ETV Bharat / sports

ସିରିଜ ପରାଜୟ ପରେ ଖସିଲା ଟିମ୍ ଇଣ୍ଡିଆର WTC ପଏଣ୍ଟ, ଉଠିଲା ପାକିସ୍ତାନ

ପୁଣେରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ପରାଜୟ ପରେ ମଧ୍ୟ ଭାରତ ବଜାୟ ରଖିଛି TC ପଏଣ୍ଟ ଟେବୁଲର ଟପ୍ ସ୍ପଟ୍ ।

New Zealand cricket team celebrate their Test series win against India
New Zealand cricket team celebrate their Test series win against India ((AP))
author img

By ETV Bharat Odisha Team

Published : 2 hours ago

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଦଳ ନିଜ ଘରୋଇ ମାଟିରେ ଲଗାତାର ଦୁଇଟି ଟେଷ୍ଟ ମ୍ୟାଚ ଅତିଥି ଦଳ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଛି । ୧୨ ବର୍ଷ ପରେ ନିଜ ଦେଶରେ ଟେଷ୍ଟ ସିରିଜ ହାରିଛି ଟିମ୍ ଇଣ୍ଡିଆ । ୩ଟିକିଆ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଆଗରେ ରହିଛି ।

ପ୍ରଥମ ମ୍ୟାଚକୁ ୮ ଓ୍ବିକେଟରେ ଜିତିବା ପରେ ଦ୍ବିତୀୟ ମ୍ୟାଚରେ ମଧ୍ୟ କାୟା ବିସ୍ତାର କରି ଖେଳିଥିଲା ଟିମ୍ ନ୍ୟୁଜିଲାଣ୍ଡ । ଟସ୍ ଜିତିବା ପରେ ଦଳ ସମ୍ମାନଜନକ ସ୍କୋର କରିଥିଲା ଏବଂ ଘରୋଇ ଦଳକୁ ମଧ୍ୟ ପ୍ରଥମ ଇନିଂସରେ ପାଣି ପିଆଇଥିଲା । ୧୦୩ ରନର ଲିଡ ନେବା ପରେ ଦ୍ବିତୀୟ ଇନିଂସରେ ମଧ୍ୟ ୨୫୦ରୁ ଅଧିକ ସ୍କୋର କରି ଭାରତକୁ ୩୫୦ରୁ ଅଧିକ ଟାର୍ଗେଟ ଦେଇଥିଲା । ଭାରତୀୟ ଦଳ ଲକ୍ଷ୍ୟକୁ ପଶ୍ଚାତଧାବନ କରି ବିଫଳ ହୋଇଥିଲା । ୧୧୩ ରନରେ ପରାଜିତ ହୋଇ ସିରିଜରେ ୦-୨ରେ ପଛରେ ରହିଲା ରୋହିତ ବାହିନୀ । ଚଳିତ World Test Championship (WTC) ସାଇକେଲରେ ଏହା ଭାରତର ୪ର୍ଥ ପରାଜୟ ।

ଏହା ବି ପଢନ୍ତୁ- 12 ବର୍ଷ ପରେ ନିଜ ମାଟିରେ ଟେଷ୍ଟ ସିରିଜ ହାରିଲା ଟିମ୍ ଇଣ୍ଡିଆ, 69 ବର୍ଷ ପରେ ଏହି ରେକର୍ଡ କଲା ନ୍ୟୁଜିଲାଣ୍ଡ

ଏହା ବି ପଢନ୍ତୁ- ଚିନ୍ନାସ୍ବାମୀରେ ଇତିହାସ ରଚିଲା କିୱି, 36 ବର୍ଷ ପରେ ଭାରତ ମାଟିରେ ଟିମ୍‌ ଇଣ୍ଡିଆକୁ ହରାଇଲା

ତେବେ ଘରୋଇ ମାଟିରେ ସିରିଜ ପରାଜୟ ସତ୍ତ୍ବେ ଟିମ୍ ଇଣ୍ଡିଆ WTC ପଏଣ୍ଟ ଟେବୁଲ ଟପରେ ରହିଛି । ୬୨.୮୨ ପଏଣ୍ଟରେ ଭାରତ ଶୀର୍ଷରେ ଥିବା ବେଳେ WTC ଫାଇନାଲ ଖେଳିବାକୁ ହେଲେ ଭାରତକୁ ଆଉ ୬ଟି ଟେଷ୍ଟ ମ୍ୟାଚରୁ ୪ଟି ବିଜୟ ଆବଶ୍ୟକ । ଆସନ୍ତାବର୍ଷ ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ WTC ଫାଇନାଲ । ଭାରତ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ଅନ୍ତିମ ମ୍ୟାଚ ଜିତିବା ସହିତ ଅଷ୍ଟ୍ରେଲିଆରେ ହେବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିରେ ମଧ୍ୟ ବିଜୟ ଆବଶ୍ୟକ । ଅଥବା ଭାରତକୁ ଅନ୍ୟ ଦେଶର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ ।

୪ଟା ସ୍ଥାନ ଉଠିଲା ନ୍ୟୁଜିଲାଣ୍ଡ, ଗୋଟିଏ ସ୍ଥାନ ଉଠିଲା ପାକିସ୍ତାନ

ପାକିସ୍ତାନ ଘରୋଇ ମାଟିରେ ଇଂଲଣ୍ଡକୁ ଟେଷ୍ଟ ସିରିଜରେ ପରାସ୍ତ କରିବା ପରେ ୭ମ ସ୍ଥାନକୁ ଉଠିଛି । ଭାରତ ବିରୋଧରେ ଆଗୁଆ ସିରିଜ ୨-୦ରେ ଜିତିବା ପରେ ନ୍ୟୁଜାଲାଣ୍ଡ ୪ର୍ଥ ସ୍ଥାନକୁ ଉଠିଛି । ୫୦ ପଏଣ୍ଟ ରହିଛି ନ୍ୟୁଜିଲାଣ୍ଡ ଟିମର WTC ପଏଣ୍ଟ । ପ୍ରଥମରେ ଭାରତ, ଦ୍ବିତୀୟରେ ଅଷ୍ଟ୍ରେଲିଆ, ତୃତୀୟରେ ରହିଛନ୍ତି ଶ୍ରୀଲଙ୍କା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.