ETV Bharat / sports

ଆଇପିଏଲ ୨୦୨୪: ହୋମ୍‌ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ୮ ୱିକେଟରେ ମାତ ଦେଲା କୋଲକାତା - IPL 2024

author img

By ETV Bharat Odisha Team

Published : Apr 14, 2024, 7:23 PM IST

Updated : Apr 14, 2024, 7:47 PM IST

IPL 2024: ଇଡେନ୍‌ ଗାର୍ଡେନରେ କୋଲକାତାର ବଡ଼ ବିଜୟ । ମିଚେଲ୍‌ ଷ୍ଟାର୍କଙ୍କ ଦମଦାର ସ୍ପେଲ୍‌ ପରେ ଫିଲିପ୍‌ ସଲ୍ଟଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଲକ୍ଷ୍ନୌକୁ ୮ ୱିକେଟରେ ମାତ ଦେଲା କେକେଆର୍‌ । ଅଧିକ ପଢ଼ନ୍ତୁ

IPL 2024
IPL 2024

କୋଲକାତା: ଇଡେନ ଗାର୍ଡେନରେ କୋତକାତାର ଜବରଦସ୍ତ ବିଜୟ । ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ୮ ୱିକେଟ୍‌ରେ ମାତ ଦେଲା କୋଲକାତା ନାଇଟ୍‌ ରାଇଡର୍ସ । ଆଜି ଆଇପିଏଲ ଡବଲ ହେଡର ଥିବାବେଳେ ପ୍ରଥମ ମ୍ୟାଚ୍‌ କୋଲକାତା ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୧୬୧ ରନ କରିଥିଲା କେଏଲ୍‌ ରାହୁଲଙ୍କ ଏଲଏସ୍‌ଜି । ତେବେ ଫିଲିପ୍‌ ସଲ୍ଟଙ୍କ ଦମଦାର ବ୍ୟାଟିଂ ବଳରେ କେବଳ ୨ ୱିକେଟ୍‌ ହରାଇ ଏହି ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଛି କୋଲକାତା । ଦଳ ପକ୍ଷରୁ ଫିଲିପ୍‌ ସଲ୍ଟ ୪୭ ବଲରୁ ୧୪ ଚୌକା ଓ ୩ ଛକା ବଳରେ ୮୯ ଅପରାଜିତ ରନ କରିଥିବାବେଳେ ୪ ଓଭରରେ ୨୮ ରନ୍‌ ବ୍ୟୟରେ ୩ ୱିକେଟ ହାସଲ କରିଥିଲେ ମିଚେଲ୍‌ ଷ୍ଟାର୍କ ।

ଲକ୍ଷ୍ନୌ ପାଳି: ଆଜି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ନୌ । ଦଳକୁ ଭଲ ଆରମ୍ଭ ମିଳିଥିଲେ ମଧ୍ୟ ଖୁବଶୀଘ୍ର ଆଉଟ୍‌ ହୋଇଯାଇଥିଲେ କ୍ବିଣ୍ଟନ ଡି'କକ୍‌ । ସେ ୮ ବଲରୁ ୧୦ ରନ କରି ପାଭିଲିୟନ ଫେରିଥିଲେ । ପାୱାର ପ୍ଲେ ଭିତରେ ଦୀପକ ହୁଡ୍ଡା ମଧ୍ୟ ଆଉଟ୍‌ ହୋଇ ଫେରିଯାଇଥିଲେ । ସେ ୮ ରନ କରି ଆଉଟ୍‌ ହେବା ପରେ ଅଧିନାୟକ ରାହୁଲଙ୍କ ସହ ପାଳି ସମ୍ଭାଳିଥିଲେ ଆୟୁଷ ବୋଦୋନୀ । ରାହୁଲ ଆକ୍ରାମକ ଆରମ୍ଭ କରିଥିଲେ ମଧ୍ୟ ସେ ୨୭ ବଲରୁ ୩୯ ରନ କରିବାରେ ସକ୍ଷମ ହୋଇଥିଲେ । ଏହାପରେ ଷ୍ଟୋଇନିସ୍‌ ମଧ୍ୟ କେବଳ ୧୦ ରନ କରି ଆଉଟ୍‌ ହୋଇଥିଲେ । କୃଣାଲ ପାଣ୍ଡ୍ୟା ୭ ଓ ଅର୍ଶଦ ଖାନ ୫ ରନ କରିଥିଲେ । ତେବେ ନିକୋଲସ୍‌ ପୁରନଙ୍କ ୪୫ ରନର ପାଳି ବଳରେ ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୭ ୱିକେଟ୍‌ ହରାଇ ୧୬୧ ରନ କରିଥିଲା ।

