ETV Bharat / sports

ଆଗାମୀ ଆଇପିଏଲର ପ୍ରଥମ ମ୍ୟାଚରୁ ହାର୍ଦ୍ଦିକ ବାସନ୍ଦ, ଜାଣନ୍ତୁ କାହିଁକି... - Hardik Pandya suspended

author img

By ETV Bharat Odisha Team

Published : May 19, 2024, 11:03 AM IST

IPL 2024: ମୁମ୍ୱାଇ ଇଣ୍ଡିଆନ୍ସ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଝଟକା । ଆଗାମୀ ଆଇପିଏଲ ମ୍ୟାଚରୁ ବାଦ ପଡିବା ସହ ୩୦ ଲକ୍ଷ ଟଙ୍କା ଜରିମାନା ଭରିବେ ପାଣ୍ଡ୍ୟା । ଜାଣନ୍ତୁ କାହିଁକି..

IPL 2024
IPL 2024 (AP Photos)

ହାଇଦ୍ରାବାଦ: ମୁମ୍ୱାଇ ଇଣ୍ଡିଆନ୍ସ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ ଝଟକା । ଆଗାମୀ ଆଇପିଏଲର ପ୍ରଥମ ମ୍ୟାଚ ଖେଳିପାରିବେନି ହାର୍ଦ୍ଦିକ । ମନ୍ଥର ବୋଲିଂ(ସ୍ଲୋ ଓଭର ରେଟ) ପାଇଁ ହାର୍ଦ୍ଦିକଙ୍କୁ ଆଇପିଏଲର ଆଗାମୀ ମ୍ୟାଚରୁ ନିଲମ୍ବିତ କରାଯିବା ସହ ୩୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରାଯାଇଛି । ତେବେ ଚଳିତ ସିରିଜରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଫ୍ୟାନ୍ସମାନଙ୍କୁ ବେଶ ନିରାଶ କରିଛି । ୫ଥର ଟାଇଟଲ ହାତେଇଥିବା ମୁମ୍ବାଇ ଏଥର ପଏଣ୍ଟ ଟେବୁଲର ଶେଷରେ ରହିଛି ।

IPL 2024
IPL 2024 (IANS Photos)

ଏହାମଧ୍ୟ ପଢନ୍ତୁ... ସାଥ ଦେଲା ଭାଗ୍ୟ, ଚେନ୍ନାଇକୁ ହରାଇ ପ୍ଲେ ଅଫରେ ବେଙ୍ଗାଲୁରୁ - IPL 2024

ମେ' ୧୭ ତାରିଖରେ ମୁମ୍ବାଇ ସ୍ଥିତ ଓ୍ବାଙ୍ଖଡେ ଷ୍ଟାଡିୟମରେ ସୁପରଜିଆଣ୍ଟ୍ସ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଲୋ ବୋଲିଂ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ପାଣ୍ଡ୍ୟାଙ୍କୁ ଆଇପିଏଲର ଆଗାମୀ ମ୍ୟାଚ ପାଇଁ ନିଲମ୍ବନ କରାଯିବା ସହ ୩୦ ଲକ୍ଷ ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ସେ ପରବର୍ତ୍ତୀ ମ୍ୟାଚ ଖେଳିପାରିବେ ନାହିଁ ।

ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷର ସମସ୍ତ ୧୪ଟି ଲିଗ ମ୍ୟାଚ ଖେଳିସାରିଛି । ତେଣୁ ପାଣ୍ଡ୍ୟା ଆଗାମୀ ଆଇପିଏଲ ସିଜନ ଅର୍ଥାତ ୧୮ତମ ସଂସ୍କରଣର ପ୍ରଥମ ମ୍ୟାଚରୁ ବାଦ ପଡିବେ । ଏପରିକି ସେ ମୁମ୍ବାଇ ଇଣ୍ଡିଆନ୍ସ ଛାଡି ଅନ୍ୟ ଯେକୌଣସି ଦଳ ପାଇଁ ଖେଳିଲେ ମଧ୍ୟ ତାଙ୍କୁ ଏହି ଦଣ୍ଡ ମାନିବାକୁ ପଡିବ । କେବଳ କ୍ୟାପଟେନ ନୁହଁନ୍ତି ପୁରା ଟିମକୁ ସ୍ଲୋ ଓଭର ରେଟ ପାଇଁ ଜରିମାନା ଭରିବାକୁ ପଡିଛି । ରୋହିତ ଶର୍ମାଙ୍କୁ ମିଶାଇ ଦଳର ସମସ୍ତ ଖେଳାଳିଙ୍କୁ ୧୨ ଲକ୍ଷ ଟଙ୍କା କିମ୍ବା ମ୍ୟାଚ ଫି'ର ୫୦ ପ୍ରତିଶତ ଅର୍ଥ ଜରିମାନା ଆକାରରେ ଦେବାକୁ ପଡିବ ।

ଏହାମଧ୍ୟ ପଢନ୍ତୁ.. IPLରୁ ଧୋନିଙ୍କ ଅବସର ! RCB ଠାରୁ ହାରିବା ପରେ ଏମିତି ହେଉଛି ଚର୍ଚ୍ଚା - MS Dhoni

ଚଳିତ ଆଇପିଏଲର ମୁମ୍ବାଇ ଇଣ୍ଡିଆନ୍ସ ନିଜର ସମସ୍ତ ଲିଗ ମ୍ୟାଚ ଖେଳି ସାରିଥିବା ବେଳେ ଟିମର ପ୍ରଦର୍ଶନ ବେଶ ନୈରାଶଜନକ ରହିଛି । ୪ଟି ଲିଗ ମ୍ୟାଚରେ ବିଜୟୀ ହୋଇ ମାତ୍ର ୮ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଶେଷରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ଯାହାକୁ ନେଇ ଫ୍ୟାନ୍ସଙ୍କୁ ନିରାଶ ହେବାକୁ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.