ETV Bharat / sports

ଓ୍ବାଙ୍ଖଡେରେ କୋଲକାତା ବୋଲରଙ୍କ ଆତଙ୍କ, 24 ରନରେ ହାରିଲା ମୁମ୍ବାଇ - IPL 2024

author img

By ETV Bharat Odisha Team

Published : May 4, 2024, 7:42 AM IST

KKR beat MI: ଆଇପିଏଲର 51ତମ ମ୍ୟାଚରେ ମୁମ୍ବାଇକୁ ହରାଇଲା ଚେନ୍ନାଇ । ମିଚେଲ ଷ୍ଟାର୍କଙ୍କୁ 4 ଓ୍ବିକେଟ । 24 ରନରେ ହାରିଲା ମୁମ୍ବାଇ । ଅଧିକ ପଢନ୍ତୁ

KKR beat MI
KKR beat MI (CREDIT-KKR beat MI)

ମୁମ୍ବାଇ: ଓ୍ବାଙ୍ଖଡେ ଷ୍ଟାଡିୟମରେ ଆତଙ୍କ ଖେଳାଇଲେ କୋଲକାତା ବୋଲର । ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଓ ଭେଙ୍କଟଶ ଆୟରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ମୁମ୍ବାଇକୁ 24 ରନରେ ହରାଇଲା କୋଲକାତା ନାଇଟ ରାଇଡର୍ସ । ଚଳିତ ଆଇପିଏଲରେ ମୁମ୍ବାଇର ପରାଜୟ ଧାରା ଜାରି । ବିଫଳ ହେଲା ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ । ବୁମରା ଓ ତୁଷାରଙ୍କ ଘାତକ ବୋଲିଂ ବିଫଳ । ପଏଣ୍ଟ ଟେବୁଲର ନବମ ସ୍ଥାନରେ ପାଣ୍ଡ୍ୟା ବାହିନୀ ।

ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ସନ୍ଧ୍ୟା 7ଟା 30ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା । 20 ଓଭର ଶେଷ ହେବା ପୂର୍ବରୁ ଦଳ ସମସ୍ତ ଓ୍ବିକେଟ ହରାଇ 169 ରନ କରିଥିଲା । ଆରମ୍ଭରୁ ମୁମ୍ବାଇର ଘାତକ ବୋଲିଂ ଯୋଗୁଁ ଦଳର ଟପ ଅର୍ଡର ଫେଲ୍ ମାରିଥିଲା । ସଲ୍ଟ, ସୁନିଲ, ଶ୍ରେୟଶ ଆୟର 10 ରନ କରିବା ପୂର୍ବରୁ ପାଭିଲିୟନକୁ ଫେରିଥିଲେ । 6 ଓଭର ମଧ୍ୟରେ ଦଳ 5ଟି ଓ୍ବିକେଟ ହରାଇଥିଲା । ଏହାପରେ ଏକା ପାଳି ସମ୍ଭାଳିଥିଲେ ଭେଙ୍କଟଶ । ସେ ଚତୁରତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିଙ୍କୁ ସିଂ 9, ମନିଷ ପାଣ୍ଡେ 42 ରନ କରିଥିଲେ । ମୁମ୍ବାଇ ପକ୍ଷରୁ ବୁମରା 3, ତୁଷାର 3 ଓ ପାଣ୍ଡ୍ୟା 2ଟି ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଜସ୍ଥାନ ବିଜୟ ଧାରାରେ ବ୍ରେକ, 1 ରନରେ ଜିତିଲା ହାଇଦ୍ରାବାଦ - IPL 2024

ଏହାପରେ 170ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । କୋଲକାତା ପରି ଏମାଇର ମଧ୍ୟ ଟପ ଅର୍ଡର ସୋକର କରିବାରେ ବିଫଳ ହୋଇଥିଲା । ଘାତକ ବୋଲିଂ କରି ମୁମ୍ବାଇ ବ୍ୟାଟରଙ୍କ ବ୍ୟାଟ ଚଲାଇବାକୁ ଦେଇନଥିଲେ କେକେଆର ବୋଲର । ଫଳରେ ଇସାନ, ରୋହିତ ନମନ ଧୀର 15 ରନ କରିବା ପୂର୍ବରୁ ପାଭିଲିୟନକୁ ଫେରିଯାଇଥିଲେ । ଏହାପରେ ଏକା ପାଳି ସମ୍ଭାଳିଥିଲେ ସୂର୍ଯ୍ୟକୁମାର । ସେ 56 ରନ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ମିଡିଲ ଅର୍ଡର ବି ରନ କରିବାରେ ଫେଲ ହୋଇଥିଲା । 19 ଓଭର ଶେଷ ସୁଦ୍ଧା ଦଳ ସମସ୍ତ ଓ୍ବିକେଟ ହରାଇ 145 ରନ କରିଥିଲା ଦଳ । ଚଳିତ ସିଜିନରେ ଏହା ମୁମ୍ବାଇର ଅଷ୍ଟମ ପରାଜୟ । କୋଲକାତା ପକ୍ଷରୁ ମିଚେଲ 4, ବରୁଣ ଚକ୍ରବର୍ତ୍ତୀ 2 ଓ ନାରିନ 2ଟି ଓ୍ବିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.