ETV Bharat / sports

ରାଞ୍ଚି ଟେଷ୍ଟ: ସିରିଜ ବିଜୟ ପଥରେ ଭାରତ, ଆଉ ଦରକାର ୧୫୨ - India need 152 more runs to win

India vs England 4th Test Day 3: ଭାରତ ଓ ଇଂଲଣ୍ଡ ମଧ୍ୟରେ ରାଞ୍ଚିରେ ଜାରି ରହିଥିବା ୪ର୍ଥ ଟେଷ୍ଟ ମ୍ୟାଚ୍‌ର ୩ୟ ଦିନର ଖେଳ ଶେଷ ହୋଇଛି । ଆଜି ଖେଳରେ ୧୪୫ ରନରେ ଅଲ୍‌ ଆଉଟ୍‌ ହେବାପରେ ଭାରତକୁ ୧୯୨ ରନର ଟାର୍ଗେଟ ଦେଇଥିଲା ଇଂଲଣ୍ଡ । ଏହାପରେ ବ୍ୟାଟିଂ ଆରମ୍ଭ କରି ୪୦ ରନ କରିଛି ଭାରତ । ବିଜୟ ପାଇଁ ଆଉ ୧୫୨ ରନ ଆବଶ୍ୟକ । ଅଧିକ ପଢ଼ନ୍ତୁ

India vs England 4th Test Day 3
India vs England 4th Test Day 3
author img

By ETV Bharat Odisha Team

Published : Feb 25, 2024, 9:43 PM IST

ରାଞ୍ଚି: ସିରିଜ୍‌ ବିଜୟ ପଥରେ ଅଗ୍ରସର ହେଉଛି ଟିମ୍‌ ଇଣ୍ଡିଆ । ଭାରତ ଓ ଇଂଲଣ୍ଡ ମଧ୍ୟରେ ରାଞ୍ଚିରେ ଜାରି ରହିଥିବା ୪ର୍ଥ ଟେଷ୍ଟ ମ୍ୟାଚ୍‌ ଜିତିବାକୁ ଭାରତକୁ ଆଉ ୧୫୨ ରନ ଆବଶ୍ୟକ ରହିଛି । ତୃତୀୟ ଦିନ ଖେଳରେ ଇଂଲଣ୍ଡ ୧୪୫ ରନରେ ଅଲ୍‌ ଆଉଟ୍‌ ହେବାପରେ ପୂର୍ବରୁ ଲିଡ୍‌ ନେଇଥିବା ୪୬ ରନ ସହିତ ଭାରତ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଆଜିର ଖେଳ ଶେଷ ସୁଦ୍ଧା ଭାରତ ବ୍ୟାଟିଂ ଆରମ୍ଭ କରି କୌଣସି ୱିକେଟ୍‌ ନହରାଇ ୪୦ ରନ କରିଛି । ଫଳରେ ଖେଳକୁ ଆହୁରି ୨ ଦିନ ବାକି ଥିବାବେଳେ ବିଜୟ ପାଇଁ ଭାରତକୁ କେବଳ ୧୫୨ ରନ ଆବଶ୍ୟକ । ହାତରେ ସମସ୍ତ ୧୦ ୱିକେଟ୍‌ ଥିବାରୁ ଆସନ୍ତାକାଲି ହିଁ ଖେଳ ଶେଷ ହେବାର ଦୃଢ଼ ସମ୍ଭାବନା ରହିଛି । ଏହି ବିଜୟ ସହ ୨-୧ରେ ସିରିଜ ଆଗୁଆ ଥିବା ଭାରତ ସିରିଜ ମଧ୍ୟ କବ୍‌ଜା କରିନେବ ।

ଇଂଲଣ୍ଡ ପ୍ରଥମ ପାଳି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର (ଫେବୃଆରୀ ୨୩) ଝାଡ଼ଖଣ୍ଡର ରାଞ୍ଚିସ୍ଥିତ JSCA ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ୪ର୍ଥ ଟେଷ୍ଟ ମ୍ୟାଚ୍‌ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ପ୍ରଥମ ଦିନରେ ଯଦିଓ ଭାରତୀୟ ବୋଲରଙ୍କ ବିପକ୍ଷରେ କିଛିମାତ୍ରାରେ ଅଡ଼ୁଆରେ ପଡ଼ିଥିଲା, ହେଲେ ଅନୁଭବୀ ବ୍ୟାଟର ଜୋ ରୁଟ୍‌ ଦଳକୁ ଖରାପ ସ୍ଥିତିରୁ ମୁକୁଳାଇଥିଲା । ସେ ଧୈର୍ଯ୍ୟପୂର୍ଣ୍ଣ ଶତକୀୟ ପାଳି ଖେଳି ଦଳକୁ ୩୦୨ ରନର ବଡ଼ ସ୍କୋରରେ ପହଞ୍ଚାଇଥିଲେ । ଦ୍ବିତୀୟ ଦିନରେ ସେହିଠାରୁ ଆରମ୍ଭ ହୋଇଥିଲା ଖେଳ । ତେବେ ଏହିଦିନ ଭ୍ରମଣକାରୀ ଦଳ ପାଇଁ ଅଡ଼ୁଆ ସାଜିଥିଲେ ଅନୁଭବୀ ସ୍ପିନର ରବୀନ୍ଦ୍ର ଜାଡେଜା । ଗୋଟିଏ ପଟେ ଜୋ ରୁଟ୍‌ ଶତକୀୟ ପାଳି ଖେଳି ନଟ୍‌ ଆଉଟ୍‌ ଥିବାବେଳେ ଅନ୍ୟପଟେ ଅର୍ଦ୍ଧଶତକ ହାସଲ କରିସାରିଥିବା ରବିନ୍‌ସନ୍‌ (୫୮)ଙ୍କୁ ଆଉଟ୍‌ କରିଥିଲେ ଜାଡେଜା । ଏହାପରେ ଶୋଏବ ବଶିର ଓ ଜେମ୍ସ ଆଣ୍ଡରସନ୍‌ଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରାଇଥିଲେ । ରୁଟ୍‌ ନଟ୍‌ଆଉଟ୍‌ ଥିଲେ ମଧ୍ୟ ଇଂଲଣ୍ଡର ପାଳି ୩୫୩ ରନରେ ଶେଷ ହୋଇଥିଲା ।

