS - IPL 2024

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଚଳିତ ସିଜିନରେ 6ଟି ମ୍ୟାଚ ଖେଳି 3ଟିରେ ବିଜୀୟ ହେବା ସହ 3ଟିରେ ପରାଜିତ ହୋଇଛି । 6 ପଏଣ୍ଟ ସହ ଦଳ ପେଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ଚେନ୍ନାଇକୁ ଚେକ ନେଇ ଚତୁର୍ଥ ବିଜୟ ହାସଲ କରିବାକୁ ଦଳ ଜୋରଦାର ପ୍ରୟାସ କରିବ । ଏପ୍ରିଲ 14 ତାରିଖରେ କେକେଆରକୁ ଭେଟିଥିଲା ଲକ୍ଷ୍ନୌ । କିନ୍ତୁ 8 ଓ୍ବିକେଟରେ ଦଳ ପରାସ୍ତ ହୋଇଥିଲା । ଦୁଇ ଦଳର ଏକାଦଶରେ ଆଜି ପରିବର୍ତ୍ତନ ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.