ETV Bharat / sports

ପ୍ରଥମ ମ୍ୟାଚ୍‌ ଡ୍ର ପରେ ବି କାହିଁକି ହେଲାନି ସୁପର ଓଭର ? ଜାଣନ୍ତୁ କଣ ରହିଛି ICC ନିୟମ - IND vs SL 1st ODI TIED

author img

By ETV Bharat Sports Team

Published : Aug 3, 2024, 1:01 PM IST

IND vs SL 1st ODI : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ଡ୍ର'ରେ ଶେଷ ହୋଇଛି । ହେଲେ ଫଳାଫଳ ପାଇଁ କାହିଁକି ଖେଳା ଗଲାନି ସୁପର ଓଭର ? ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର,

IND vs SL 1st ODI
IND vs SL 1st ODI (AP Photo)

କଲମ୍ବୋ (ଶ୍ରୀଲଙ୍କା): ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳ ଦିନିକିଆ ଅଭିଯାନ ଆରମ୍ଭ କରିଛି । 3 ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ଶୁକ୍ରବାର ଦିନ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଧାର୍ଯ୍ୟ 50 ଓଭରରେ 8 ୱିକେଟ୍‌ ହରାଇ 230 ରନ୍‌ ସଂଗ୍ରହ କରିଥିଲା । ତା’ପରେ 231 ରନ୍‌ର ଟାର୍ଗେଟକୁ ପିଛା କରି ଟିମ୍‌ ଇଣ୍ଡିଆ 47.5 ଓଭରରେ 230 ରନ୍‌ରେ ହିଁ ସମସ୍ତ ୱିକେଟ୍‌ ହରାଇଥିଲା । ଫଳରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଅମିମାଂସିତ ରହିଥିଲା । ସାଧାରଣତଃ କୌଣସି ମ୍ୟାଚ୍‌ ଡ୍ର ହେଲେ ସୁପର ଓଭରରେ ଏହାର ଫଳାଫଳ ନିର୍ଦ୍ଧାରିତ ହେଉଥିବାର ଆମେ ଜାଣିଛେ । ହେଲେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଡ୍ର ହେବା ପରେ ମଧ୍ୟ କୌଣସି ସୁପର ଓଭର ଖେଳା ଯାଇନଥିଲା । ଆପଣ ଜାଣିଛନ୍ତି କି ଏହାର କାରଣ ? ଏଠାରେ ଜାଣନ୍ତୁ କଣ ରହିଛି ଆଇସିସି ସୁପର ଓଭର ନିୟମ,

IND vs SL ମ୍ୟାଚ୍‌ ଡ୍ର ହେବା ପରେ ବି ହେଲାନି ସୁପର ଓଭର :-

କ୍ରିକେଟ୍‌ରେ ଯେତେବେଳେ ଉଭୟ ଦଳର ସ୍କୋର ସମାନ ହୁଏ, ସେତେବେଳେ ମ୍ୟାଚର ଫଳାଫଳ ସ୍ଥିର କରିବାକୁ ଏକ ସୁପର ଓଭର କରାଯାଇଥାଏ । ସମସ୍ତେ ଭାବିଥିଲେ ଯେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଡ୍ର ହେବା ପରେ ମଧ୍ୟ ସମାନ ଘଟଣା ଘଟିବ । କିନ୍ତୁ ସେଭଳି କିଛି ହୋଇନଥିଲା । କୌଣସି ଫଳାଫଳ ବିନା ମ୍ୟାଚ୍‌ ସମାପ୍ତ ହୋଇଥିଲା ।

କଣ ରହିଛି ICC ନିୟମ ? :-

ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ନିୟମ ଅନୁଯାୟୀ, ଦ୍ବିପାକ୍ଷିକ ସିରିଜରେ ଡ୍ର' ହୋଇଥିବା ଏକଦିବସୀୟ ମ୍ୟାଚ୍‌ କ୍ଷେତ୍ରରେ ଫଳାଫଳ ସ୍ଥିର କରିବାକୁ ସୁପର ଓଭର ଆୟୋଜିତ ହୁଏନାହିଁ । କିନ୍ତୁ, ଯଦି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଅନୁଷ୍ଠିତ ହୁଏ, ତେବେ ନକ୍‌ଆଉଟ୍‌ରେ କୌଣସି ମ୍ୟାଚ୍‌ ଡ୍ର ହେଲେ ଫଳାଫଳ ପାଇଁ ସୁପର ଓଭର ହେବ । ଏହି ନିୟମ ଆଧାରରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଡ୍ର ହେବାପରେ ମଧ୍ୟ କୌଣସି ସୁପର ଓଭର ହୋଇନଥିଲା ।

ଉଲ୍ଲେଖଯୋଗ୍ୟ, ଦ୍ବିପାକ୍ଷିକ କ୍ରମରେ ଏହି ନିୟମ ଟି20 ସିରିଜ୍ ପାଇଁ ପ୍ରଯୁଜ୍ୟ ନୁହେଁ । ଯଦି କୌଣସି ମ୍ୟାଚ୍‌ ଟି20 ଫର୍ମାଟରେ ଡ୍ର ହୁଏ, ତେବେ ସୁପର ଓଭର ମାଧ୍ୟମରେ ମ୍ୟାଚର ଫଳାଫଳ ସ୍ଥିର ହେବ ।

