ETV Bharat / sports

ରାଜନୀତିରେ ପାଦ ଦେବେ କ୍ରିକେଟର ରିଙ୍କୁ ସିଂ ! ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ - Rinku Singh meet Yogi Adityanath

author img

By ETV Bharat Sports Team

Published : Aug 27, 2024, 3:56 PM IST

Rinku Singh meet UP CM Yogi Adityanath : ଭାରତୀୟ ଷ୍ଟାର କ୍ରିକେଟର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ କରିଛନ୍ତି । ସୋସିଆଲ ମିଡିଆରେ ଏହାର ଫଟୋ ମଧ୍ୟ ସେୟାର କରିଛନ୍ତି ରିଙ୍କୁ । ତେବେ ଏହାପରେ ରିଙ୍କୁ ରାଜନୀତିରେ ପାଦ ଦେଉଥିବା ଚର୍ଚ୍ଚା ଜୋର ଧରିଛି । ଅଧିକ ପଢ଼ନ୍ତୁ

Rinku Singh meet UP CM Yogi
Rinku Singh meet UP CM Yogi (IANS and X Photos)

ଲକ୍ଷ୍ନୌ : ଭାରତୀୟ କ୍ରିକେଟ୍ ଦଳର ବାମହାତୀ ବ୍ୟାଟର ରିଙ୍କୁ ସିଂ ନିଜର ବିସ୍ଫୋରକ ବ୍ୟାଟିଂ ତଥା ମ୍ୟାଚ୍‌ ଫିନିଶ୍‌ କରିବାରେ ମାହିର । ବିଭିନ୍ନ ସମୟରେ ସେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି, କେତେବେଳେ ଧୂଆଁଧାର ବ୍ୟାଟିଂ ପାଇଁ ତ କେତେବେଳେ ତାଙ୍କ ମଜାଦାର କାର୍ଯ୍ୟକଳାପ ପାଇଁ । ହେଲେ ଏବେ ସେ ଆଉ ଏକ ଘଟଣାକ୍ରମରେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ରିଙ୍କୁ । ମୁଖ୍ୟମନ୍ତ୍ରୀ ରିଙ୍କୁ ସିଂଙ୍କୁ ତାଙ୍କ ବ୍ୟାଟ୍‌ରେ ଅଟୋଗ୍ରାଫ୍ ଦେଇଥିଲେ । ଏହି ଅବସରରେ ଉତ୍ତରପ୍ରଦେଶର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଡାନିସ ଆଜାଦ ଅନସାରୀ ମଧ୍ୟ ଉପସ୍ଥିତ ଥିଲେ । ରିଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଏହି ସମୟର ଫଟୋ ସେୟାର କରିଛନ୍ତି ।

ରାଜନୀତିରେ ପାଦ ଦେବେ ରିଙ୍କୁ ! :-

କ୍ରିକେଟର ରିଙ୍କୁ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପରେ ସେ ରାଜନୀତିରେ ପାଦ ଦେଉଥିବା ଚର୍ଚ୍ଚା ସୋସିଆଲ ମିଡିଆରେ ହେଉଛି । ହେଲେ ଏଥିରେ କୌଣସି ସତ୍ୟତା ନାହିଁ । ରିଙ୍କୁ ଏବେ ଉତ୍ତରପ୍ରଦେଶ ପ୍ରିମିୟର ଲିଗ୍ ଖେଳୁଥିବାରୁ ଲକ୍ଷ୍ନୌରେ ଅଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ରିଙ୍କୁ ମିରଟ ମୋଭିକ୍ସର ଅଧିନାୟକ ଅଛନ୍ତି । ରବିବାର ରାତିରେ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍ କାଶୀ ରୁଦ୍ର ବିପକ୍ଷରେ ରିଙ୍କୁଙ୍କ ଦଳ ଜିତିଥିଲା । ରିଙ୍କୁ ସିଂ ଚିରାଚରିତ ଢଙ୍ଗରେ ତାଙ୍କ ଦଳକୁ ଛକା ମାରି ବିଜୟୀ କରାଇଥିଲେ । ଏହି ବିଜୟ ପରେ ରିଙ୍କୁ ସିଂ ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସୌଜନ୍ୟମୂଳକ ଭାବେ ଭେଟିଛନ୍ତି । ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଫଟୋ ସେୟାର କରିବା ରିଙ୍କୁ ଲେଖିଛନ୍ତି, 'ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ଅତ୍ୟନ୍ତ ଗର୍ବ ଅନୁଭବ ହେଉଛି । ଏହି ଅବସର ମିଳିଥିବାରୁ କୃତଜ୍ଞ ।'

ଆଇପିଏଲ୍‌ରେ RCB ପାଇଁ ଖେଳିବାକୁ ଇଛା :-

ଭାରତୀୟ ଟି20 କ୍ରିକେଟ୍ ଦଳର ଏକ ପ୍ରମୁଖ ସଦସ୍ୟ ହୋଇପାରିଥିବା ରିଙ୍କୁ ସିଂଙ୍କ ଘର ହେଉଛି ଉତ୍ତରପ୍ରଦେଶରେ । ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)2023ରେ ଚମତ୍କାର ପ୍ରଦର୍ଶନ କରିଥିଲେ । କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବାବେଳେ ସେ ୟଶ ଦୟାଲଙ୍କ ଶେଷ ଓଭରର ଶେଷ 5ଟି ବଲରେ ଲଗାତାର 5ଟି ଛକା ମାରି ନିଜ ଦଳକୁ ଅସମ୍ଭବ ବିଜୟ ଦେଇଥିଲେ । ଏଥର ରିଙ୍କୁ ସିଂ ସମ୍ଭବତଃ କୋଲକାତା ନାଇଟ୍ ରାଇଡର୍ସରୁ ମୁକ୍ତ ହେବେ ଓ ସେ ମେଗା ଅକ୍ସନର ଏକ ଅଂଶ ହେବେ । ରିଙ୍କୁ ସିଂ ନିକଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, କାରଣ ସେ ବିରାଟ କୋହଲିଙ୍କୁ ତାଙ୍କର ଆଇଡଲ ବୋଲି ବିବେଚନା କରନ୍ତି । କିନ୍ତୁ ଉତ୍ତରପ୍ରଦେଶର କ୍ରିକେଟ ପ୍ରେମୀମାନଙ୍କ ଇଛା ଯେ, ରିଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ସହ ଯୋଡ଼ି ହୁଅନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...RCB ଫ୍ୟାନ୍ସଙ୍କ ପାଇଁ ଖୁସି ଖବର; କୋହଲିଙ୍କ ଟିମରେ ଖେଳିବେ ‘ଫିନିସର’ ରିଙ୍କୁ ସିଂ, ଚାମ୍ପିଅନ୍ KKRକୁ ବଡ ଝଟକା ! - Rinku Singh wants to join RCB

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.