ETV Bharat / sports

କ୍ରିକେଟରେ ଷ୍ଟାର୍, ବୈବାହିକ ଜୀବନରେ ଫ୍ଲପ୍; କାହିଁକି କ୍ରିକେଟରଙ୍କ ସଂସାରରେ ଉଠୁଛି ଝଡ, ହାତ ଛାଡୁଛନ୍ତି ସାତ ଜନ୍ମର ସାଥୀ ? - Indian cricketers who got divorced

author img

By ETV Bharat Odisha Team

Published : Jul 20, 2024, 12:41 PM IST

Updated : Jul 20, 2024, 1:01 PM IST

Indian cricketers who parted ways with their spouses: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଆରମ୍ଭ କରି କ୍ରିକେଟର ମହମ୍ମଦ ଶାମୀଙ୍କ ପର୍ଯ୍ୟନ୍ତ । ସାଂସାରିକ ଜୀବନରେ ଫେଲ ମାରିଛନ୍ତି । ପଡିଆରେ ଅନେକ ଚ୍ୟାଲେଞ୍ଜ ସାମ୍ନା କରିଥିଲେ ମଧ୍ୟ ଜୀବନ ସାଥୀଙ୍କ ମନ ଜିତିବାରେ ଫେଲ ମାରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat Odisha)

ହାଇଦ୍ରାବାଦ: କ୍ରିକେଟରେ ସୁପରଷ୍ଟାର୍ । ହେଲେ ଘର ସଂସାର କରିବାରେ ସୁପର ଫ୍ଲପ୍ । କ୍ରିକେଟ ପାଇଁ ନେମ୍ ଫେମ୍ ପାଇଲା ପରେ ଲାଭିସ୍ (ବିଳାଶପୂର୍ଣ୍ଣ) ମ୍ୟାରେଜ କରି ରଙ୍ଗୀନ ଜୀବନର ଇନିଂସ ଆରମ୍ଭ କରୁଛନ୍ତି ହେଲେ ବୈବାହିକ ଜୀବନରେ ବଡ ଇନିଂସ ଖେଳିବାରେ ହଉଛନ୍ତି ବିଫଳ । ସାତ ଜନ୍ମ ପାଇଁ ହାତ ଧରି ସାଥୀ କରିଥିବା ପତ୍ନୀ ଟି-20 ମ୍ୟାଚ ପରି କିଛି ବର୍ଷ ପରେ ଛାଡୁଛନ୍ତି ହାତ। ଜୀବନ ଗାଡିର ‘ସଂସାର ଇନିଂସ’ ଟେଷ୍ଟ ମ୍ୟାଚ ପରି ଚାଲୁନି ବରଂ ଫଟାଫଟ୍ କ୍ରିକେଟ ପରି ହେଉଛି କ୍ରିକେଟରଙ୍କ ଛାଡପତ୍ର । ଆଜି ଆମେ ଆପଣଙ୍କୁ ଭାରତୀୟ କ୍ରିକେଟ ଜଗତର କିଛି ଏପରି ଷ୍ଟାରଙ୍କ ଘର ସଂସାର କାହାଣୀ କହିବୁ ଯିଏ, ବୈବାହିକ ଜୀବନରେ ଟେଷ୍ଟ ଇନିଂସ ଆରମ୍ଭ କରିବାକୁ ଯାଇ ଡକ୍ (ଶୂନ)ରେ ଆଉଟ ହେଉଛନ୍ତି । ଜାଣନ୍ତୁ କେଉଁ କେଉଁ କ୍ରିକେଟରଙ୍କ ହାତ ଛାଡିଛନ୍ତି ସେମାନଙ୍କ ପତ୍ନୀ....

Hardik Pandya
Hardik Pandya (ETV Bharat Odisha)

ହାର୍ଦ୍ଦିକ ପାଣ୍ଡ୍ୟା-

ବିହାହର 4 ବର୍ଷ ପରେ ଆଲଗା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ । ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ଏବଂ ନତାଶା ସୋସିଆଲ ମିଡିଆରେ ଅଲଗା ହେବା ନେଇ ଘୋଷଣା କରି ସାରିଛନ୍ତି । ଦୁଇ ଜଣଙ୍କ ଖୁସି ପାଇଁ ଦୁହେଁ ଏହି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ହାର୍ଦ୍ଦିକ ଓ ନତାଶା ଉଭୟ ଏନେଇ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଉଭୟଙ୍କ ପାଇଁ ବେଶ ମୁସ୍କିଲ ଥିଲା ବୋଲି ଉଲ୍ଲେଖ କରିଛନ୍ତି । ଏକ ପୋଷ୍ଟରେ ହାର୍ଦ୍ଦିକ ଲେଖିଥିଲେ, "4ବର୍ଷ ସାଥୀରେ ରହିବା ପରେ, ନତାଶା ଓ ମୁଁ ଆପୋଷ ସହମତିରେ ଏହି ନିଷ୍ପତ୍ତି ନେଇଛୁ । ଏହି ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ଆମେ ଉଭୟ ଉଦ୍ୟମ କରିଥିଲୁ । କିନ୍ତୁ ଏବେ ଅଲଗା ହେବା ଆମ ଦୁହିଁଙ୍କ ପାଇଁ ଠିକ ବୋଲି ହୃଦୟଙ୍ଗମ କରିଛୁ । ଏହି ନିଷ୍ପତ୍ତି ଆମ ପାଇଁ ବହୁତ ମୁସ୍କିଲ ଥିଲା ।"