ଏହି ପାଳିରେ ଭାରତ ପକ୍ଷରୁ ଅନୁଭବୀ ସ୍ପିନର ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ବୁମ୍‌ରାଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଆକାଶ ଦୀପ ଦମଦାର ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଥମ ଦିନରେ ଇଂଲଣ୍ଡର ଟପ୍‌ ୩ ବ୍ୟାଟରଙ୍କୁ ସେ ପାଭିଲିୟନ ଫେରାଇଥିଲେ । ଏହିଦିନ ଲଞ୍ଚ୍‌ ବ୍ରେକ୍‌ ପରେ ୨ଟି ୱିକେଟ୍‌ ହାସଲ କରି ଭାରତକୁ ବ୍ରେକ୍‌ ଥ୍ରୋ ଦେବାରେ ସଫଳ ହୋଇଥିଲେ ସ୍ପିଡ୍‌ଷ୍ଟାର ମହମ୍ମଦ ସିରାଜ । ଅନ୍ୟପଟେ ଅନୁଭବୀ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ୱିକେଟ୍‌ ହାସଲ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରାଞ୍ଚି ଟେଷ୍ଟରେ ରୁଟଙ୍କ ଅପରାଜିତ ଶତକୀୟ ଇନିଂସ, ଇଂଲଣ୍ଡ ୩୫୩ରେ ଅଲ୍ଆଉଟ୍

ଭାରତ ପ୍ରଥମ ପାଳି: ୩୦୨ ରନରେ ଇଂଲଣ୍ଡକୁ ଅଲ୍‌ଆଉଟ୍‌ କରିବା ପରେ ପ୍ରଥମ ପାଳି ଖେଳିବାକୁ ଓହ୍ଲାଇଥିଲା ଭାରତ । ହେଲେ ଦଳୀୟ ସ୍କୋର ୪ ରନ ହୋଇଥିବାବେଳେ ଆରମ୍ଭରୁ ନିରାଶ କରି ପାଭିଲିୟନ ଫେରିଯାଇଥିଲେ ଅଧିନାୟକ ରୋହିତ ଶର୍ମା । ଗୋଟିଏ ପଟେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ପରିସ୍ଥିତି ସମ୍ଭାଳି ବ୍ୟାଟିଂ କରୁଥିବାବେଳେ ଅନ୍ୟପଟେ ବ୍ୟାଟର ମାନେ ନିଜ ନିଜର ୱିକେଟ୍‌ ହରାଇ ଚାଲିଥିଲେ । ଗିଲ୍‌ (୩୮), ପଟିଦାର (୧୭) ଓ ଜାଡେଜା (୧୨) ଆଉଟ୍‌ ହେବାପରେ ଭାରତ ପାଇଁ ସର୍ବାଧିକ ୭୩ ରନ କରିଥିବା ଜୟସ୍ବାଲ ମଧ୍ୟ ଆଉଟ୍‌ ହୋଇଥିଲେ । ଏହାପରେ ସର୍ଫରାଜ ଖାନ ୧୪ ରନ କରି ପାଭିଲିୟନ ଫେରିଥିଲେ । ଅଶ୍ବିନ କେବଳ ୧ ରନ ହିଁ କରିପାରିଥିଲେ । ତେବେ ଧ୍ରୁବ ଜୁରେଲ ୩୦ ଓ କୁଲଦୀପ ଯାଦବ ୧୭ ରନ କରି ତୃତୀୟ ଦିନ ପାଇଁ ପିଚ୍‌ରେ ମହଜୁଦ ରହିଥିଲେ । ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୧୯ ରନ କରି ୭ଟି ବହୁମୂଲ୍ୟ ୱିକେଟ୍‌ ହରାଇଥିଲା । ଆଜି ଏହିଠାରୁ ଖେଳ ଆରମ୍ଭ ହୋଇଥିବାବେଳେ କୁଲଦୀପ ଯାଦବ ୨୮ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟପଟେ ଧ୍ରୁବ ଜୁରେଲଙ୍କ ୯୦ ରନର ଗୁରୁତ୍ବପୂର୍ଣ୍ଣ ପାଳି ଭାରତକୁ ୩୦୦ ରନ ପାର କରାଇବାରେ ସହାୟକ ହୋଇଥିଲା । ଫଳରେ ପ୍ରଥମ ପାଳି ୩୦୭ ରନରେ ଶେଷ କରିଥିଲା ଭାରତ ।

