ETV Bharat / sports

ଆଜି ପ୍ରଥମ କ୍ବାଲିଫାୟର, ଫାଇନାଲ୍ ସ୍ପଟ୍ ପାଇଁ କୋଲକାତା-ହାଇଦ୍ରାବାଦ ଟକ୍କର - IPL 2024

IPL Playoffs: ଆଜିଠୁ ଆଇପିଏଲରେ ଆରମ୍ଭ ହେବ ପ୍ଲେ ଅଫ ମ୍ୟାଚ । ପ୍ରଥମ କ୍ବାଲିଫାୟରରେ ମୁହାଁମୁହିଁ ହେବେ କୋଲକାତା ଓ ହାଇଦ୍ରାବାଦ । ଫାଇନାଲରେ ପ୍ରବେଶ ପାଇଁ ହେବ ଫାଇଟ । ଅଧିକ ପଢନ୍ତୁ

IPL
IPL (@IPL)
author img

By ETV Bharat Odisha Team

Published : May 21, 2024, 2:06 PM IST

ହାଇଦ୍ରାବାଦ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଚଳିତ ଆଇପିଏଲରେ ଆରମ୍ଭ ହୋଇଯିବ ପ୍ଲେ ଅଫ ଫାଇଟ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ପ୍ରଥମ କ୍ବାଲିଫାୟର ମ୍ୟାଚ । କୋଲକାତା ନାଇଟ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା । ଫାଇନାଲରେ ପ୍ରବେଶ ପାଇଁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ଟକ୍କର । ଷ୍ଟାଡିୟମରେ ହେବ ଛକା ଚୌକାର ବର୍ଷା । ଆଜି ଯେଉଁ ଦଳ ବିଜୟୀ ହେବ ସେ ସିଧା ଫାଇନାଲ ଟିକେଟ ହାତେଇବ । କିଏ ଯିବ ଫାଇନାଲକୁ ସେନେଇ ଦୁଇ ଦଳର ପ୍ରଶଂସକ ମଧ୍ୟରେ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଏହି ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ସନ୍ଧ୍ୟା 7ଟା 30ରେ ଖେଳାଯିବ ମ୍ୟାଚ ।

ପ୍ଲେ ଅଫ: ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା 4 ଦଳ ମଧ୍ୟରେ ପ୍ଲେ ଅଫ ଖେଳାଯିବ । ଟପ 2ରେ ଥିବା ଦୁଇ ଦଳ କୋଲକାତା ଓ ହାଇଦ୍ରାବାଦ ମଧ୍ୟରେ ପ୍ରଥମ କ୍ବାଲିଫାୟର ମ୍ୟାଚ ଖେଳାଯିବ । ଯିଏ ବିଜୟୀ ହେବ ସେ ଫାଇନାଲକୁ ପ୍ରବେଶ କରିବ । ଯେଉଁ ଦଳ ପରାଜିତ ହେବ ଫାଇନାଲରେ ପ୍ରବେଶ ପାଇଁ ଆଉ ଏକ ସୁଯୋଗ ରହିଛି । ଏଲିମିନେଟର ମୁକାବିଲାରେ ଯେଉଁ ଦଳ ବିଜୟୀ ହେବ ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ସେହି ଦଳ ସହ ପ୍ରଥମ କ୍ବାଲିଫାୟର ପରାଜିତ ଦଳ ମ୍ୟାଚ ଖେଳିବ । ଆସନ୍ତାକାଲି ଏଲିମିନେଟର ମ୍ୟାଚ ବେଙ୍ଗାଲୁରୁ ଓ ରାଜସ୍ଥାନ ମଧ୍ୟରେ ଖେଳାଯିବ । ମେ' 24 ତାରିଖରେ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଚେନ୍ନାଇରେ ଅନୁଷ୍ଠିତ ହେବ । ଫାଇନାଲ ମୁକାବିଲା ମେ' 26 ତାରିଖରେ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ-ଆଗାମୀ ଆଇପିଏଲର ପ୍ରଥମ ମ୍ୟାଚରୁ ହାର୍ଦ୍ଦିକ ବାସନ୍ଦ, ଜାଣନ୍ତୁ କାହିଁକି... - Hardik Pandya suspended

