ETV Bharat / sports

ଅଲିମ୍ପିକ୍ସ ଖେଳିବା ସ୍ବପ୍ନ ଚୁରମାର, ଜାପାନଠାରୁ 1-0 ଗୋଲରେ ହାରିଲା ଭାରତ - India vs Japan Hockey

FIH Qualifiers: ଏଫ୍‌ଆଇଏଚ୍‌ ହକି ଯୋଗ୍ୟତା ପର୍ଯ୍ୟାୟ ସେମିଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ ବିପକ୍ଷ ଦଳ ଜାପାନ ଠାରୁ 0-1ରେ ପରାସ୍ତ ହୋଇଛି । ଏହା ସହିତ ଚଳିତ ବର୍ଷ ହେବାକୁ ଥିବା ପ୍ୟାରିସ୍‌ ଅଲିମ୍ପିକ୍‌ରୁ ବଞ୍ଚିତ ହୋଇଛି ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

ଜାପାନଠାରୁ 1-0 ଗୋଲରେ ହାରିଲା ଭାରତ
ଜାପାନଠାରୁ 1-0 ଗୋଲରେ ହାରିଲା ଭାରତ
author img

By ETV Bharat Odisha Team

Published : Jan 19, 2024, 11:05 PM IST

ରାଞ୍ଚି (ଝାଡ଼ଖଣ୍ଡ): କ୍ରୀଡ଼ାପ୍ରେମୀଙ୍କ ପାଇଁ ଆସିଛି ଏକ ନୈରାଶ୍ୟଜନକ ଖବର । ଏଫ୍‌ଆଇଏଚ୍‌ ହକି ଯୋଗ୍ୟତା ପର୍ଯ୍ୟାୟ ସେମିଫାଇନାଲ୍‌ରେ ଭାରତକୁ ଲାଗିଛି ବଡ଼ ଝଟ୍‌କା । ଝାଡ଼ଖଣ୍ଡର ରାଞ୍ଚିଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଦଳ ବିପକ୍ଷ ଦଳ ଜାପାନ ଠାରୁ 0-1ରେ ପରାସ୍ତ ହୋଇଛି । ତେବେ ସବୁଠାରୁ ବଡ଼ କ୍ଷତି ହେଉଛି, ଏହି ପରାଜୟ ପରେ ଚଳିତ ବର୍ଷ ହେବାକୁ ଥିବା ପ୍ୟାରିସ୍‌ ଅଲିମ୍ପିକ୍‌ରୁ ବଞ୍ଚିତ ହୋଇଛି ଟିମ୍‌ ଇଣ୍ଡିଆ । ଯାହା କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଛି ।

ଚଳିତ ବର୍ଷ ଜୁଲାଇ 26ରୁ ଅଗଷ୍ଟ 15 ପର୍ଯ୍ୟନ୍ତ ପ୍ୟାରିସ୍‌ ଅଲିମ୍ପିକ୍ସ ଅନୁଷ୍ଠିତ ହେବ । ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଖେଳାଯାଇଥିବା କ୍ବାଲିଫାୟରରେ ବିଫଳ ହୋଇଛି ଟିମ୍‌ ଇଣ୍ଡିଆ । ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ବିର୍ସାମୁଣ୍ଡା ଇଣ୍ଡରନାସ୍‌ନାଲ୍‌ ଷ୍ଟାଡିୟମରେ ଭାରତ ଓ ଜାପାନ ମଧ୍ୟରେ ଏଫ୍‌ଆଇଏଚ୍‌ ଯୋଗ୍ୟତା ପର୍ଯ୍ୟାୟ ସେମି ମୁକାବିଲା ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ 0-1 ଗୋଲରେ ପରାସ୍ତ ହୋଇଛି ଭାରତ । ଏହା ସହିତ ପ୍ୟାରିସ୍‌ ଅଲିମ୍ପିକ୍ସ ଦୌଡ଼ରୁ ବାଦ ପଡ଼ିଛି ଭାରତୀୟ ମହିଳା ହକି ଦଳ ।

ଏହା ମଧ୍ୟ ପଢ଼ନ୍ତୁ...ମାଲେସିଆ ଓପନ, ସାତ୍ତ୍ବିକ-ଚିରାଗ ରନର୍ସଅପ

ଖେଳର ପ୍ରଥମରୁ ହିଁ ଭାରତୀୟ ଦଳ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାରେ ସଫଳ ହୋଇଥିଲା ଜାପାନ । ପ୍ରଥମ 6 ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲା ଜାପାନ । ଫଳରେ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା ଭାରତ । ଦଳକୁ ଗୋଲ କରିବାକୁ ଅନେକ ସୁଯୋଗ ମିଳିଥିଲେ ମଧ୍ୟ ଜାପାନର ଡିଫେନ୍ସ ଏହାକୁ ସଫଳ ହେବାକୁ ଦେଇନଥିଲା । ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ଭାରତକୁ 9ଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ, ଗୋଟିଏ ବି ଗୋଲ ପୋଷ୍ଟ ଭେଦ କରିବାରେ ସଫଳ ହୋଇନଥିଲା ଭାରତ ।

ପ୍ରକାଶଯୋଗ୍ୟ, ଭାରତ ଏହି ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଆମେରିକାଠାରୁ 0-1ରେ ପରାସ୍ତ ହୋଇଥିଲା । ଏହାପରେ ଇଟାଲି ଓ ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ପ୍ରବେଶ କରିଥିଲା ଟିମ୍‌ ଇଣ୍ଡିଆ । ହେଲେ ଲଗାତାର ଦୁଇ ମୁକାବିଲାରେ ଜାରି ରଖିଥିବା ଦମଦାର ପ୍ରଦର୍ଶନକୁ ଦଳ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଦୋହରାଇବାରେ ବିଫଳ ହୋଇଥିଲା । ଶେଷଥର 2020 ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିଲା ଭାରତ । ଏହା ପୂର୍ବରୁ 2016 ରିୟୋ ଅଲିମ୍ପିକ୍ସ ଓ 1980 ମସ୍କୋ ଅଲିମ୍ପିକ୍ସ ଖେଳିବାକୁ କ୍ବାଲିଫାଇ କରିଥିଲା ଟିମ୍‌ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.