ETV Bharat / sports

ଶ୍ରୀଲଙ୍କାରେ କ୍ରିକେଟରଙ୍କୁ ଗୁଳିକରି ହତ୍ୟା, ଟୁର୍‌ ପୂର୍ବରୁ ଭୟଭିତ ଭାରତୀୟ ଖେଳାଳି - Sri Lankan Cricketer Shot Dead

author img

By ETV Bharat Odisha Team

Published : Jul 18, 2024, 8:46 AM IST

Former Sri Lanka captain shot dead: ଟିମ୍‌ ଇଣ୍ଡିଆର ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ କ୍ରିକେଟରଙ୍କୁ ଗୁଳିକରି ହତ୍ୟା । ଶ୍ରୀଲଙ୍କା ଅଣ୍ଡର 19 ଟିମ୍‌ର ପୂର୍ବତନ କ୍ୟାପଟେନ ଧମିକା ନରୋଶାନାଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat (ETV BHARAT ODISHA)

କଲୋମ୍ବୋ: ଜୁଲାଇ ଶେଷ ସପ୍ତାହରେ ଶ୍ରୀଲଙ୍କା ଗସ୍ତ କରିବ ଟିମ୍‌ ଇଣ୍ଡିଆ । ଏହା ପୂର୍ବରୁ ଶ୍ରୀଲଙ୍କାରେ ଗୁଳିମାଡ ହୋଇଛି । ଶ୍ରୀଲଙ୍କା ଅଣ୍ଡର 19 ଟିମ୍‌ର ପୂର୍ବତନ କ୍ୟାପଟେନ ଧମିକା ନରୋଶାନାଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି । ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି । କାଣ୍ଡା ମଓ୍ବାଥାସ୍ଥିତ ତାଙ୍କ ବାସଭବନରେ କିଛି ଦୁର୍ବୃତ୍ତ ପସି ତାଙ୍କ ପତ୍ନୀ ଓ ପିଲାଙ୍କ ସମ୍ମୁଖରେ ପୂର୍ବତନ କ୍ରିକେଟରଙ୍କୁ ଗୁଳିମାଡ କରିଥିଲେ । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ପୋଲିସ ଧିରବାରେ ସଫଳ ହୋଇ ନାହିଁ । କେଉଁ କାରଣରୁ ଧମିକାଙ୍କୁ ହତ୍ୟା କରାଗଲା ସେନେଇ ଯାଞ୍ଚ କରୁଛି ପୋଲିସ ।

ଭୟଭିତ ଭାରତୀୟ ଖେଳାଳି !: ଶ୍ରୀଲଙ୍କାରେ କ୍ରିକେଟରଙ୍କୁ ଗୁଳିକାଣ୍ଡ ଖବର ସାମ୍ନାକୁ ଆସିବା ପରେ ଭୟଭିତ ଭାରତୀୟ କ୍ରିକେଟର । ଆଗକୁ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ସହିତ ତିନି ଟିକିଆ ଟି 20 ଓ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି । ଚଳିତ ମାସ ଶେଷ ସପ୍ତାହରେ ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ଭାରତୀୟ ଖେଳାଳି ଶ୍ରୀଲଙ୍କା ଗସ୍ତ କରିବେ । ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ପୂର୍ବତନ କ୍ରିକେଟରଙ୍କୁ ଗୁଳିମାଡ କରାଯାଇ ହତ୍ୟା କରାଯାଇଛି । ଏହି ଖବର ଶୁଣିବା ପରେ ଭାରତୀୟ କ୍ରିକେଟରଙ୍କ ମନରେ ଛନକା ପସିଛି । ତେଣୁ ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ସମୟରେ ସୁରକ୍ଷା ଉପରେ ଅଧିକ ଦୃଷ୍ଟି ଦିଆଯିବ ।

ଏହା ମଧ୍ୟ ପଢନ୍ତୁ-ତୋବା ତୋବା ଗୀତରେ ଡ୍ୟାନ୍ସ କରି ବିବାଦରେ ପୂର୍ବତନ କ୍ରିକେଟର, ଥାନାରେ ପହଞ୍ଚିଲା ଅଭିଯୋଗ - Police Complaint Against Cricketers

କେମିତି ଘଟିଲା ହତ୍ୟାକାଣ୍ଡ ?: ମଙ୍ଗଳବାର ରାତିରେ 12 ଜଣ ଦୁର୍ବୃତ୍ତ ଏକା ସାଙ୍ଗରେ 41 ବର୍ଷିୟ ଧମିକା ନରୋଶାନାଙ୍କ ଅମ୍ବାଲାଙ୍ଗୋଡାସ୍ଥିତ ବାସଭବନରେ ପ୍ରବେଶ କରିଥିଲେ । କେହି କିଛି ଜାଣିବା ଆଗରୁ ସେ ଧମିକାଙ୍କ ଉପରେ ଅତର୍କିତ ଗୁଳି ବର୍ଷଣ କରିଥିଲେ । ଏହି ଘଟଣାରେ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗ ରାଇବାଲାରୀ ଜଡିତ ଥିବା ପୋଲିସ ସନ୍ଦେହ କରୁଛି ।

ନିରୋଶନାଙ୍କ କ୍ରିକେଟ୍ କ୍ୟାରିୟର: ଅଲରାଉଣ୍ଡର ଭାବେ 2000 ମସିହାରେ ଧମିକା ଶ୍ରୀଲଙ୍କା ଅଣ୍ଡର 19 ଟିମ୍‌ର୍ ପଦାପ୍ରଣ କରିଥିଲେ । ଆଇସିସି ପକ୍ଷରୁ ଅନୁଷ୍ଠିତ 2002 19 ବର୍ଷରୁ କମ ବିଶ୍ବକପରେ ସେ ଶ୍ରୀଲଙ୍କା ଦଳର ନେତୃତ୍ବ ନେଇଥିଲେ । ସେ 12ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି 200 ରନ ସଂଗ୍ରହ କରିବା ସହ 19 ଟି ଓ୍ବିକେଟ ନେଇଛନ୍ତି । ସେ ବରିଷ୍ଠ ଦଳରେ ସ୍ଥାନ ପାଇ ନଥିଲେ ମଧ୍ୟ ସେ U-19 ସ୍ତରରେ ଆଞ୍ଜେଲୋ ମାଥ୍ୟୁସ୍, ଉପୁଲ୍ ତରଙ୍ଗା ଏବଂ ଫରଭିଜ୍ ମହାରୁଫଙ୍କ ପରି ଖେଳାଳିଙ୍କ ସହ ଖେଳିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.