କୋଲକାତା-ହାଇଦ୍ରାବାଦ ଟକ୍କର: ଚଳିତ ସିଜିନରେ ଦୁଇ ଦଳର ପ୍ରଦର୍ଶନ ଭଲ ରହିଛି । ପ୍ରଥମ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଥିଲା କେକେଆର । 14ଟି ଲିଗ ମ୍ୟାଚରୁ କେଲକାତା 9ଟିରେ ବିଜୟୀ ହୋଇ 20 ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଦଳର 2ଟି ମ୍ୟାଚ ବର୍ଷା ଯୋଗୁଁ ବାତିଲ ମଧ୍ୟ ହୋଇଥିଲା । ଚଳିତ ସିଜିନରେ ଏସଆରଏଚ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଆତଙ୍କ ଖେଳାଇଛି । ଦଳ ଆଇପିଏଲ ଇତିହାସରେ ସର୍ବାଧିକ ରନ କରିବାରେ ରେକର୍ଡ କରିଛି । 14ଟି ଲିଗ ମ୍ୟାଚରୁ 8ଟିରେ ବିଜୟୀ ହୋଇ 17 ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ହାଇଦ୍ରାବାଦ । ଗତ 23 ତାରିଖରେ କେକେଆର ଓ ଏସଆରଏଚ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ କୋଲକାତା ବିଜୟୀ ହୋଇଥିଲା । ପୂର୍ବ ମ୍ୟାଚର ପ୍ରତିଶୋଧ ନେବାକୁ ପୁରା ପ୍ରସ୍ତୁତ କମିନ୍ସ ବାହିନୀ । ସେପଟେ ହାଇଦ୍ରାବାଦକୁ ହରାଇ ଫାଇନାଲରେ ପ୍ରବେଶ କରିବାକୁ ଶ୍ରେୟସ ବାହିନୀ ମଧ୍ୟ ପ୍ରସ୍ତୁତ ।

ଉଭୟ ଦଳର ବ୍ୟାଟିଂ-ବୋଲିଂ: କୋଲକାତାର ବୋଲିଂ ଓ ବ୍ୟାଟିଂ ବିଭାଗ ବେଶ ସୁଦୃଢ ରହିଛି । ସୁନିଲ ନାରୀନ ଅଲରାଉଣ୍ଡର ପ୍ରଦର୍ଶନ ଜାରି ରଖିଛନ୍ତି । ବ୍ୟାଟିଂ ଉପରେ ଶ୍ରେୟସ ଆୟର, ଭେଙ୍କଟସ ଆୟର, ନୀତୀଶ ରଣାଙ୍କ ଉପରେ ଦଳ ଭରସା କରିଛି । ସେହିପରି ବୋଲିଂରେ ମିଚେଲ ଷ୍ଟାର୍କ, ବୈଭବ, ହର୍ଶିତ ଓ ବରୁଣଙ୍କ ଉପରେ ଦଳ ଭରସା କରିଛି । ଅନ୍ୟପଟେ ହାଇଦ୍ରାବାଦ ଦଳ ବ୍ୟାଟିଂ ବିଭାଗ ବେଶ ସୁଦୃଢ ରହିଛି । ଟ୍ରାଭିଡ ହେଡ, ଅଭିଷେକ ଶର୍ମା ଓ ହେନେରିଚ କ୍ଲାସେନଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଦଳ ଆଶାବାଦୀ । ବୋଲି୍ଂରେ କମିନ୍ସ, ଭୁବନେଶ୍ୱର କୁମାରଙ୍କ ଉପରେ ଦଳ ନିର୍ଭରଶୀଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.