ଏହିପାଳିରେ ଇଂଲଣ୍ଡ ପକ୍ଷରୁ ଭାରତ ପାଇଁ ବେଶ ଘାତକ ସାବ୍ୟସ୍ତ ହୋଇଥିଲେ ଯୁବ ସ୍ପିନର ଶୋଏବ ବସିର । ସେ ଏକାକୀ ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଟମ୍‌ ହାର୍ଟଲେ ୩ଟି ୱିକେଟ୍‌ ହାସଲ କରିଥିବାବେଳେ ଅନୁଭବୀ ପେସର ଜେମ୍ସ ଆଣ୍ଡରସନ୍‌ଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାଞ୍ଚି ଟେଷ୍ଟ: ଭାରତୀୟ ସ୍ପିନ ଆଟାକ୍‌ରେ ଫସିଲେ ଇଂରେଜ, ଭାରତ ଆଗରେ ଲକ୍ଷ୍ୟ ୧୯୨

ଇଂଲଣ୍ଡ ଦ୍ବିତୀୟ ପାଳି: ଆଜି ତୃତୀୟ ଦିନରେ ଇଂଲଣ୍ଡ ୪୬ ରନ ଲିଡ୍‌ ନେଇ ୨ୟ ପାଳି ବ୍ୟାଟିଂ ଆରମ୍ଭ କରିଥିଲା । ହେଲେ ଭାରତୀୟ ସ୍ପିନ୍‌ ବିଭାଗର ଘାତକ ବୋଲିଂକୁ ଭେଦ କରିବାରେ ଅସମର୍ଥ ରହିଥିଲେ ଇଂଲଣ୍ଡ ବ୍ୟାଟର । ବିଶେଷ କରି ଅନୁଭବୀ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ କୁଲଦୀପ ଯାଦବଙ୍କ ବୋଲିଂରେ ଘାଇଲା ହୋଇଥିଲା ବିପକ୍ଷ ଦଳ । ଦଳ ପାଇଁ ଜ୍ୟାକ୍‌ କ୍ରାଓଲି ସର୍ବାଧିକ ୬୦ ରନର ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନି ବେୟାରଷ୍ଟୋ (୩୦)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାରେ ସଫଳ ହୋଇନଥିଲେ । ଫଳରେ ୧୪୫ ରନରେ ସମସ୍ତ ୱିକେଟ୍‌ ହରାଇଥିଲା ଇଂଲଣ୍ଡ । ଏହି ପାଳି ଶେଷ ହେବା ବେଳକୁ ଭାରତ ଠାରୁ ୧୯୧ ରନ ଆଗକୁ ଚାଲିଯାଇଥିଲା ଇଂଲଣ୍ଡ ।

ଏହି ପାଳିରେ ଭାରତ ପକ୍ଷରୁ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୫ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ କୁଲଦୀପ ଯାଦବ ୪ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍‌ ହାସଲ କରିଥିଲେ । ପେସରମାନଙ୍କ ମଧ୍ୟରେ କେବଳ ମହମ୍ମଦ ସିରାଜ ୩ ଓଭର ବୋଲିଂ କରିଥିଲେ ।

ଭାରତ ୨ୟ ପାଳି: ଏହି ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଭାରତୀୟ ଦଳକୁ ୧୯୨ ରନର ଟାର୍ଗେଟ ମିଳିଥିଲା । ଏହି ଟାର୍ଗେଟ୍‌ ନେଇ ୩ୟ ଦିନରେ ହିଁ ମୈଦାନକୁ ଓହ୍ଲାଇବା ପରେ ଆକ୍ରାମକ ଢଙ୍ଗରେ ବ୍ୟାଟିଂ ଆରମ୍ଭ କରିଛନ୍ତି ଦୁଇ ଓପନର ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ । ଆଜିର ଖେଳ ଶେଷ ହେବା ବେଳକୁ ରୋହିତ ୨୭ ବଲରେ ୨୪ ଓ ଜୟସ୍ବାଲ ୨୧ ବଲରେ ୧୬ ରନ ସଂଗ୍ରହ କରି ମହଜୁଦ ରହିଛନ୍ତି । ଫଳରେ ଭାରତ ଆଜି ଖେଳ ସୁଦ୍ଧା କୌଣସି ୱିକେଟ୍‌ ନହରାଇ ୪୦ ରନ ସଂଗ୍ରହ କରିନେଇଛି । ମ୍ୟାଚ୍‌ ଜିତିବାକୁ ଆଉ ୧୫୨ ରନ ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.