ETV Bharat / sports

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ରାଜ୍ୟରେ ତିଆରି ହେବ ନୂଆ ହକି ଷ୍ଟାଡିୟମ୍‌ - Big announcement for hockey

author img

By ETV Bharat Odisha Team

Published : Aug 15, 2024, 11:41 AM IST

Updated : Aug 15, 2024, 2:22 PM IST

ANNOUNCEMENT FOR HOCKEY STADIUM: ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ରାଜ୍ୟରେ ନିର୍ମାଣ ହେବ ଆଉ ଏକ ନୂତନ ହକି ଷ୍ଟାଡିୟମ । କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ ହେବ ‘ଖେଳରତ୍ନ ଧ୍ବଜା ଅଭିଯାନ’ । ଅଧିକ ପଢନ୍ତୁ

hockey stadium in odisha
hockey stadium in odisha (Etv Bharat)

ଭୁବନେଶ୍ବର: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହିନ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ‘ହକି’ କ୍ରୀଡା ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ରୀଡାର ବିକାଶ ପାଇଁ ରାଜ୍ୟରେ ନୂଆ ହକି ଷ୍ଟାଡିମୟ ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ହଜାରେ କୋଟି ଟଙ୍କା ବ୍ୟୟରେ ୧୨୦ ଏକର ଜମିରେ ନୂଆ ହକି ଷ୍ଟାଡିଅମ ନିର୍ମାଣ ହେବ ବୋଲି ସମ୍ବୋଧନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

'ଅମିତ ରୋହିଦାସଙ୍କ ପାଇଁ ସାରା ଓଡିଶା ଗର୍ବିତ':

ମୁଖ୍ୟମନ୍ତ୍ରୀ କହିଛନ୍ତି,''ଯୁବ ବର୍ଗ ହେଉଛନ୍ତି ଦେଶର ଭବିଷ୍ୟତ । କ୍ରୀଡାର ବିକଶ ବିନା ଯୁବଶକ୍ତିର ବିକାଶ ଅସମ୍ଭବ । ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତି ଦେଶକୁ ଗର୍ବିତ କରାଇଛନ୍ତି । ଆଜିର ପବିତ୍ର ଦିନରେ ପୁଣି ଥରେ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଉଛି । ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କ ପାଇଁ ସାରା ଓଡିଶା ଗର୍ବିତ । ''

ଏହା ମଧ୍ୟ ପଢନ୍ତୁ-ସଙ୍ଘର୍ଷମୟ ଜୀବନକୁ ମିଳିଲା ସଫଳତା; ଦିନେ ଥିଲେ ଅସହାୟ, ଆଜି 'ଫାଇଟର ଗାର୍ଲ' - Fighter Girl of Balangir

ରାଜ୍ୟରେ ହେବ ନୂଆ ହକି ଷ୍ଟାଡିୟମ:

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,''ରାଜ୍ୟର କ୍ରୀଡାର ବିକାଶ ପାଇଁ ହଜାର କୋଟି ଟଙ୍କାରେ 120 ଏକର ଜମିରେ ଏକ ନୂତନ ବଶ୍ବସ୍ତରୀୟ ବହୁମୁଖୀ ଷ୍ଟାଡିୟମ ତିଆରି ହେବାର ନିଷ୍ପତ୍ତି ହୋଇଛି । ଏଥିରେ ଇଣ୍ଡର ଭେଲୋଡ୍ରମ, ମାଉଣ୍ଟେନ ବାଇକିଂ, ସୁଇମିଂପୁଲ, ଫୁଟବଲ ଗ୍ରାଉଣ୍ଡ, ଆର୍ଚେରୀ ଆରୋନା, ବ୍ୟାଡମିଣ୍ଟନ, ଫିଟନେସ ପାର୍କ ରହିବ । ଯେଉଁଥିର ଖେଳାଳିମାନଙ୍କ ସହ ସାଧାରଣ ଜନତା ମଧ୍ୟ ଅଭ୍ୟାସ କରିପାରିବେ । ଏହା ସହିତ ପ୍ରତି ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଜାତୀୟସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବାକୁ ଯାଉଛୁ । ''

ଆରମ୍ଭ ହେବ ଖେଳ ରତ୍ନ ଧ୍ବଜା ଅଭିଯାନ:

ରାଜ୍ୟରେ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆଉ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ଖେଳ ରତ୍ନ ଧ୍ବଜା ଅଭିଯାନ । କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏପରି ନିଷ୍ପତ୍ତି ନିଆୟାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

Last Updated : Aug 15, 2024, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.