ETV Bharat / sports

ଅଲିମ୍ପିକ୍ସ ‘ସ୍ପେଶାଲ୍ କ୍ଲବ’; ଦୁଇ ଦୁଇ ପଦକ ଜିତି ଇତିହାସ ରଚିଛନ୍ତି ଏହି ସ୍ପେଶାଲ୍ ଖେଳାଳି, ଦେଖନ୍ତୁ ଲିଷ୍ଟ - indias multiple olympic medalists

author img

By ETV Bharat Sports Team

Published : Aug 9, 2024, 8:39 AM IST

Updated : Aug 9, 2024, 10:14 AM IST

Neeraj Chopra to Manu Bhaker Lists of Indian Athletes with Multiple Individual Medals at the Olympics: ଭାରତୀୟ ଅଲିମ୍ପିକ୍ସ ବିଜେତାଙ୍କ ‘ସ୍ପେଶାଲ୍ କ୍ଲବ’ । ଯେଉଁଠି ସାମିଲ ହୋଇଛନ୍ତି ମାତ୍ର ହାତ ଗଣତି କିଛି ଖେଳାଳି । ଦେଖନ୍ତୁ ଏହି ଲିଷ୍ଟ ।

ଅଲିମ୍ପିକ୍ସ ‘ସ୍ପେଶାଲ୍ କ୍ଲବ’
ଅଲିମ୍ପିକ୍ସ ‘ସ୍ପେଶାଲ୍ କ୍ଲବ’ (ETV Bharat Odisha)

ହାଇଦ୍ରାବାଦ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ‘ଗୋଲଡେନ୍ ବୟ’ ଜାଭଲିନ ଥ୍ରୋ ଫାଇନାଲରେ ରୌପ୍ୟ ପଦକ ଜିତି ଦେଶକୁ ଆଉ ଏକ ମେଡାଲ ଗିଫ୍ଟ କରିଛନ୍ତି । 89. 45 ମିଟର ଭାଲା ଫିଙ୍ଗି ଭାରତ ପାଇଁ ସିଲଭର ପଦକ ଜିତିଛନ୍ତି ସୁନା ପୁଅ । ଏହା ପରେ ସାରାଦ ଦେଶରୁ ଉତ୍ସାହ ସହିତ ତାଙ୍କୁ ଶୁଭେଚ୍ଛା ସୁଅ ଛୁଟୁଛି । ନୀରଜଙ୍କର ଏହି ପଦକ ସହିତ ଭାରତର ପଦକ ସଂଖ୍ୟା ଚଳିତ ପ୍ୟାରିସ ଅଲିମ୍ପିକ୍ସରେ 5ରେ ପହଞ୍ଚିଛି । ଏଥରେ 4ଟି ବ୍ରୋଞ୍ଜ ଏବଂ ଗୋଟିଏ ରୌପ୍ୟ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଅଲିମ୍ପିକ୍ସରେ କେଉଁ କେଉଁ ଖାଳାଳି ରହିଛନ୍ତି ଯିଏ ଦୁଇ ଦୁଇ ଥର ପଦକ ଜିତି ଦେଶ ପାଇଁ ଇତିହାସ ରଚିଛନ୍ତି । ଆଉ କଣ ଏହି ‘ସ୍ପେଶାଲ୍ କ୍ଲବ’ ?

ନରମାନ ପ୍ରୀତଚାର୍ଡ-

ସ୍ବାଧୀନ ଭାରତ ପୂର୍ବରୁ ନରମାନ ଭାରତ ପାଇଁ ଦୁଇଟି ରୌପ୍ୟ ପଦକ ଜିତିଥିଲେ । ସେ 1900 ମସିହା ସମର ଅଲିମ୍ପିକ୍ସରେ ପ୍ୟାରିସରେ ଦୁଇଟି ରୌପ୍ୟ ପଦକ ଜିତିଥିଲେ । 200 ମିଟର ଦୌଡରେ 2ୟ ସ୍ଥାନରେ ରହିଥିଲେ । ଏହା ସହିତ ସେହି ଅଲିମ୍ପିକ୍ସରେ ମଧ୍ୟ 200 ମିଟର ହର୍ଡଲ୍ସରେ ଆମେରାକର ପ୍ରତିଯୋଗୀଙ୍କ ଠାରୁ ଦ୍ବିତୀୟରେ ରହିଥିଲେ ।