ଏହି ପାଳିରେ କୋଲକାତା ପକ୍ଷରୁ ମିଚେଲ୍‌ ଷ୍ଟାର୍କ ବେଶ ଘାତକ ସାବ୍ୟସ୍ତ ହୋଇଥିଲେ । ସେ ୪ ଓଭରରୁ ୨୮ ରନ ବ୍ୟୟରେ ୩ ୱିକେଟ୍‌ ଅକ୍ତିଆର କରିଥିଲେ । ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରୁସେଲ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିବା ବେଲେ ସବୁଠାରୁ ଆକର୍ଷଣୀୟ ସ୍ପେଲ୍‌ ପକାଇଥିଲେ ଭେଟେରାନ ସୁନୀଲ ନାରିନ୍‌ । ସେ ୪ ଓଭରରୁ କେବଳ ୧୭ ରନ ବ୍ୟୟରେ ଗୋଟିଏ ୱିକେଟ୍‌ ହାସଲ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ଡବଲହେଡର ମ୍ୟାଚ, କୋଲକାତାକୁ ଭେଟିବ ଲକ୍ଷ୍ନୌ-ମୁହାଁମୁହିଁ ହେବେ ଚେନ୍ନାଇ ଓ ମୁମ୍ବାଇ - IPL 2024

କୋଲକାତା ପାଳି: ୧୬୨ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା କୋଲକାତା ପକ୍ଷରୁ ଓପନର ଫିଲିପ୍‌ ସଲ୍ଟ ବେଶ ଆକ୍ରାମକ ଆରମ୍ଭ କରିଥିଲେ । ହେଲେ ତାଙ୍କୁ ସାଥି ବ୍ୟାଟରଙ୍କ ସହଯୋଗ ମିଳିନଥିଲା । ସୁନୀଲ ନାରିନ୍‌ ୬ ଓ ଅଙ୍ଗକ୍ରିସ ରଘୁବଂଶୀ ୭ ରନ କରି ଆଉଟ୍‌ ହୋଇଯାଇଥିଲେ । ଏହାପରେ ଅଧିନାୟକ ଶ୍ରେୟସ ଆୟରଙ୍କ ସହଯୋଗ ପାଇଥିଲେ ଫିଲିପ୍‌ । ସେ ୪୭ ବଲରୁ ୧୪ ଚୌକା ଓ ୩ ଛକା ବଳରେ ଅପରାଜିତ ୮୯ ରନର ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ । ଅନ୍ୟପଟେ ଆୟର ୩୮ ବଲରୁ ୩୮ ରନ ସଂଗ୍ରହ କରିଥିଲେ । ଫଳରେ ଦଳ ୧୫.୪ ଓଭରରେ ଏହି ଟାର୍ଗେଟ ହାସଲ କରିନେଇଥିଲା ।

ଏହି ପାଳିରେ ଲକ୍ଷ୍ନୌ ପାଇଁ ଏହାର ବୋଲରମାନେ ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କେବଳ ମୋହସିନ୍‌ ଖାନ ୪ ଓଭରରୁ ୨୯ ରନ ଖର୍ଚ୍ଚ କରି ୨ ୱିକେଟ୍‌ ଅକ୍ତିଆର କରିଥିଲେ । ଅନ୍ୟ କୌଣସି ବୋଲର ୱିକେଟ୍‌ ପାଇନଥିଲେ ମଧ୍ୟ ଦ୍ରୁତଗତିରେ ରନ୍‌ ବ୍ୟୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 14, 2024, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.