ETV Bharat / sports

ଫୁଟବଲରୁ ଛେତ୍ରୀଙ୍କ ଅବସର ଘୋଷଣା, ରେକର୍ଡ ଜାଣିଲେ ଚମକି ଉଠିବେ - Sunil Chhetri

author img

By ETV Bharat Odisha Team

Published : May 16, 2024, 12:09 PM IST

Updated : May 17, 2024, 6:13 AM IST

Sunil Chhetri Announces Retirement: ଭାରତୀୟ ଫୁଟବଲ ଆଇକନ୍ ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣା । 19 ବର୍ଷ ଖେଳ କ୍ୟାରିୟରେ ପଡିବ ପୂର୍ଣ୍ଣଚ୍ଛେଦ । ଆସନ୍ତା ଜୁନ 6 ତାରିଖରେ ଖେଳିବେ ଶେଷ ମ୍ୟାଚ । ଅଧିକ ପଢନ୍ତୁ

Sunil Chhetri
Sunil Chhetri (ETV BHARAT ODISHA)

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଜଗତରେ ଏକ ଜୁଗର ଅବସାନ । ଆଉ ଫିଲ୍ଡରେ ଦେଖିବାକୁ ମିଳିବ ନାହିଁ ଭାରତୀୟ ଫୁଟବଲ ଦଳର କ୍ୟାପଟେନ ସୁନୀଲ ଛେତ୍ରୀଙ୍କ ଗୋଲ ବର୍ଷା । ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କଲେ କ୍ୟାପଟେନ ସୁନୀଲ ଛେତ୍ରୀ । ଆସନ୍ତା ଜୁନ 6 ତାରିଖରେ କୋଲକାତାରେ ଥିବା ସଲ୍ଟ ଲେକ ଷ୍ଟାଡିୟମରେ ସେ କୁଏତ ବିପକ୍ଷରେ ଶେଷ ମ୍ୟାଚ ଖେଳିବେ । ଫଳରେ 19 ବର୍ଷ ଖେଳ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ଅବସର ନେଇ ଟ୍ବିଟରରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ଛେତ୍ରୀ । ଭିଡିଓରେ ସେ ନିଜ ଖେଳ କ୍ୟାରିୟରକୁ ନେଇ କହିଛନ୍ତି । 2005 ମସିହାରେ ଜୁନ୍ 12 ରେ ପାକିସ୍ତାନ ବିପକ୍ଷ ଡେବ୍ୟୁ ମ୍ୟାଚକୁ ମନେ ପକାଇଛନ୍ତି ।

ତେବେ ରେକର୍ଡ ଉପରେ ନଜର ପକାଇଲେ, ଛେତ୍ରୀ ବର୍ତ୍ତମାନ ଖେଳୁଥିବା ଫୁଟବଲରଙ୍କ ମଧ୍ୟରେ ସବୁଠାରୁ ଅଧିକ ଗୋଲ ସ୍କୋର କରି ଟପ୍ 3ରେ ରହିଛନ୍ତି । ତାଙ୍କ ପଛକୁ ରୋନାଲ୍ଡୋ ଏବଂ ମେସି ରହିଛନ୍ତି । ସେ ସବୁଠୁ ଅଧିକ ଗୋଲ ସ୍କୋର କରିବାରେ 4ର୍ଥ ଖେଳାଳି । ଏହା ସହିତ ଏସିଆ ମହାଦେଶର ବର୍ତ୍ତମାନର ଆକ୍ଟିଭ୍ ଫୁଟବଲରଙ୍କ ମଧ୍ୟରେ ସବୁଠୁ ଅଧିକ ଗୋଲ ସ୍କୋରର ହେଲେ ଛେତ୍ରୀ ।

ସୁନୀଲ କହିଛନ୍ତି, "ଗୋଟିଏ ଦିନ ରହିଛି ଯାହାକୁ ମୁଁ କେବେବି ଭୁଲି ପାରିବି ନାହିଁ । ଯେତେବେଳେ ମୁଁ ମୋ ଦେଶ ପାଇଁ ପ୍ରଥମ ଥର ଖେଳିଥିଲି । ଏହା ମୋ ପାଇଁ ଅବିଶ୍ୱସନୀୟ ଥିଲା। ଖେଳର ଦିନକ ପୂର୍ବରୁ ସକାଳ ସମୟରେ ଭାରତୀୟ ଦଳର କୋଚ ସୁଖୀ ସାର୍ ମୋ ପାଖକୁ ଆସିଥିଲେ ଏବଂ ମୋତେ କହିଥିଲେ ତୁମେ ଖେଳ ଆରମ୍ଭ କରିବାକୁ ଯାଉଛ, ସେତେବେଳେ ମୁଁ କିପରି ଅନୁଭବ କରୁଥିଲି ତାହା ମୁଁ ଶବ୍ଦରେ କହିପାରିବି ନାହିଁ । ସେ ଦିନ ଜଳଖିଆ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଏବଂ ଖେଳରେ ପଦାର୍ପଣ ସହ ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ମୋ ସାହା ଯାହାବି କିଛି ଘଟିଥିଲା ତାହାକୁ ମୁଁ କେବେବି ଭୁଲିପାରିବି ନାହିଁ । ଭାରାତୀୟ ଦଳ ସହ ଯାତ୍ରା ଆରମ୍ଭ କରିଥିବା ସେହିଦିନ ମୋ ପାଇଁ ସବୁଠାରୁ ସର୍ବୋତ୍ତମ ଦିନ ଅଟେ ।''