ସୁଶିଲ କୁମାର-

1983 ମସିହାରେ ଜନ୍ମିତ ଏହି କୁସ୍ତିଯୋଦ୍ଧା ଭାରତ ପାଇଁ ଡବଲ ମେଡାଲ ଜିତିଛନ୍ତି । 2008 ବେଜିଂ ଅଲିମ୍ପିକ୍ସରେ ସୁଶିଲ ଭାରତ ପାଇଁ ରେସଲିଂରେ 66 କେଜି ବର୍ଗରେ ବ୍ରୋଞ୍ଜ ଜିତିଥଇବା ବେଳେ 2012 ଲଣ୍ଡନ ଅଲିମ୍ପିକ୍ସରେ 66 କେଜି ବର୍ଗରେ ରୌପ୍ୟ ପଜ ଜିତିଥିଲେ ।

ପିଭି ସିନ୍ଧୁ-

1992 ମସିହାରେ ଅଲିମ୍ପିକ୍ସରେ ପ୍ରଥମ ଥର ବ୍ୟାଡମିଣ୍ଟନ ସାମିଲ ହୋଇଥିଲା । ଏହା ପରଠୁ ଭାରତ ଏହି ଗେମରେ ମାତ୍ର 3ଟି ପଦକ ଜିତିଛି । ପିଭି ସିନ୍ଧୁ ହିଁ ଏକାକି ବ୍ୟାଡମିଣ୍ଟନରେ ଭାରତ ପାଇଁ 2ଟି ପଦକ ଜିତିଛନ୍ତି । 2026 ରିଓ ଅଲିମ୍ପିକ୍ସରେ ରୌପ୍ୟ ଏବଂ 2020 ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିଲେ ।

ମନୁ ଭାକର-

ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ର ଷ୍ଟାର ଭାରତୀୟ ଶୁଟର ମାନୁ ଭାକର ମଧ୍ୟ ଦେଶ ପାଇଁ ଦୁଇ ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି । 10 ମିଟର ଏୟାର ପିସ୍ତଲ ରାଉଣ୍ଡରେ ବ୍ରୋଞ୍ଜ ପଦକ ଜିତି ଭାରତର ପଦକ ଖାତା ଖୋଲିଥିଲେ । ଏହା ପରେ ମନୁ ଭାକର ପୁଣି 10 ମିଟର ମିଶ୍ରିତ ଏୟାର ପିସ୍ତଲ ଫାଇନାଲ ରାଉଣ୍ଡରେ ମଧ୍ୟ ବ୍ରୋଞ୍ଜ ଜିତି ଇତିହାସ ରଚିଛନ୍ତି । ଏବେ 25 ମିଟର ଏୟାର ପିସ୍ତଲ ଫାଇନାଲ ରାଉଣ୍ଡରେ 4ର୍ଥ ସ୍ଥାନରେ ରହି ପୁଣି ଏକ ପଦକରୁ ବଞ୍ଚିତ ହୋଇଥିଲେ ।

ନୀରଜ ଚୋପ୍ରା-

2020 ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିଲେ ଷ୍ଟାର ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା । ପ୍ରଥମ ଥର ପାଇଁ ନୀରଜ ଚୋପ୍ରା ଜାଭଲିନ ଥ୍ରୋରେ ଗୋଲ୍ଡ ଜିତି ଦେଶ ପାଇଁ ଇତିହାସ ରଚିଥିଲେ । ଏପଟେ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ମଧ୍ୟ ଜାଭଲିନ ଥ୍ରୋରେ ରୌପ୍ୟ ଜିତି ଭାରତ ପାଇଁ ରେକର୍ଡ କରିଛନ୍ତି ।

ନୀରଜଙ୍କୁ ‘ସ୍ପେଶାଲ କ୍ଲବ’କୁ ସ୍ବାଗତ କଲେ ପିଭି ସିନ୍ଧୁ-

ନୀରଜ ଚୋପ୍ରା ଐତିହାସିସ ରୌପ୍ୟ ପଦକ ପ୍ୟାରିସ ଅଲିମ୍ପିକ୍ସରେ ଜିତିବା ପରେ ସୋସିଆଲ ମିଡିଆରେ ଟ୍ବିଟ୍ କରି ନୀରଜଙ୍କୁ ସ୍ପେଶାଲ କ୍ଲବକୁ ସ୍ବାଗତ କରଛନ୍ତି । ଟ୍ବିଟ୍ କରି ଲେଖିଛନ୍ତି, ‘ଓ୍ବେଲକମ୍ ନୀରଜ !! ଏହା ସ୍ପେଶାଲ୍ କ୍ଲବ । ତୁମଠୁ ଆଉ କୌଣସି ସ୍ବତନ୍ତ୍ର ବ୍ୟକ୍ତି ନାହିଁନ୍ତି ଯିଏ ଏହି କ୍ଲବରେ ସାମିଲ ହୋଇଥାନ୍ତେ ।’

Last Updated : Aug 9, 2024, 10:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.