ETV Bharat / sports

ଲଙ୍କାରେ ଭାରତର ସୂର୍ଯ୍ୟୋଦୟ; ଚମକିଲା ଟପ୍‌ ଅର୍ଡର, ଶ୍ରୀଲଙ୍କା ଆଗରେ ବିଶାଳ ଲକ୍ଷ୍ୟ - IND vs SL 1st T20I

author img

By ETV Bharat Sports Team

Published : Jul 27, 2024, 9:10 PM IST

IND VS SL 1ST T20I: ପ୍ରଥମ ମ୍ୟାଚ୍‌ରେ ଭାରତର ଧୂଆଁଧାର ବ୍ୟାଟିଂ । ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ । ଶ୍ରୀଲଙ୍କା ଆଗରେ 214 ରନର ବିଶାଳ ଲକ୍ଷ୍ୟ ରଖିଲା ଭାରତ । ଅଧିକ ପଢ଼ନ୍ତୁ

IND VS SL 1ST T20I
IND VS SL 1ST T20I (IANS Photos)

ପାଲ୍ଲେକେଲ (ଶ୍ରୀଲଙ୍କା): ଶ୍ରୀଲଙ୍କାରେ ଚମକିଲେ ଭାରତର ସୂର୍ଯ୍ୟ । ପ୍ରଥମ ଟି20 ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ଅର୍ଡରର ଦମଦାର ପ୍ରଦର୍ଶନ । ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳ ଆଜିଠାରୁ ଟି20 ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଶ୍ରୀଲଙ୍କା । ତେବେ ଭାରତୀୟ ବ୍ୟାଟିଂ ଅର୍ଡର ମଧ୍ୟ ବେଶ ଆକ୍ରମଣାତ୍ମକ ଢଙ୍ଗରେ ଏହି ମ୍ୟାଚ୍‌ ଖେଳିଛି । ଓପନିଂ ଯୋଡ଼ିଙ୍କ ଦମଦାର ଆରମ୍ଭ ପରେ ନିଜେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଧୂଆଁଧାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ମିଡିଲ୍‌ ଅର୍ଡର ଫେଲ ମାରିବା ସତ୍ତ୍ବେ ଟପ୍‌ 4 ବ୍ୟାଟରଙ୍କ ଟପ୍‌ ପ୍ରଦର୍ଶନ ବଳରେ ଭାରତ ଘରୋଇ ଶ୍ରୀଲଙ୍କା ଆଗରେ ବିଶାଳ 214 ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଭାରତ ବ୍ୟାଟିଂ: ଆଜି ଟସ୍‌ ହାରିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ ଆହ୍ବାନ ମିଳିଥିଲା । ଜବାବରେ ଓପନିଂ ଯୋଡ଼ି ଯଶସ୍ବୀ ଜୟସ୍ବାଲ ଓ ଶୁବମନ ଗିଲ୍‌ ଦଳକୁ ଧୂଆଁଧାର ଆରମ୍ଭ ଦେଇଥିଲେ । ଆକ୍ରମଣାତ୍ମକ ଢଙ୍ଗରେ ପାଳି ଆରମ୍ଭ କରିଥିବା ଗିଲ୍‌ ପ୍ରଥମେ 16 ବଲରୁ 34 ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟପଟେ 21 ବଲରୁ 40 ରନର ପାଳି ଖେଳି ଆଉଟ୍‌ ହୋଇଥିଲେ ଜୟସ୍ବାଲ । ଏହାପରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଚିରାଚରିତ ଢଙ୍ଗରେ ଆରମ୍ଭ କରିଥିଲେ ବିସ୍ଫୋରଣ । କେବଳ 26 ବଲରୁ 8 ଚୌକା ଓ 2 ଛକା ବଳରେ 58 ରନ କରି ଆଉଟ୍‌ ହୋଇଯାଇଥିଲେ ସୂର୍ଯ୍ୟ । ଏହାପରେ ମିଡିଲ୍‌ ଅର୍ଡର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗୋଟିଏ ପଟେ ଋଷଭ ପନ୍ତ ପାଳି ସମ୍ଭାଳି ବ୍ୟାଟିଂ କରୁଥିବାବେଳେ ଅନ୍ୟପଟେ ନିଜ ନିଜର ୱିକେଟ ଫିଙ୍ଗି ଚାଲିଲେ ଭାରତୀୟ ବ୍ୟାଟର । ଶେଷରେ 49 ରନ କରିଥିବାବେଳେ କ୍ଲିନ୍‌ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ ପନ୍ତ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର (10)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ସ୍କୋର କରିପାରିନଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍‌ ହରାଇ 213 ରନ କରିଛି ଭାରତ ।

ଶ୍ରୀଲଙ୍କା ବୋଲିଂ: ଶ୍ରୀଲଙ୍କା ବୋଲିଂ ବାହିନୀ ଯଦିଓ ଭାରତର ଟପ୍‌ ଅର୍ଡର ଆଗରେ ଫେଲ ମାରିଥିଲେ, ହେଲେ ମିଡିଲ୍‌ ଅର୍ଡରକୁ ଅଟକାଇବାରେ ସଫଳ ହୋଇଥିଲେ । ଅକ୍ଷର ପଟେଲ୍‌ (10)ଙ୍କ ବ୍ୟତୀତ କୌଣସି ମିଡିଲ ଅର୍ଡର ବ୍ୟାଟର ଦୁଇଅଙ୍କ ସ୍କୋର କରିପାରିନଥିଲେ । ଶ୍ରୀଲଙ୍କା ପକ୍ଷରୁ ମଥିଶା ପଥିରାନା ସର୍ବାଧିତକ 4 ୱିକେଟ୍‌ ସଫଳତା ହାସଲ କରିଥିଲେ । ମଧୁଶଙ୍କା, ଫର୍ଣ୍ଣାଣ୍ଡୋ ଓ ହସରଙ୍ଗାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.