ETV Bharat / sports

IPLରେ ନିଜ ଦଳକୁ କରିଥିଲେ ଚମ୍ପିଆନ୍‌, ଏବେ ଆଉ ଏକ ଇନିଂସ୍‌ ଆରମ୍ଭ କଲେ ଏହି ଷ୍ଟାର କ୍ରିକେଟର - Venkatesh Iyer Marriage

Venkatesh Iyer Marriage: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତୀୟ ଷ୍ଟାର ଅଲ୍‌ରାଉଣ୍ଡର ଭେଙ୍କଟେଶ ଆୟର । ଆଇପିଏଲ୍‌ ୨୦୨୪ରେ ନିଜ ଦଳକୁ ଚମ୍ପିଆନ୍‌ କରିବା ପରେ ନୂଆ ଇନିଂସ୍‌ ଆରମ୍ଭ କରିଛନ୍ତି ଭେଙ୍କି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jun 2, 2024, 10:23 PM IST

Venkatesh Iyer Marriage
Venkatesh Iyer Marriage (ETV Bharat Odisha)

ନୂଆଦିଲ୍ଲୀ: ନିଜ ଦଳକୁ ଆଇପିଏଲ୍‌ରେ ଚମ୍ପିଆନ୍‌ କରାଇବା ପରେ ଆଜି ଆଉ ଏକ ଇନିଂସ୍‌ ଆରମ୍ଭ କରିଛନ୍ତି ଭାରତୀୟ ଷ୍ଟାର ଅଲରାଉଣ୍ଡର ଭେଙ୍କଟେଶ ଆୟର । କୋଲକାତା ନାଇଟ୍‌ ରାଇଡର୍ସର ଏହି ଚମ୍ପିଆନ୍‌ ପ୍ଲେୟର ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କ ବିବାହ ବେଳର ଫଟୋ ଆଜି ଦିନସାରା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି । ଯେଉଁଥିରେ ବର କନ୍ୟାଙ୍କ ସମେତ ଉଭୟଙ୍କ ପରିବାର ଲୋକ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିବା ନଜର ଆସୁଛି । ପ୍ରଶଂସକମାନେ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ ଅନୁସାରେ, ଭେଙ୍କଟେଶ ଆୟରଙ୍କର ଶ୍ରୁତି ରଘୁନାଥନଙ୍କ ସହିତ ଗତବର୍ଷ (୨୦୨୩) ନିର୍ବନ୍ଧ ସରିଥିଲା । ଆଜି (ରବିବାର) ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି । ଭେଙ୍କଟେଶଙ୍କ ପତ୍ନୀ ଶ୍ରୁତି ରଘୁନାଥନଙ୍କ କଥା କହିବାକୁ ଗଲେ, ସେ ବେଙ୍ଗାଲୁରୁରେ ଲାଇଫ୍‌ଷ୍ଟାଇଲ୍‌ ଇଣ୍ଟରନ୍ୟାସନାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଚାକିରି କରନ୍ତି । ଉଭୟ ଭେଙ୍କଟେଶ ଓ ଶ୍ରୁତିଙ୍କ ମଧ୍ୟରେ ପରିଚୟ ସେମାନଙ୍କର ଜଣେ ବନ୍ଧୁଙ୍କ ଜରିଆରେ ହୋଇଥିଲା । କିଛି ଦିନର ବନ୍ଧୁତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟ ଭେଙ୍କଟେଶ ଓ ଶ୍ରୁତି ବିବାହ କରିବା ପାଇଁ ସ୍ଥିର କରି ଦୁହେଁ ଦୁହିଁଙ୍କ ଘରେ ଜଣାଇଥିଲେ । ଉଭୟଙ୍କ ପରିବାର ମଧ୍ୟ ସେମାନଙ୍କ କଥାରେ ରାଜି ହୋଇଯାଇଥିଲେ । ଏହାପରେ ଗତବର୍ଷ ସେମାନଙ୍କର ନିର୍ବନ୍ଧ ଶେଷ ହୋଇଥିଲା । ଏହାପରେ ଉଭୟ ୨୦୨୪ରେ ବିବାହ କରିବାକୁ ସ୍ଥିର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଏହି ଦିନ ପଡ଼ିବ ଅନନ୍ତ ଅମ୍ୱାନୀ-ରାଧିକା ମର୍ଚ୍ଚାଣ୍ଟଙ୍କ ହାତଗଣ୍ଠି, ସାମ୍ନାକୁ ଆସିଲା ବିବାହ କାର୍ଡ - ANANT AMBANI RADHIKA WEDDING

ବର୍ଷ ୨୦୨୪ ଭେଙ୍କଟେଶଙ୍କ ପାଇଁ ବେଶ ଶୁଭଙ୍କର ରହିଛି । ପ୍ରଥମେ ଚଳିତ ବର୍ଷ ଆଇପିଏଲ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ ଭେଙ୍କି ଆୟର । ସେ ଏହି ସିଜିନ୍‌ରେ ୪ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାଛଡ଼ା ଫାଇନାଲ୍‌ ମ୍ୟାଚ୍‌ରେ ସେ ହାଇଦ୍ରାବାଦ ବିପକ୍ଷରେ ଦମଦାର ବ୍ୟାଟିଂ କରି ନିଜ ଦଳକୁ ଟ୍ରଫି ନିକଟରେ ପହଞ୍ଚାଇଥିଲେ । ଭାରତୀୟ ଦଳରେ ଭେଙ୍କଟେଶ ଆୟରଙ୍କ ପ୍ରଦର୍ଶନ ଦେଖିବାକୁ ଗଲେ ସେ ଭାରତ ପାଇଁ ମୋଟ ୨ଟି ଦିନିକିଆ ଓ ୯ ଟି୨୦ ମ୍ୟାଚ୍‌ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.