ETV Bharat / sports

ଭିନେଶଙ୍କ ପାଇଁ CASରେ ଲଢିବେ ଚର୍ଚ୍ଚିତ ଓକିଲ ହାରିଶ ସାଲଭେ, ଆଜି ଆସିବ ରାୟ - Vinesh Phogat CAS Hearing

author img

By ETV Bharat Sports Team

Published : Aug 9, 2024, 10:25 AM IST

Updated : Aug 9, 2024, 11:09 AM IST

Vinesh Phogat CAS Hearing: ଆଜି ସ୍ପଷ୍ଟ ହୋଇଯିବ ଭିନେଶଙ୍କୁ ଅଲିମ୍ପିକ୍ସରେ ରୌପ୍ୟ ପଦକ ମିଳିବ ନା ନାହଁ । କାସ୍‌ରେ ଭିନେଙ୍କ ପାଇଁ ଲଢିବେ ଭାରତୀୟ ଆଇନଜୀବୀ । ଅଧିକ ପଢନ୍ତୁ

Vinesh Phogat
Vinesh Phogat (IANS)

ନୂଆଦିଲ୍ଲୀ: ଭିନେଶ ଫୋଗତଙ୍କୁ ରୌପ୍ୟ ପଦକ ମିଳିବ ନା ନାହିଁ ତାହା ଆଜି ସ୍ପଷ୍ଟ ହୋଇଯିବ । କୋର୍ଟ ଅଫ ଆବ୍ରିଟେସନରେ ଭିନେଶଙ୍କ ଆବେଦନର ଆଜି ଶୁଣାଣି ହେବ । ବିଶ୍ବ କ୍ରୀଡାର ସର୍ବୋଚ୍ଚ ଅଦାଲତରେ ଭିନେଶ ଫୋଗତଙ୍କ ପାଇଁ ଲଢିବେ ଭାରତୀୟ ଓକିଲ ହରିଶ ସାଲଭେ । ଭାରତୀୟ ଅଲିମ୍ପିକ୍ସ ପକ୍ଷରୁ ହାରିଶଙ୍କୁ ନିଯୁକ୍ତି କରାଯାଇଛି । ବିବାଦର ଆଇନଗତ ଏବଂ ପ୍ରକ୍ରିୟାଗତ ଦିଗଗୁଡିକ ସମାଧାନ କରିବାରେ ସାଲଭେଙ୍କ ପାରଦର୍ଶୀତା ଗୁରୁତ୍ୱପୂର୍ଣ୍ଣ ହେବ ।

CASରେ ଭିନେଶଙ୍କ ପାଇଁ ଲଢିବେ ଭାରତୀୟ ଓକିଲ: ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା କିଙ୍ଗଙ୍କ ପରାମର୍ଶଦାତା ସାଲଭେ ANIକୁ ନିଶ୍ଚିନ୍ତ କରିଛନ୍ତି ଯେ, ସେ ଭାରତୀୟ ଅଲିମ୍ପିକ୍ସ ସଂଘ (IOA) କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS) ରେ ଫୋଗତଙ୍କ ପାଇଁ ଲଢିବାକୁ ନିଯୁକ୍ତ କରାଯାଇଛି । ଆଜି ଭାରତୀୟ ସମୟ 12ଟା 30ରେ କାସ୍‌ରେ ଶୁଣାଣି ହେବ । ଅଲିମ୍ପିକ୍ସ ଚାଲିଥିବା ସମୟରେ ମାମଲା ପରିଚାଳନା ପାଇଁ ଆମେରିକୀୟ ଅଧ୍ୟକ୍ଷ ମାଇକେଲ ଲେନାର୍ଡଙ୍କ ନେତୃତ୍ୱରେ CAS ପ୍ୟାରିସରେ ଏକ ଆଡ ହକ୍ ଡିଭିଜନ ପ୍ରତିଷ୍ଠା କରିଛି। ଏହି ଡିଭିଜନ୍ ପ୍ୟାରିସ୍ ନ୍ୟାୟିକ କୋର୍ଟ ମଧ୍ୟରେ 17 ତମ ଆରେଣ୍ଡିସମେଣ୍ଟରେ ରହିଛି । ପ୍ୟାରିସ ଅଲିମ୍ପିକ୍ସ ଫାଇନାଲରୁ ଅଯୋଗ୍ୟ ଘୋଷଣା ହେବା ପରେ ଭିନେଶ ଫୋଗତ ଗୁରୁବାର କୁସ୍ତିରୁ ଅବସର ଘୋଷଣା କରିଥିଲେ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସ: କୁସ୍ତିରେ ଭାରତକୁ ବଡ଼ ଝଟକା, ଫାଇନାଲ୍‌ ଖେଳିପାରିବେନି ଭିନେଶ ଫୋଗତ; ଅଯୋଗ୍ୟ ଘୋଷିତ ସହ ହେଲେ ବିଦା - Paris Olympics 2024

ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ସଞ୍ଜୟ ସିଂ କହିଛନ୍ତି, ଭିନେଶଙ୍କ ଅବସର ଘୋଷଣା ଶୀଘ୍ର ଲାଗୁଛି ଏବଂ ଭାରତ ଫେରିବା ପରେ ତାଙ୍କ ପରିବାର, ଫେଡେରେଶନ ଏବଂ ଅନ୍ୟାନ୍ୟ କ୍ରୀଡ଼ା ଅଧିକାରୀଙ୍କ ସହ ତାଙ୍କ ଅବସର ବିଷୟରେ ଆଲୋଚନା କରିବା ଉଚିତ । କ୍ରୀଡ଼ାରେ ତାଙ୍କର ମହତ୍ବ ପୂର୍ଣ ଅବଦାନ ଏବଂ ପ୍ରଦର୍ଶନ ଭଲ ରହିଛି । ତାରବରିଆ ଭାବେ ସେ ଏହି ନିଷ୍ପତି ନେଇଥିବା ମନେ ହେଉଛି ।

ଏହା ମଧ୍ୟ ପଢନ୍ତୁ-ଭିନେଶ ଫୋଗତଙ୍କୁ ଏବେ ବି ମିଳିପାରେ ରୌପ୍ୟ ପଦକ, ଆଜି CASରେ ଶୁଣାଣି - Paris Olympics 2024

କଣ ଥିଲା ସମ୍ପୂର୍ଣ୍ଣ ଘଟଣା ? : ରେସଲି୍ଂ 50 କିଲୋଗ୍ରାମ ବର୍ଗରେ ମଙ୍ଗଳବାର ସେମି ଫାଇାନଲରେ ବିଜୟୀ ହେବା ପରେ ଫାଇାନଲରେ ପ୍ରବେଶ କରିଥିଲେ ଭିନେଶ ଫଗୋତ । ବୁଧବାର ତାଙ୍କର ଫାଇାନଲ ମ୍ୟାଚ ରହିଥିଲା । ଏହା ପୂର୍ବରୁ ସେ ଅଯୋଗ୍ୟ ଘୋଷଣା ହୋଇଥିଲେ । 50 କିଲୋଗ୍ରାମରୁ 100 ଗ୍ରାମ ଅଧିକ ଓଜନ ହେବାରୁ ଫାଇନାଲରୁ ବଞ୍ଚିତ ହେବା ସହ ପଦକ ମଧ୍ୟ ହାତରୁ ଚାଲିଯାଇଥିଲା । ଏହି ଖବର ଶୁଣିବା ପରେ ପୁରା ଭାଙ୍ଗି ପଡିଥିଲେ ଭିନେଶ ।

Last Updated : Aug 9, 2024, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.