ETV Bharat / sports

ଶେଷ 3 ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ଖେଳିବେନି କୋହଲି - Team India Squad

IND vs ENG Test series: ଇଂଲଣ୍ଡ ବିପକ୍ଷ ଶେଷ 3ଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା । ଶେଷ ତିନିଟି ମ୍ୟାଚ ବି ଖେଳିବେନି ବିରାଟ କୋହଲି । ଅଧିକ ପଢନ୍ତୁ

ଇଂଲଣ୍ଡ ବିପକ୍ଷ  ଟେଷ୍ଟ
Team India Squad
author img

By ETV Bharat Odisha Team

Published : Feb 10, 2024, 12:10 PM IST

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷରେ ଶେଷ 3ଟି ମ୍ୟାଚ ପାଇଁ 17 ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ବରେ ମ୍ୟାଚ ଖେଳିବ ଟିମ ଇଣ୍ଡିଆ, ଉପ ଅଧିନାୟକ ରହିବେ ଯଶପ୍ରୀତ ବୁମରା । ବ୍ୟକ୍ତିଗତ କାରଣ ପାଇଁ ଅବଶିଷ୍ଟ ଟେଷ୍ଟ ମ୍ୟାଚ ଖେଳିବେ ନାହିଁ ବିରାଟ କୋହଲି । ଆହତ ଜନିତ କାରଣ ଯୋଗୁଁ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡିଲେ ଶ୍ରେୟସ ଆୟର । ଦଳକୁ ଫେରିଲେ କେଏଲ ରାହୁଲ ଓ ରବିନ୍ଦ୍ର ଜାଡେଜା । ଉଭୟଙ୍କ ଫିଟନେସ ସାର୍ଟିଫିକେଟ ବର୍ତ୍ତମାନ ବିସିଆଇ ମେଡିକାଲ ଟିମ ଅଧିନରେ ରହିଛି ।

ଶେଷ ତିନୋଟି ମ୍ୟାଚ ଖେଳିବେନି କୋହଲି: ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ପ୍ରଥମ 2ଟି ଟେଷ୍ଟ ମ୍ୟାଚ ଖେଳିନଥିଲେ ଷ୍ଟାର ବ୍ୟାଟର ବିରାଟ କୋହଲି । ଏହି କାରଣରୁ ମଧ୍ୟ ସେ ବାକି 3ଟି ମ୍ୟାଚ ଖେଳିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । କୋହଲିଙ୍କ ନିଷ୍ପତ୍ତିକୁ କ୍ରିକେଟ ବୋର୍ଡ ମଧ୍ୟ ଗ୍ରହଣ କରିଛି ।

ଦଳକୁ ଫେରିଲେ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା: ଆହତ ଜନିତ ସମସ୍ୟା ଯୋଗୁଁ ଏହି ଦୁଇ ଖେଳାଳି ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳିନଥିଲେ । ଉଭୟଙ୍କ ଫିଟନେସ ସାର୍ଟିଫିକେଟ ବର୍ତ୍ତମାନ ବିସିଆଇ ମେଡିକାଲ ଟିମ ଅଧିନରେ ରହିଛି । କେବଳ ମଞ୍ଚୁରୀକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଭାରତ-ଇଂଲଣ୍ଡ ଟେଷ୍ଟ: ୩ୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୬୭/୧, ପ୍ରଥମ ବିଜୟ ଲକ୍ଷ୍ୟରେ ଭାରତ

ସିରିଜରୁ ବାଦ୍ ପଡ଼ିଲେ ଆୟର: ଇଂଲଣ୍ଡ ବିପକ୍ଷ ଶେଷ 3ଟି ଟେଷ୍ଟ ମ୍ୟାଚରୁ ବଞ୍ଚିତ ହୋଇଛନ୍ତି ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର । ଆହତ ଜନିତ ସମସ୍ୟା ଯୋଗୁଁ ସେ ପୂରା ସିରିଜରୁ ବାଦ ପଡିଛନ୍ତି । ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀରେ ତାଙ୍କର ଚିକିତ୍ସା ଚାଲିଛି । ଫରୱାର୍ଡ ଡିଫେନ୍ସ ଖେଳିବାବେଳେ ପିଠିରେ କଠିନତା ଏବଂ ଗ୍ରୀନ୍ ଅଞ୍ଚଳରେ ଯନ୍ତ୍ରଣା ହୋଇଥିବା ଆୟର ଅଭିଯୋଗ କରିଛନ୍ତି ।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଜଶପ୍ରୀତ ବୁମରା (ଉପ ଅଧିନାୟକ), ଯଶସ୍ବୀ ଜୈଶ୍ବାଲ, ଶୁବମନ ଗିଲ, କେଏଲ ରାହୁଲ, ରଜତ ପଟିଦାର, ଶର୍ଫରାଜ ଖାନ, ଧ୍ରୁବ ଜୁରେଲ (ଓ୍ବିକେଟ କିପର), କେଏସ ଭରତ (ଓ୍ବିକେଟ କିପର), ରବିଚନ୍ଦ୍ର ଅଶ୍ବୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ , ଓ୍ବାସିଂଟନ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଆକାଶ ଦୀପ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.