ରାଜକୋଟ (ଗୁଜୁରାଟ): ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି (ଗୁରୁବାର) ଗୁଜୁରାଟର ରାଜକୋଟ ସ୍ଥିତ ନିରଞ୍ଜନ ଶାହ ଷ୍ଟାଡିୟମରେ ତୃତୀୟ ଟେଷ୍ଟର ପ୍ରଥମ ମ୍ୟାଚ ଖେଳାଯାଇଛି । ଟସ ଜିତି ମୈଦାନକୁ ଓହ୍ଲାଇଥିବା ରୋହିତ ବାହିନୀ ଆଜି ଦମଦାର ପ୍ରଦର୍ଶନ କରିଛନ୍ତି । ଖୋଦ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ଆସିଛି ୧୧୦ ରନ୍ । ସେହିପରି ଅନ୍ୟତମ ଷ୍ଟାର ପ୍ଲେୟାର ରବିନ୍ଦ୍ର ଜାଡେଜା ମଧ୍ୟ ଶତକ ହାସଲ କରିଛନ୍ତି । ଏହାସହିତ ପ୍ରଥମ ଦିନରେ ଭାରତ ୫ ୱିକେଟ ହରାଇ ୩୨୬ ରନ୍ ସ୍କୋର ବୋର୍ଡରେ ଯୋଡ଼ିଛନ୍ତି ।
ଭାରତ ଆଜି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ଟି' ବ୍ରେକ ସୁଦ୍ଧା ଗୋଟିଏ ବି ୱିକେଟ ନ ହରାଇ ୧୯୦ ରନ୍ କରିଥିଲା । ଯେତେବେଳେ ଓପନର ଯଶସ୍ବୀ ଜୈଶୱାଲ ମାତ୍ର ୧୦ ରନ୍ ଓ ଷ୍ଟାର ପ୍ଲେୟାର ଶୁବମନ ଗିଲ ୦ ରନରେ ଆଉଟ୍ ହୋଇଥିଲେ, ସେତେବେଳେ ଭାରତ ଚାପରେ ରହିଥିଲା । ହେଲେ ଏହାପରେ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ଆସିଥିଲା ଶତକ । ହିଟମ୍ୟାନ ରୋହିତ ୧୯୬ ବଲ୍ ଖେଳି ୧୪ଟି ଚୌକା ଓ ୩ଟି ଛକା ସହ ୧୩୧ ରନ କରିଥିଲେ । ହେଲେ ହିଟମ୍ୟାନଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଉପରେ ଭାରିପଡ଼ିଥିଲେ ମାର୍କ ଉଡ୍ । ରୋହିତ ନିଜର ଫେଭରେଟ୍ ପୁଲ୍ ସଟ୍ ଖେଳୁଥିବା ବେଳେ କ୍ୟାଚଆଉଟ୍ ହୋଇଥିଲେ । ଏହାସହିତ ରୋହିତ ୧୩୧ ରନ୍ କରି ପାଭିଲିୟନ ଫେରିଥିଲେ ।
ଏହା ବି ପଢନ୍ତୁ- ରାଜକୋଟରେ ତୃତୀୟ ଟେଷ୍ଟ: ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ, ଧ୍ରୁବ ଏବଂ ସର୍ଫରାଜଙ୍କ ଡେବ୍ୟୁ
ଏହାପରେ ସରଫରାଜ ଖାନ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ଚର୍ଚ୍ଚାକୁ ଆସିଥିଲେ । ସେ ୪୮ ବଲ୍ରେ ଅର୍ଦ୍ଧଶତକ ହାସଲ କରି ତୃତୀୟ ପ୍ଲେୟାର ଭାବେ ଟେଷ୍ଟ ଡେବ୍ୟୁରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ସୃଷ୍ଟି କରିଥିଲେ । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଜି ଭଲ ପ୍ରଦର୍ଶନ କରିଥିଲେ । ସେ ମଧ୍ୟ ରୋହିତଙ୍କ ପରେ ପରେ ଶତକ ହାସଲ କରିଥିଲେ । ସେ ୨୧୨ ବଲ୍ରେ ୯ଟି ଚୌକା ଓ ୨ଟି ଛକା ସହ ୧୧୦ ରନ୍ କରି ଅପରାଜେୟ ରହିଛନ୍ତି । ସେପଟେ ଇଂଲଣ୍ଡର ବୋଲିଂ ସମ୍ପର୍କରେ ଆଲୋଚନା କଲେ ମାର୍କ ଉଡ୍ଙ୍କୁ ୩ଟି ୱିକେଟ ମିଳିଥିବା ବେଳେ ଟମ ହାର୍ଟଲିଙ୍କୁ ମିଳିଛ ଗୋଟିଏ ୱିକେଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