ଏହା ବି ପଢନ୍ତୁ- ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ; ଅଲଗା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା - Hardik pandya Natasa divorce

Mohammed Shami
Mohammed Shami (ETV Bharat Odisha)

ମହମ୍ମଦ ଶାମୀ-

ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମୀ ମଧ୍ୟ ବିବାହ ପରେ ଛାଡପତ୍ର ସାମ୍ନା କରିଛନ୍ତି । 2018 ମସିହାରେ ପତ୍ନୀ ହସିନା ଜାହାନ ଘରୋଇ ହିଂସା ଅଭିଯୋଗ ଆଣି ଛାଡପତ୍ର ପାଇଁ ଆବେଦନ କରିଥିଲେ ।

Shikhar Dhawan
Shikhar Dhawan (ETV Bharat Odisha)

ଶିଖର ଧାଓ୍ବନ-

ଟିମ୍ ଇଣ୍ଡିଆର ‘ଗବ୍ବର’ ଭାବେ ପରିଚିତ ଧୂଆଁଧାର ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ମଧ୍ୟ ବିବାହ ପରେ ଘର ସଂସାର ଗଢିବାରେ ଫେଲ ମାରିଛନ୍ତି । ଅଷ୍ଟ୍ରେଲିଆର ଆଇଶା ମୁକରଜୀ ଗତ 2023ରେ ଶିଖରଙ୍କୁ ଛାଡପତ୍ର ଦେଇଥିଲେ । ବିବାହର 9 ବର୍ଷ ପରେ ଅଲଗା ହୋଇଥିଲେ ଏହି ଦମ୍ପତି । ଦିଲ୍ଲୀ କୋର୍ଟ ଡିଭୋସକୁ ମଞ୍ଜୁରୀ ଦେଇଥିଲେ ।

Dinesh Karthik
Dinesh Karthik (ETV Bharat Odisha)

ଦିନେଶ କାର୍ତ୍ତିକ-

ଟିମ୍ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ମଧ୍ୟ ଛାଡପତ୍ରର ସାମ୍ନା କରଛନ୍ତି । ସେ 2012ରେ ତାଙ୍କ ପୂର୍ବତନ ପତ୍ନୀ ନିକିତା ବଂଜାରାଙ୍କୁ ଛାଡପତ୍ର ଦେଇଥିଲେ । ତାଙ୍କ ବନ୍ଧୁ ତଥା ପୂର୍ବତନ କ୍ରିକେଟର ମୂରଲୀ ବିଜୟଙ୍କୁ ବିବାହ କରିଥିଲେ ନିକିତା । ପରେ ଦିନେଶ ଟେବୁଲ ଟେନିସ ଖେଳାଳି ଦୀପିକା ପାଲିକେଲିଙ୍କୁ ବିବାହ କରିଥିଲେ ।

Javagal Srinath
Javagal Srinath (ETV Bharat Odisha)

ଜଭଗଲ ଶ୍ରୀନାଥ-

‘ମାୟୀସୁର ଏକ୍ସପ୍ରେସ୍’ ଭାବେ ପରିଚିତ ଜଭଗଲ ଶ୍ରୀନାଥ ମଧ୍ୟ ତାଙ୍କ ପତ୍ନୀଙ୍କ ଠାରୁ ଅଲଗା ହୋଇଛନ୍ତି । 1999ରେ ସେ ଜ୍ୟୋତ୍ସ୍ନାଙ୍କୁ ବିବାହ କରିଥିଲେ ପରେ 2007ରେ ଦୁହେଁ ଅଲଗା ହୋଇଥିଲେ । ପରେ ଶ୍ରୀନାଥ ସାମ୍ବାଦିକା ମାଧବୀ ପାତ୍ରାଭଲୀଙ୍କୁ ବିବାହ କରିଥିଲେ ।

Vinod Kambli
Vinod Kambli (ETV Bharat Odisha)

ବିନୋଦ କାମ୍ବଲୀ-

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲୀ ତାଙ୍କ ପିଲା ଦିନ ବାନ୍ଧବୀ ନୋଇଲା ଲିଓ୍ବିସଙ୍କୁ 1998ରେ ବିବାହ କରିଥିଲେ । ପରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା । ଦୁହେଁ ବ୍ୟକ୍ତିଗତ କାରଣ ପାଇଁ ଅଲଗା ହୋଇଥିଲେ ।

Mohammad Azharuddin
Mohammad Azharuddin (ETV Bharat Odisha)

ମହମ୍ମଦ ଆଝାରୁଦ୍ଦିନ-

ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ 1996 ମସିହାରେ ତାଙ୍କ ପୂର୍ବତନ ପତ୍ନୀ ନରିନ୍ ଙ୍କୁ ଛାଡପତ୍ର ଦେଇଥିଲେ । ପରେ ସେ ଅଭିନେତ୍ରୀ ସଂଗୀତା ବିଜଲାନୀଙ୍କୁ ବିବାହ କରିଥିଲେ । ଏପରିକି ଦ୍ବିତୀୟ ବିବାହର ବର୍ଷକ ପରେ ମଧ୍ୟ ଅଝାରୁଦ୍ଦିନ ସଂଗୀତାଙ୍କୁ ଛାଡପତ୍ର ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 20, 2024, 1:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.