ଏହା ମଧ୍ୟ ପଢନ୍ତୁ-Intercontinental Cup: ବାପା ହେବେ ଛେତ୍ରୀ, ଭାନୁଆଟୁ ବିପକ୍ଷରେ ବିଜୟ ପରେ କଲେ ଘୋଷଣା

ସେ ଆହୁରି ମଧ୍ୟ କହିଛନ୍ତି, ''ଖେଳରୁ ଅବସର ନେଇ ମୋ ପରିବାର ଲୋକଙ୍କୁ ଜଣାଇଥିଲି । କିନ୍ତୁ ମୋ ମାଆ ଓ ପତ୍ନୀ ଏହା ଶୁଣି କାନ୍ଦିଥିଲେ । କିନ୍ତୁ ମୋତେ ପ୍ରଶ୍ନ କରିନଥିଲେ କି କାହିଁ ଅବସର ନେଉଛି । ଅବସର ନେଉଛି ତା ମାନେ ନୁହଁ ମୁଁ ଥକି ୟାଇଛି । ମୁଁ ଥକି ନାହିଁ, ବହୁତ ଚିନ୍ତା କରିବା ପରେ ଅବସର ବିଷୟରେ ନିଷ୍ପତ୍ତି ନେଇଥିଲି । ଆସନ୍ତା ଜୁନ 6 ତାରିଖରେ ମୁଁ ଶେଷ ମ୍ୟାଚ ଖେଳିବି ।''

ଛେତ୍ରୀଙ୍କ ଖେଳ କ୍ୟାରିୟର: ଭାରତୀୟ ଫୁଟବଲ ଟିମ ପ୍ରତି ଛେତ୍ରୀଙ୍କ ବହୁତ ବଡ ଅବଦାନ ରହିଛି । 2002ରୁ ଫୁଟବଲ ଖେଳ ଆରମ୍ଭ କରିଥିଲେ ସୁନୀଲ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ଛେତ୍ରୀ ଦଳରେ ଖେଳୁଥିବା ସମୟରେ 2007, 2009, ଏବଂ 2012 ନେହେରୁ କପ ଜିତିଥିଲା ଟିମ ଇଣ୍ଡିଆ । ଏହାପରେ 2011, 2015, 2021 ଏବଂ 2023 SAFF ଚାମ୍ପିୟନସିପରେ ଭାରତୀୟ ଦଳକୁ ବିଜୟୀ କରିବାରେ ତାଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା। ସେ ମଧ୍ୟ 2008 ଏଫସି ଚ୍ୟାଲେଞ୍ଜ କପରେ ଭାରତକୁ ସେ ବିଜୟ ଦ୍ବାରରେ ପହଞ୍ଚାଇଥିଲେ, ଯାହା ଫଳରେ ଭାରତକୁ 27 ବର୍ଷ ପରେ ପ୍ରଥମ ଏଫସି ଏସିଆ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସାହାଯ୍ୟ କରିଥିଲା ।

ଛେତ୍ରୀଙ୍କୁ ସମ୍ମାନ: 2011 ରେ ଛେତ୍ରୀଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ଏବଂ 2019 ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଭାରତୀୟ ଟିମର ପ୍ରଥମ ଫୁଟବଲ ଖେଳାଳି ଭାବେ ସେ 2021 ମସିହାରେ ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳ ରତ୍ନରେ ସମ୍ମାନିତ ହୋଇଥିଲେ । 19 ବର୍ଷ ଖେଳ କ୍ୟାରିୟରରେ ସେ ଆନ୍ତର୍ଜାତୀୟ ସ୍ତରରେ 150 ଟି ମ୍ୟାଚରେ 94 ଗୋଲ କରିଛନ୍ତି। ବିଶ୍ୱ ସ୍ତରରେ ତୃତୀୟ ସର୍ବାଧିକ ଗୋଲ୍ ସ୍କୋର କରିଥିବା ଖେଳାଳି ହେଉଛନ୍ତି ସୁନୀଲ ଛେତ୍ରୀ ।

Last Updated : May 17, 2024, 6:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.