ETV Bharat / sports

ଦିଲ୍ଲୀ ବୋଲରଙ୍କ ଜାଲରେ ଫସିଲେ ଗୁଜୁରାଟ ବ୍ୟାଟର, ଋଷଭ ବାହିନୀର ସହଜ ବିଜୟ - IPL 2024

IPL 2024: ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଆତଙ୍କ ଖେଳାଇଲେ ଦିଲ୍ଲୀ ବୋଲର । ଗୁଜୁରାଟ ବିପକ୍ଷରେ ସହଜ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ

IPL 2024
IPL 2024
author img

By ETV Bharat Odisha Team

Published : Apr 18, 2024, 7:18 AM IST

ଗାନ୍ଧୀନଗର: ଆଇପିଏଲର 32ତମ ଲିଗ ମ୍ୟାଚରେ ଗୁଜୁରାଟ ଟାଇଟନ୍ସର ଶୋଚନୀୟ ପରାଜୟ । ଜିଟି ବିପକ୍ଷରେ ସହଜ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ ବୋଲରଙ୍କ ଜାଲରେ ଫସିଲେ ଗୁଜୁରାଟ ବ୍ୟାଟର । 6 ଓ୍ବିକେଟରେ ଗୁଜୁରାଟକୁ ପରାସ୍ତ କରି ପୁଣି ବିଜୟ ଧାରାକୁ ଫେରିଲା ଋଷଭ ବାହିନୀ । ସପ୍ତମ ମ୍ୟାଚରେ ତୃତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନକୁ ଉଠିଲା ଦିଲ୍ଲୀ । ସମାନ ସଂଖ୍ୟକ ମ୍ୟାଚ ଖେଳି ଚତୁର୍ଥ ପରାଜୟ ସହ ପଏଣ୍ଟ ଟେବୁଲର ସପ୍ତମକୁ ଖସିଲା ଗିଲ ବାହିନୀ । ଋଷଭ ପନ୍ତ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ।

ଏହା ମଧ୍ୟ ପଢନ୍ତୁ-କୋଲକାତାକୁ ୨ ୱିକେଟରେ ହରାଇଲା ରାଜସ୍ଥାନ, ଷ୍ଟାଡିୟମରେ କାନ୍ଦିଲେ ଶାହାରୁଖ - SRK Emotional After KKR Loss Match

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିମୟରେ ବୁଧବାର ସନ୍ଧ୍ୟା 7ଟା 30ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଡିସି । ବ୍ୟାଟିଂ ପାଇଁ ଗୁଜୁରାଟକୁ ଆମନ୍ତ୍ରଣ କରିଥିଲା । କିନ୍ତୁ ଡିସି ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲେ ବ୍ୟାଟର । ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ଦଳୀୟ ସ୍କୋର 100 ଛୁଇଁବା କଷ୍ଟକର ହୋଇପଡିଥିଲା । ରସିଦଙ୍କୁ ଛାଡି ଦେଲେ ଆଉ କୌଣସି ବି ଖେଳାଳି 15 ରନ କରିବାକୁ ସକ୍ଷମ ହୋଇନଥିଲେ । 7 ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଶେଷରେ ଓଭର ଶେଷ ନହୋଇ ମଧ୍ୟ 17.3 ଓଭରରେ ଦଳ 89 ରନ କରି ଅଲ ଆଉଟ ହୋଇଥିଲା । ଆଇପିଏଲରେ ଏହା ଦଳର ସର୍ବନିମ୍ନ ସ୍କୋର । ରସିଦ ସର୍ବାଧିକ 31 ରନ କରିଥିଲେ । ପେସ ବୋଲର ମୁକେଶ 3, ଇଶାନ୍ତ ଶର୍ମା 2 ଓ ଖଲୀଲ ଅହମ୍ମଦ ଗୋଟିଏ ଓ୍ବିକେଟ ନେଇଥିଲେ । ସେହିପରି ଅଫ ସ୍ପିନର ଟ୍ରିଷ୍ଟାନ ଷ୍ଟବ 2 ଓ ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ନେଇଥିଲେ ।

ଏହାପରେ 90 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଋଷଭ ବାହିନୀ । ବିଜୟ ହାସଲ କରିବା ଦଳ ପକ୍ଷେ ସହଜ ହୋଇଥିଲା । 9 ଓଭର ଶେଷ ସୁଦ୍ଧା ଦଳ ବିଜୟ ଲକ୍ଷ୍ୟ ହାସଲ କରିଥିଲା । 4 ଓ୍ବିକେଟ ହରାଇ 92 ରନ କରି ଦଳ ବିଜୟୀ ହୋଇଥିଲା । ମ୍ୟାଚ ଗର୍କ 20, ପୋରେଲ 15, ହୋପ 19, ପନ୍ତ 16 ଓ ସୁମିତ ଅପରାଜିତ 9 ରନ କରି ଦଳକୁ ବିଜୟୀ କରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.