ETV Bharat / sports

ପ୍ଲେ ଅଫରେ ପ୍ରବେଶ କଲା କୋଲକାତା, 18 ରନରେ ହାରିଲା ମୁମ୍ବାଇ - IPL 2024 - IPL 2024

IPL 2024: ଆଇପିଏଲର 60ତମ ମୁକାବିଲାରେ 18 ରନରେ ମୁମ୍ବାଇକୁ ପରାସ୍ତ କଲା କେକେଆର । ପ୍ରଥମ ଦଳ ଭାବେ ପ୍ଲେ ଅଫରେ କଲା ପ୍ରବେଶ । ଅଧିକ ପଢନ୍ତୁ

IPL 2024
IPL 2024 (@KKRiders)
author img

By ETV Bharat Odisha Team

Published : May 12, 2024, 8:29 AM IST

କୋଲକାତା: ମୁମ୍ବାଇକୁ ହରାଇ ପ୍ଲେ ଅଫରେ କୋଲକାତା ନାଇଟ ରାଇଡର୍ସ । ଆଇପିଏଲର 17ତମ ସଂସ୍କରଣରେ ପ୍ରଥମ ଦଳ ଭାବେ କେକେଆର ପ୍ଲେ ଅଫରେ ପ୍ରବେଶ କରିଛି । ଆଇପିଏଲର 60ତମ ମୁକାବିଲାରେ 18 ରନରେ ମୁମ୍ବାଇକୁ ପରାସ୍ତ କରିଥିଲା କୋଲକାତା । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମୁମ୍ବାଇକୁ ପରାସ୍ତ କରିବାରେ ଦଳ ସଫଳ ହୋଇଛି । ଫଳରେ ପୂର୍ବ ମ୍ୟାଚର ପ୍ରତିଶୋଧ ନେବାରେ ମୁମ୍ବାଇ ବିଫଳ ହୋଇଛି । ଘାତକ ବୋଲିଂ କରି ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହେଲେ ବରୁଣ ଚକ୍ରବର୍ତ୍ତୀ ।

ଏହା ମଧ୍ୟ ପଢନ୍ତୁ-ଘରୋଇ ଗ୍ରାଉଣ୍ଡରେ ଗିଲ-ସାଇଙ୍କ ଶତକ, 35 ରନରେ ହାରିଲା ଚେନ୍ନାଇ - IPL 2024

ଶନିବାର ସନ୍ଧ୍ୟାରେ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ଓ ମୁମ୍ବାଇ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ବର୍ଷା କାରଣରୁ 1 ଘଣ୍ଟା 45 ମିନିଟ ବିଳମ୍ବରେ 20 ଓଭର ବଦଳରେ 16 ଓଭର ବିଶିଷ୍ଟ ମ୍ୟାଚ ଖେଳାଯାଇଥିଲା । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା କୋଲକାତା । ଆରମ୍ଭରୁ ଦଳର ଓପନିଂ ଯୋଡି ରନ କରିବାରେ ବିଫଳ ହୋଇଥିଲେ । ଫିଲ ସଲ୍ଟ 6 ଓ ସୁନିଲ ନାରୀନ ଖାତା ଖୋଲିବା ଆଗରୁ ପାଭିଲିୟନକୁ ଫେରିଥିଲେ । ଭେଙ୍କଟସ ଆୟର 42, ନୀତିଶ ରଣା 33, ଋଷେଲ 24, ରିଙ୍କୁ ସିଂ 20 ଓ ରମନଦୀପଙ୍କ 17 ରନ ବଳରେ ଦଳ 16 ଓଭରରେ 7 ଓ୍ବିକେଟ ହରାଇ 157 ରନ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଧର୍ମଶାଳାରେ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବକୁ ହରାଇ RCBର ପ୍ଲେ ଅଫ ଆଶା ଉଜ୍ଜୀବିତ - IPL 2024

158 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ପାଣ୍ଡ୍ୟା ବାହିନୀ । କିନ୍ତୁ ବିଜୟ ଲକ୍ଷ୍ୟ ହାସଲ ପୂର୍ବରୁ ଓଭର ଶେଷ ହୋଇଯାଇଥିଲା । ଆରମ୍ଭରୁ ଇଶାନ ଓ ରୋହିତ ଭଲ ଆରମ୍ଭ କରିଥିଲେ । କିନ୍ତୁ ଦଳର ମିଡିଲ ଅର୍ଡର ରନ କରିବାରେ ବିଫଳ ହୋଇଥିଲା । ଇଶାନ 40, ରୋହିତ 19, ତିଳକ 32ଓ ନମନ 17 ରନ କରିଥିଲେ । କୋଲକାତା ବୋଲରଙ୍କ ଘାତକ ବୋଲିଂ ଆଗରେ ରନ କରିବାରେ ବିଫଳ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟ ବ୍ୟାଟର । ଶେଷ 16 ଓଭରରେ 8 ଓ୍ବିକେଟ ହରାଇ 139 ରନ କରିଥିଲା ମୁମ୍ବାଇ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.