ETV Bharat / sports

ବକ୍ସିଂରୁ ଅବସର ଘୋଷଣା ଖବରକୁ ଖଣ୍ଡନ କଲେ ମେରୀକମ

author img

By ETV Bharat Odisha Team

Published : Jan 25, 2024, 7:44 AM IST

Updated : Jan 25, 2024, 9:54 AM IST

Mary Kom denies reports of her retirement: ବକ୍ସିଂରୁ ଅବସର ଘୋଷଣା କଲେ ଭାରତର କିମ୍ବଦନ୍ତୀ ବକ୍ସର ମେରୀକମ । ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଇବା ପରେ ଏହାକୁ ଖଣ୍ଡନ କରିଛନ୍ତି ମେରୀକମ ।

ବକ୍ସର ମେରୀକମ
Mary Kom

ନୂଆଦିଲ୍ଲୀ: 6 ଥର ବିଶ୍ୱ ଚମ୍ପିଅନ୍ ତଥା 2012 ଅଲିମ୍ପିକ୍ ପଦକ ବିଜେତା ମହିଳା ବକ୍ସର ମେରୀକମ ବକ୍ସିଂରୁ ଅବସର ଘୋଷଣା । ଏପରି ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ମେରୀକମ । ମୁଁ ଅବସର ଘୋଷଣା କରିନାହିଁ । ଯେତେବେଳେ ମୋତେ ଅବସର ଘୋଷଣା କରିବାର ହେବ ମୁଁ ବ୍ୟକ୍ତିଗତ ଭାବେ ଗଣମାଧ୍ୟମରେ ଘୋଷଣା କରିବି ବୋଲି କହିଛନ୍ତି ମେରୀକମ ।

ଅବସର ଘୋଷଣାକୁ ଖଣ୍ଡନ କରି ମେରୀକମ କହିଛନ୍ତି, ''ମୁଁ ଏପର୍ଯ୍ୟନ୍ତ ଅବସର ଘୋଷଣା କରି ନାହିଁ ଏବଂ କିଛି ଭୁଲ ବୁଝାମଣା ହୋଇଛି । ଯେତେବେଳେ ଅବସର ଘୋଷଣା କରିବାର ହେବ ମୁଁ ବ୍ୟକ୍ତିଗତ ଭାବେ ଗଣମାଧ୍ୟମ ସାମ୍ନାକୁ ଆସିବି । ମୁଁ ମିଡିଆରେ ଖବର ପ୍ରକାଶ ପାଇଛି ଯେ, ମୁଁ ଅବସର ଘୋଷଣା କରିଛି କିନ୍ତୁ ଏହା ସତ୍ୟ ନୁହେଁ । 24 ଜାନୁୟାରୀ 2024ରେ ମୁଁ ଦିବ୍ରୁଗଡରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲି । ଯେଉଁଠାରେ ମୁଁ ପିଲାମାନଙ୍କୁ ଉତ୍ସାହିତ କରୁଥିଲି ଏବଂ କହିଥିଲି ମୋତେ ବକ୍ସିଂ ପ୍ରତିଯୋଗିତାରେ ଆହୁରି ଭାଗ ନେବାରେ ଇଚ୍ଛା ଅଛି କିନ୍ତୁ ଅଲିମ୍ପିକ୍ସରେ ବୟସ ସୀମା ହେତୁ ମୋତେ ଖେଳିବାକୁ ଅନୁମତି ଦେବନାହିଁ । ମୁଁ ଖେଳ ଜାରି ରଖିପାରିବି, ଏଥି ପାଇଁ ଫିଟନେସ ଉପରେ ଧ୍ୟାନ ଦେଉଛି । ଯେତେବେଳେ ବି ଅବସର ଘୋଷଣା କରିବି ସମସ୍ତଙ୍କୁ ମୁଁ ଅବଗତ କରାଇବି । "

ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ (IBA) ନିୟମ ଅନୁସାରେ ଉଭୟ ପୁରୁଷ ଏବଂ ମହିଳା ବକ୍ସର 40 ବର୍ଷ ବୟସ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଅନୁମତି ଦିଆଯାଇଥାଏ । ବର୍ତ୍ତମାନ ମେରୀଙ୍କୁ 41 ବର୍ଷ ବୟସ ହୋଇଥିବାରୁ ସେ ସନ୍ୟାସ ଘୋଷଣା କରିଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାକୁ ସେ ଖଣ୍ଡନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଫେବୃଆରୀ 23ରୁ ମହିଳା ପ୍ରିମିୟର ଲିଗ୍‌; ବେଙ୍ଗାଲୁରୁ ଓ ଦିଲ୍ଲୀରେ ହେବ ଫାଇଟ୍‌

ବକ୍ସିଂ ଇତିହାସରେ ମେରିକମ ହେଉଛନ୍ତି ପ୍ରଥମ ମହିଳା ବକ୍ସର ଯିଏକି 6 ଥର ବିଶ୍ୱ ସ୍ତରରେ ଟାଇଟଲ୍ ହାତେଇଛନ୍ତି । 2001ରେ ଅନ୍ତର୍ଜାତୀୟ ସ୍ତରରେ ସେ ବିଶ୍ବ ବକ୍ସିଂ ଚାମ୍ପିୟନସିପରେ ରୌପ୍ୟ ପଦକ ଜିତି ନିଜ କ୍ୟାରିୟରର ଦମଦାର ଆରମ୍ଭ କରିଥିଲେ । ସେ ପାଞ୍ଚଥର ଏସୀୟ ଚମ୍ପିଆନ ରହିସାରିଛନ୍ତି । 2014ରେ ଭାରତର ପ୍ରଥମ ମହିଳା ବକ୍ସର ଭାବରେ ଏସୀୟ ଗେମ୍ସରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । 2012 ଲଣ୍ଡନ ଅଲିମ୍ପିକ୍ସ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।

2005, 2006, 2008 ଏବଂ 2010 ବିଶ୍ୱ ଚାମ୍ପିଅନସିପ ସଂସ୍କରଣରେ ଟାଇଟଲ୍ ହାସଲ କରିବା ପରେ 2008 ମଧ୍ୟ ବିଜୟୀ ହୋଇଥିଲେ । ଏହାପରେ ସେ ଗର୍ଭବତୀ ହୋଇ ଯାଆଁଳା ସନ୍ତାନ ଜନ୍ମ କରିବା ପରେ ବକ୍ସିଂରୁ କିଛି ସମୟ ଦୂରେଇ ରହିଥିଲେ । 2012 ଅଲିମ୍ପିକ୍ ପଦକ ଜିତିବା ପରେ ସେ ତୃତୀୟ ସନ୍ତାନକୁ ଜନ୍ମ ଦେଇଥିଲେ । ପୁଣି ଦିଲ୍ଲୀରେ ଅନୁଷ୍ଠିତ 2018 ବିଶ୍ୱ ଚମ୍ପିଆନସିପରେ ସେ ଟ୍ରକକୁ ଫେରିଥିଲେ । ମହିଳା ଓ ପୁରୁଷ ବକ୍ସରଙ୍କ ମଧ୍ୟ ତାଙ୍କର ପଦକସଂଖ୍ୟା ସର୍ବାଧିକ । 2021ରେ ଏସିଆନ ବକ୍ସିଂ ଚମ୍ପିଆନସିପରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ 6ଥରର ବିଶ୍ବ ଚମ୍ପିଆନ ମେରିକମ ।

Last Updated : Jan 25, 2024, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.