ETV Bharat / sports

ଇଣ୍ଡିଆନ ପ୍ରିମିୟର ଲିଗ୍, ଚଳିତ ସିଜିନ ଖେଳିବେ ନାହିଁ ଏହି ସବୁ ଖେଳାଳି - IPL 2024

author img

By ETV Bharat Odisha Team

Published : Mar 21, 2024, 1:08 PM IST

IPL 2024: ଆହତ ଜନିତ ସମସ୍ୟା ଯୋଗୁଁ ଏଥର ଆଇପିଏଲରୁ ବାଦ ପଡ଼ିଛନ୍ତି ଶାମି ଏବଂ କନଓ୍ବେ । ନଜର ପକାନ୍ତୁ ଆଉ କେଉଁ ଖେଳାଳି ଆଇପିଏଲରେ ନଜର ଆସି ନପାରନ୍ତି ।

IPL 2024
IPL 2024

ନୂଆଦିଲ୍ଲୀ: ଆସନ୍ତାକାଲି(ଶୁକ୍ରବାର) ଆରମ୍ଭ ହେବ ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ସିଜିନ 17 । ଚଳିତ ସିଜିନରେ ଆହତ ଜନିତ ସମସ୍ୟା ଯୋଗୁଁ କିଛି ଷ୍ଟାର ପ୍ଲେୟାର ବାଦ ପଡିଛନ୍ତି । ନଜର ପକାନ୍ତୁ କେଉଁ ଦଳରୁ କେଉଁ ଖେଳାଳି ଆଇପିଏଲ ଖେଳିବେ ନାହିଁ ।

ମହମ୍ମଦ ଶାମି: ଆହତ ଜନିତ ସମସ୍ୟା ଯୋଗୁଁ ଚଳିତ ଆଇପିଏଲ ସିଜିନ ଖେଳିବେ ନାହିଁ ଦ୍ରୁତ ବୋଲର ମହମ୍ମଦ ଶାମି । ତାଙ୍କ ସ୍ଥାନରେ ଗୁଜୁରାଟ ଟାଇଟନ୍ସ ସନ୍ଦୀପ ଓ୍ବାରିୟରଙ୍କୁ ସାମିଲ କରାଯାଇଛି । ଗତ ଫେବୃଆରୀରେ ମହମ୍ମଦ ଶାମିଙ୍କ ଗୋଇଠିର ସଫଳ ଅସ୍ତ୍ରୋପଚାର ହୋଇଛି । ତଣେୁ ଫିଟ୍ ହେବା ପାଇଁ ତାଙ୍କୁ ଆହୁରି ସମୟ ଲାଗିବ । ତେଣୁ ସେ ଚଳିତ ବର୍ଷ ଆଇପିଏଲ ଖେଳିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଥିଲା ।

players ruled out due to injuries
players ruled out due to injuries

ସୂର୍ଯ୍ୟକୁମାର ଯାଦବ: ଆହତ ଜନିତ ସମସ୍ୟାରୁ ମୁକୁଳି ଆଇପିଏଲ ପାଇଁ ପ୍ରସ୍ତୁତି ଚଲାଇଛନ୍ତି ସୂର୍ଯ୍ୟକୁମାର ଯାଦବ। କିନ୍ତୁ ତାଙ୍କ ଫିଟନେସ ସାର୍ଟିଫିକେଟକୁ ଏପର୍ଯ୍ୟନ୍ତ ଜାତୀୟ କ୍ରିକେଟ୍‌ ଏକାଡେମୀ ମଞ୍ଜୁରୀ ଦେଇନାହିଁ । ତେଣୁ ଆଇପିଏଲରେ 24 ମାର୍ଚ୍ଚରେ ହେବାକୁ ଗୁଜୁରାଟ ଓ ମୁମ୍ବାଇ ମ୍ୟାଚ ଖେଳିବେ ନାହିଁ ସୂର୍ଯ୍ୟକୁମାର । ଆଜି ତାଙ୍କର ପୁଣି ଏକ ପରୀକ୍ଷା କରାଯିବ । ଏହାପରେ ସ୍ପଷ୍ଟ ହେବ ଯେ ସେ ଆଇପିଏଲର ପରବର୍ତ୍ତୀ ମ୍ୟାଚ ଖେଳିବେ କି ନାହିଁ !

players ruled out due to injuries
players ruled out due to injuries

ଏହା ମଧ୍ୟ ପଢନ୍ତୁ-କାଲିଠୁ IPL ସିଜିନ 17: ଆରସିବି-ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଉଦଘାଟନୀ ମ୍ୟାଚ୍

ଡେଭନ କନଓ୍ବେ: ଫଟା ଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ 2024 ଖେଳିବେ ନାହିଁ ନ୍ୟୁଜିଲାଣ୍ଡ କ୍ରିକେଟର ଡେଭନ କନଓ୍ବେ । ଯାହା ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏକ ବଡ ଝଟକା । ଆହତ ଜନିତ ସମସ୍ୟା ଯୋଗୁଁ ସେ ପୂରା ସିଜିନରୁ ବାଦ ପଡିଛନ୍ତି । ତାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରରେ ଆଘାତ ଲାଗିଥିବାରୁ ସେ ଅସ୍ତ୍ରୋପଚାର କରିବେ । ସୁସ୍ଥ ହେବା ପାଇଁ ତାଙ୍କୁ ଆଠ ସପ୍ତାହ ସମୟ ଲାଗିବ । ତେଣୁ ସେ ଚଳିତ ଆଇପିଏଲରୁ ସମ୍ପୂର୍ଣ୍ଣ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ଦଳରେ କାହାକୁ ସାମିଲ କରାଯାଇ ନାହିଁ ।

players ruled out due to injuries
players ruled out due to injuries

ମଥିଶା ପାଥିରାନା: ଗତ ଆଇପିଏଲ ସିଜିନିରେ ବିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ଚେନ୍ନାଇ ଟିମର ମଥିଶା ପାଥିରାନା । ଜୁନିଅର ମାଲିଙ୍ଗା ଭାବେ ପରିଚିତ ମଥିଶା ପାଥିରାନା ଚଳିତ ଆଇପିଏଲରେ କିଛି ମ୍ୟାଚ ଖେଳିବେ ନାହିଁ । ବାଂଲାଦେଶ ବିପକ୍ଷ ଟି -20 ସିରିଜରେ ସେ ଆହତ ହୋଇଥିଲେ । ବର୍ତ୍ତମାନ ତାଙ୍କୁ 3ରୁ 4 ସପ୍ତାହ ବିଶ୍ରାମ ଦିଆଯାଇଛି । ଚଳିତ ସିଜିନରେ ପ୍ରଥମ ମ୍ୟାଚ ନଖେଳିଲେ ମଧ୍ୟ ଆଗାମୀ ମ୍ୟାଚ ଖେଳିବେ ବୋଲି ଆସା ଖରାଯାଉଛି ।

ହ୍ୟାରୀ ବ୍ରୁକ: ବ୍ୟକ୍ତିଗତ କାରଣ ପାଇଁ ଚଳିତ ଆଇପିଏଲ ସିଜିନ ଖେଳିବେ ନାହିଁ ଇଂଲଣ୍ଡ ଖେଳାଳି ହ୍ୟାରୀ ବ୍ରୁକ । 4 କୋଟି ଟଙ୍କାରେ ଡିସି ତାଙ୍କୁ କିଣିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କ ବଦଳରେ କାହାକୁ ଦଳରେ ସାମିଲ କରିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.