ଏଅମିତି ଥିଲା ମ୍ୟାଚ୍‌ :-

ପ୍ରଥମ ଦିନିକିଆରେ ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ପାଇଁ ଏହି ନିଷ୍ପତ୍ତି ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଦଳୀୟ ସ୍କୋର 7 ରନ ଥିବା ବେଳେ ଓପନର ଫର୍ଣ୍ଣାଡୋଙ୍କୁ 1 ରନରେ ପାଭିଲିୟନ ପଠାଇଥିଲେ ସିରାଜ । ପରେ ଦଳୀୟ ସ୍କୋର 46 ରନରେ କୁଶାଲ ମେଣ୍ଡିସ୍ 14 ରନ କରି ଆଉଟ ହୋଇଥିଲେ । ପରେ 60 ରନରେ 3ୟ ୱିକେଟର ପତନ ହୋଇଥିଲା । ଏକଦା ଘରୋଇ ଦଳ ମାତ୍ର 101 ରନରେ 5ଟି ୱିକେଟ ହରାଇ ସଂକଟରେ ପଡିଥିଲା । ପରେ ଓପନର ନିଶଙ୍କା ଏବଂ ମିଡିଲ୍ ଅର୍ଡର ବ୍ୟାଟର ଦିନୁଥ ବାଲାଲେଗେଙ୍କ ଦର୍ଶନୀୟ ଅର୍ଦ୍ଧଶତକୀୟ ଇନିଂସ ପାଇଁ ଶ୍ରୀଲଙ୍କା 50 ଓଭର ବ୍ୟାଟିଂ କରି 8 ୱିକେଟ ବ୍ୟୟରେ 230 ରନର ସମ୍ମାନଜନକ ସ୍କୋର କରିଥିଲା । ନିଶଙ୍କା 56 ରନ ସ୍କୋର କରଥିଲେ ଏବଂ ଦିନୁଥ 67 ରନ କରିଥିଲେ ।

231 ରନ ଜବାବରେ ଭାରତ ଦମଦାର ଆରମ୍ଭ କରିଥିଲା । ଦଳର ଦୁଇ ଓପନର ବିସ୍ଫୋରକ ଆରମ୍ଭ କରିଥିଲେ । ଦଳୀୟ ସ୍କୋର 75 ରନ ଥିବା ବେଳେ ଗିଲ 16 ରନ ସ୍କୋର କରି ଆଉଟ ହୋଇଥିଲେ । ପରେ ଦଳୀୟ ସ୍କୋର 80 ରନ ହୋଇଥିବାବେଳେ ଆଉଟ ହୋଇଥିଲେ ରୋହିତ । ସେ ବ୍ୟକ୍ତିଗତ 58 ରନ ସ୍କୋର କରିଥିଲେ । ପରେ କୋହଲି 24, ସୁନ୍ଦର 5, ଆୟର 23, ରାହୁଲ 31, ଅକ୍ସର 33 ଏବଂ ଦୁବେ 25 ରନ ସ୍କୋର କରି ଆଉଟ୍‌ ହୋଇଥିଲେ । କିନ୍ତୁ ଶେଷରେ ଭାରତ ଜିତିବା ପାଇଁ 18 ବଲରେ ମାତ୍ର 5 ରନ୍ ଆବଶ୍ୟକ ଥିଲା । ହାତରେ ଦୁଇଟି ୱିକେଟ୍ ଥିବାରୁ ବିଜୟ ସହଜ ଲାଗୁଥିଲା । ସମସ୍ତେ ଭାବିଥିଲେ ଯେ କ୍ରିଜରେ ଦୁବେଙ୍କ ଉପସ୍ଥିତି ବିଜୟ ନିଶ୍ଚିତ କରିବ । 48 ଓଭରର ପ୍ରଥମ ଦୁଇଟି ବଲ ଡଟ୍ ହେବା ପରେ ଦୁବେ ତୃତୀୟ ବଲରେ ଚୌକା ମାରିଥିଲେ । ସ୍କୋର ବରାବର ସ୍ଥିତିକୁ ଆସିଲା । କିନ୍ତୁ ଦୁବେ ଚତୁର୍ଥ ବଲରେ LBW ହୋଇ ପାଭିଲିୟନରେ ପହଞ୍ଚିଥିଲେ । ପରବର୍ତ୍ତୀ ବଲରେ ଅର୍ଶଦୀପ ମଧ୍ୟ ଆଉଟ୍ ହୋଇଥିଲେ । ଫଳରେ ମ୍ୟାଚ୍‌ ଡ୍ର' ରେ ଶେଷ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...IND vs SL first ODI: ଦୁବେ ଲଢିଲେ ହେଲେ ଜିତାଇ ପାରିଲେନି, ଭାରତ-ଶ୍ରୀଲଙ୍କା ମ୍ୟାଚ ଟାଏ, ରୋହିତ କହିଲେ... - Series opener ends in a tie

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.