ETV Bharat / sports

ପାକିସ୍ତାନକୁ ଧୂଳି ଚଟାଇଲା ଭାରତୀୟ ହକି ଟିମ, ହିରୋ ସାଜିଲେ ଅଧିନାୟକ - India Hockey Team Beat Pakistan

author img

By ETV Bharat Odisha Team

Published : Sep 14, 2024, 8:58 PM IST

India Hockey Team Beat Pakistan: ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଅଧିକ ପଢ଼ନ୍ତୁ

India Hockey Team Beat Pakistan
India Hockey Team Beat Pakistan (ETV Bharat)

ବେଜିଂ: ଭାରତୀୟ ହକି ଟିମ ଆଗରେ ଧରାଶାୟୀ ହୋଇଛି ପାକିସ୍ତାନ ହକି ଟିମ । ଚାଇନାରେ ଚାଲିଥିବା ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି (Asian Hockey Champions Trophy ) ୨୦୨୪ ମୁକାବିଲାରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତୀୟ ପୁରୁଷ ହକି ଦଳ । ମ୍ୟାଚ୍‌କୁ ୨-୧ଗୋଲରେ ଜିତି ନିଜର ଅପରାଜେୟ ଧାରା ଜାରି ରଖିଛି ଭାରତୀୟ ଟିମ୍‌ । ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସେମିଫାଇନାଲ ଖେଳିବାକୁ ଯାଉଛି ଭାରତୀୟ ପୁରୁଷ ହକି ଦଳ ।

ପାକ୍‌କୁ ମାତ ଦେଲା ଭାରତ:

ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି ୨୦୨୪ ମୁକାବିଲାରେ ପାକିସ୍ତାନକୁ ହରାଇଛି ଭାରତୀୟ ପୁରୁଷ ହକି ଦଳ । ୨-୧ଗୋଲରେ ପାକ୍‌‌ ଟିମକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଭାରତ । ଭାରତ ପାଇଁ ୨ଟି ଗୋଲ କରିଛନ୍ତି ଅଧିନାୟକ ହରମନପ୍ରୀତ ସିଂହ । ଲିଗ୍‌‌ ପର୍ଯ୍ୟାୟରେ କ୍ରମାଗତ ୫ମ ବିଜୟ ସହ ଅପରାଜେୟ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ ।

ଏହା ମଧ୍ୟ ପଢ଼ନ୍ତୁ...ପାକିସ୍ତାନ ଆର୍ଥିକ ଅବସ୍ଥା ଶୋଚନୀୟ; ଚୀନ ଯିବାକୁ ଟଙ୍କା ଉଦ୍ଧାର ନେଲା ହକି ଟିମ୍‌ - Pakistan Hockey Team

୧୩ତମ ମିନିଟ ସ୍ଥିତି ୧-୧:

ତେବେ ଆଜି ଭାରତ ତାର ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ସାମ୍ନା କରିଥିବା ବେଳେ ମ୍ୟାଚର ୮ମ ମିନିଟରେ ପାକିସ୍ତାନ ଖେଳାଳି ଅହମ୍ମଦ ନଦିମ ଗୋଲ ସ୍କୋର କରି ପାକିସ୍ତାନକୁ ୧-୦ରେ ଆଗୁଆ ରହି ଭାରତୀୟ ଟିମକୁ ଚିନ୍ତାରେ ପକାଇ ଦେଇଥିଲା । ହେଲେ ହାର ମାନିବା ମୁଡରେ ନଥିଲେ ଭାରତୀୟ ଖେଳାଳି । ପରେ ଭାରତ ସତର୍କତାର ସହ ଖେଳିଥିଲା । ଅଧିନାୟକ ହରମନପ୍ରୀତ ସିଂ ୧୩ତମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ୧-୧ରେ ମ୍ୟାଚକୁ ବରାବର ରଖିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଦକ୍ଷିଣ କୋରିଆକୁ 3-1ରେ ହରାଇଲା ଭାରତ, 200 ଗୋଲ ପୂରଣ କଲେ ହର୍ମନପ୍ରୀତ, ଶନିବାର ପାକ୍‌-ଇଣ୍ଡିଆ ମୁକାବିଲା - Asian Champions Trophy hockey 2024

ଏହା ମଧ୍ୟ ପଢ଼ନ୍ତୁ...ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି; ହ୍ୟାଟ୍ରିକ ବିଜୟ ସହ ସେମିରେ ଭାରତ, ରାଜକୁମାରଙ୍କ ଗୋଲ ବର୍ଷା - Asian Champions Trophy hockey

୧୯ତମ ମିନିଟ ଭାରତ ପାଇଁ ହେଲେ ଲକି :

ଏହାପରେ ଭାରତ ଆକ୍ରମଣାତ୍ମକ ଖେଳ ଖେଳିଥିଲା । ଦ୍ୱିତୀୟ କ୍ୱାର୍ଟରରେ ୧୯ତମ ମିନିଟରେ ଦଳକୁ ପୁଣି ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏଥର ମଧ୍ୟ ହରମନପ୍ରୀତ ସିଂହ ଚମତ୍କାର ପଦର୍ଶନ ଦେଖାଇଥିଲେ । ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତ ୨-୧ରେ ଅଗ୍ରଣୀ କରାଇଥିଲେ । ଏହାପରେ ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳକୁ ସୁଯୋଗ ମିଳିଥିଲେ ହେଁ କେହି ଗୋଲ୍‌ ସ୍କୋର କରିପାରନଥିଲେ । ଫଳରେ ଭାରତ ମ୍ୟାଚ୍‌କୁ ୨-୧ଗୋଲରେ ଜିତି ସେମିଫାଇନାଲରେ ପ୍ରବେଶ କରିଛି । ତେବେ ଆସନ୍ତା ୧୬ ତାରିଖ (ସୋମବାର) ସେମିଫାଇନାଲ ଟକ୍କର ହେବାକୁ ଥିବା ବେଳେ ୧୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.